ଧର୍ମ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବ୍ରାହ୍ମ ମୁହୂର୍ତ୍ତରେ କରନ୍ତୁନି ଏହି ସବୁ କାମ, ରୋଗାକ୍ରାନ୍ତ ହୋଇଯାଏ ଜୀବନ

ଭୁବନେଶ୍ୱର ୦୧/୦୩ : ବ୍ରାହ୍ମ ମୁହୂର୍ତ୍ତକୁ ଶାସ୍ତ୍ରରେ ବହୁତ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ପ୍ରାଚୀନ କାଳରେ ମୁନିଋଷି ବ୍ରାହ୍ମ ମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରି ସ୍ନାନ ଆଦି ସାରି ଈଶ୍ୱରଙ୍କ ବନ୍ଦନା କରୁଥିଲେ। ଏବେ ବି ଅନେକ ଲୋକ ବ୍ରାହ୍ମ ମୁହୂର୍ତ୍ତରେ ଉଠିବାକୁ ପସନ୍ଦ କରନ୍ତି। କିଛି ଲୋକେ ବ୍ରାହ୍ମ ମୁହୂର୍ତ୍ତରେ ଉଠି ଈଶ୍ୱରଙ୍କୁ ବନ୍ଦନା କରନ୍ତି। ବ୍ରାହ୍ମ ମୁହୂର୍ତ୍ତ କେବଳ ଶାସ୍ତ୍ର ଦୃଷ୍ଟିକୋଣରୁ ନୁହେଁ ବରଂ ଆୟୁର୍ବେଦ ଓ ଆଧୁନିକ ଚିକିତ୍ସା ପଦ୍ଧତି ଦୃଷ୍ଟିକୋଣରୁ ବି ମହତ୍ତ୍ୱପୂର୍ଣ୍ଣ। ବ୍ରାହ୍ମ ଅର୍ଥ ଜ୍ଞାନ, ବ୍ରାହ୍ମ ମୁହୂର୍ତ୍ତ ଅର୍ଥାତ ଜ୍ଞାନର ସମୟ।

ଶାସ୍ତ୍ର ଅନୁସାରେ ବ୍ରାହ୍ମ ମୁହୂର୍ତ୍ତରେ ଉଠିଲେ ଆୟୁଷ ବୃଦ୍ଧି ହୋଇଥାଏ। ବ୍ୟକ୍ତି ରୋଗମୁକ୍ତ ବି ରୁହନ୍ତି। ସକାଳ ସମୟ ଲୋକଙ୍କ ସୁସ୍ଥ ଓ ସୁଖମୟ ଜୀବନ ପାଇଁ ବହୁତ ଜରୁରୀ। ଏହି ମୁହୂର୍ତ୍ତ ଅତ୍ୟନ୍ତ ଶୁଭ କିନ୍ତୁ ଏହି ସମୟରେ କିଛି କାମ କରିବାକୁ ବାରଣ କରାଯାଇଛି। ବ୍ରାହ୍ମ ମୁହୂର୍ତ୍ତରେ କି କି କାମ କରିବା ଉଚିତ ନୁହେଁ ଜାଣନ୍ତୁ…

*ବ୍ରାହ୍ମ ମୁହୂର୍ତ୍ତରେ ଉଠି କିଛି ଯୋଜନା କରିବା କିମ୍ବା କୌଣସି ଗୁରୁତ୍ତ୍ୱପୂର୍ଣ ନିର୍ଣ୍ଣୟ ନେବା ଶୁଭ ହୋଇଥାଏ। କିନ୍ତୁ ଏହି ସମୟରେ କୌଣସି ନକାରାତ୍ମକ ଚିନ୍ତା ମନକୁ ଆଣିବା ଉଚିତ ନୁହେଁ। ବ୍ରାହ୍ମ ମୁହୂର୍ତ୍ତରେ ନକାରାତ୍ମକ ଚିନ୍ତାଧାରା ଆପଣଙ୍କୁ ଅଧିକ ଚିନ୍ତିତ କରିପାରେ। ଏହାଦ୍ଵାରା ବ୍ୟକ୍ତି ଦିନ ତମାମ ଅବସାଦରେ ରହିଥାନ୍ତି।

*ବ୍ରାହ୍ମ ମୁହୂର୍ତ୍ତରେ ଭଗବାନଙ୍କୁ ସ୍ମରଣ କଲେ ଦିନ ଭଲରେ କଟିଥାଏ। ମନରେ ସକାରାତ୍ମକ ଚିନ୍ତାଧାରା ଆସିଥାଏ। ଏହି ପବିତ୍ର ସମୟରେ ପ୍ରଣୟ ସମ୍ବନ୍ଧ ରଖିବା ଉଚିତ ନୁହେଁ। ଏହି ସମୟରେ ସମ୍ବନ୍ଧ ରଖିଲେ ଶରୀରକୁ ରୋଗ ଆକ୍ରାନ୍ତ କରିଥାଏ ଏବଂ ଆୟୁଷ ମଧ୍ୟ କମିଯାଇଥାଏ।

*ଅନେକ ଲୋକଙ୍କ ଅଭ୍ୟାସ ସକାଳୁ ଉଠି ଚା’ ଜଳଖିଆ ଖାଆନ୍ତି। ଏହି ଅଭ୍ୟାସ ଭଲ ନୁହେଁ। ବ୍ରାହ୍ମ ମୁହୂର୍ତ୍ତରେ କିମ୍ବା ସକାଳୁ ଉଠୁ ଉଠୁ ଭୋଜନ କରନ୍ତି ତାହାଲେ ବ୍ୟକ୍ତି ରୋଗାକ୍ରାନ୍ତ ହୋଇଥାନ୍ତି।

*ବ୍ରାହ୍ମ ମୁହୂର୍ତ୍ତରେ ଉଠି ସର୍ବ ପ୍ରଥମେ ଈଶ୍ୱରଙ୍କୁ ସ୍ମରଣ କରିବା ଉଚିତ। ଏହାପରେ ମାତା-ପିତା, ଗୁରୁ ଓ ପରିବାର ସମ୍ପର୍କରେ ଚିନ୍ତା କରନ୍ତୁ। ତାପରେ ଖାଦ୍ୟ ଗ୍ରହଣ କରନ୍ତୁ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ