କଳା ଓ ସଂସ୍କୃତି ଧର୍ମ ସ୍ୱାସ୍ଥ୍ୟ

ବ୍ରାହ୍ମୀରେ ରହିଛି ଅନେକ ଚମତ୍କାରୀ ଗୁଣ: ଶିଶୁଙ୍କ ମସ୍ତିସ୍କ ବିକଶିତ କରିବାରେ ବହୁତ ପ୍ରଭାବଶାଳୀ

ଭୁବନେଶ୍ୱର ୧୯/୧୨ : ଆୟୁର୍ବେଦରେ ହଜାର ହଜାର ବର୍ଷ ହେଲା ବ୍ରାହ୍ମୀ ଉପଯୋଗ ହେଉଛି। ଜଡିବୁଟି ଭାବେ ବ୍ରାହ୍ମୀ ଫୁଲ ସବୁଠାରୁ ଅଧିକ ବ୍ୟବହୃତ ହୁଏ। ଏହା ମସ୍ତିସ୍କ ପାଇଁ ବହୁତ ଉପଯୋଗୀ। ସେଥିପାଇଁ ବ୍ରାହ୍ମୀକୁ ବ୍ରେନ ବୁଷ୍ଟର ବୋଲି ମଧ୍ୟ କୁହାଯାଏ। ବ୍ରାହ୍ମୀର ଆହୁରି ଅନେକ ମହତ୍ତ୍ୱପୂର୍ଣ୍ଣ ଗୁଣ ରହିଛି। ଏହାଦ୍ୱାରା ଶରୀରର ଅନେକ ସମସ୍ୟାର ଚିକିତ୍ସା କରାଯାଇପାରିବ।

୧. ରକ୍ତ ପ୍ରବାହ ବଢାଇବାରେ ସାହାଯ୍ୟ କରିଥାଏ – ବ୍ରାହ୍ମୀରେ ନାଇଟ୍ରିକ୍ ଅକ୍ସାଇଡ୍ ଅଛି ଯାହା ରକ୍ତଚାପ ନିୟନ୍ତ୍ରଣ କରିଥାଏ। ଏହା ରକ୍ତକୁ ପତଳା କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଯାହାଫଳରେ ଶିରାପ୍ରଶିରାରେ ରକ୍ତ ପ୍ରବାହ ସହଜରେ ହୋଇଥାଏ।

୨. ଅବସାଦ କମ୍ କରିବାରେ ସାହାଯ୍ୟ କରିଥାଏ – ବିଶେଷଜ୍ଞଙ୍କ କହିବାନୁସାରେ, ବ୍ରାହ୍ମୀରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଛି। ଏହା ଅବସାଦ କମ୍ କରିବାରେ ସାହାଯ୍ୟ କରିଥାଏ। ଏହାକୁ ଏଡାପଟୋଜେନ୍ ଜଡିବୁଟି ବୋଲି କୁହାଯାଏ।

୩. କ୍ୟାନସର ପ୍ରତିରୋଧ ଗୁଣ – ବ୍ରାହ୍ମୀ କ୍ୟାନସର ରୋକିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏଥିରେ କ୍ୟାନସର ପ୍ରତିରୋଧକ ଗୁଣ ରହିଛି ଯେଉଁଥିପାଇଁ ମସ୍ତିସ୍କ ଟ୍ୟୁମର କୋଷକୁ ନଷ୍ଟ କରିବା ସହ ସ୍ତନ କର୍କଟ ଓ କୋଲନ କ୍ୟାନସରର ହାନିକାରକ କୋଷର ବିକାଶ ରୋକିବାରେ ସାହାଯ୍ୟ କରିଥାଏ। ସେଥିପାଇଁ କ୍ୟାନସରର ପ୍ରାଥମିକ ପର୍ଯ୍ୟାୟରେ ବା ଫାଷ୍ଟ ଷ୍ଟେଜରେ ଥିବାବେଳେ ନିୟମିତ ବ୍ରାହ୍ମୀ ସେବନ କରିବା ଉଚିତ।

୪. ଅଲଜାଇମର୍ ପାଇଁ ଲାଭଦାୟକ – ବିଶେଷଜ୍ଞଙ୍କ ଅନୁସାରେ, ଅଲଜାଇମର୍ ମସ୍ତିସ୍କ ସମ୍ବନ୍ଧୀୟ ରୋଗ ଯେଉଁଥିରେ ମଣିଷର ସ୍ମରଣଶକ୍ତି ଦୁର୍ବଳ ହୋଇପଡେ। ଏହିଭଳି ସ୍ଥିତିରେ ବ୍ରାହ୍ମୀ ସେବନ ବହୁତ ଲାଭଦାୟକ। କାରଣ ବ୍ରାହ୍ମୀରେ ଆଣ୍ଟିଅକ୍ସିଡେଣ୍ଟ, ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ରହିଛି। ଏହି ଗୁଣ ମସ୍ତିସ୍କର କାର୍ଯ୍ୟକ୍ଷମତା ସୁଧାରିବା ସହ ମିର୍ଗୀ, ଅନିଦ୍ରା ଓ ଦୁଶ୍ଚିନ୍ତା ଦୂର କରିବାରେ ସାହାଯ୍ୟ କରିଥାଏ।

୫. ଟାଇପ୍–୨ ଡାଏବେଟିସ୍ ରୋଗୀଙ୍କ ପାଇଁ ଲାଭଦାୟକ – ବ୍ରାହ୍ମୀରେ ଆଣ୍ଟିଡାଏବେଟିକ୍ ଗୁଣ ମଧ୍ୟ ରହିଛି। ନିୟମିତ ସେବନ ଦ୍ୱାରା ଡାଏବେଟିସ ନିୟନ୍ତ୍ରଣ ହୋଇଥାଏ। ବ୍ରାହ୍ମୀରେ ଆଣ୍ଟିହାଇପରଗ୍ଲାଇସେମିକ ଗୁଣ ରହିଛି ଯେଉଁଥିପାଇଁ ଟାଇପ୍-୨ ଡାଏବେଟିସ୍ ରୋଗୀଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ।

୬. ବ୍ରାହ୍ମୀ ତେଲ କମ କରିଥାଏ ଯନ୍ତ୍ରଣା – ବ୍ରାହ୍ମୀ ତେଲ ଯନ୍ତ୍ରଣା କମ କରିବାରେ ସାହାଯ୍ୟ କରିଥାଏ। ବ୍ରାହ୍ମୀରେ ଆଣ୍ଟିନୋସିସେପ୍ଟିଭ୍ ଗୁଣ ରହିଛି ଯାହା ଯନ୍ତ୍ରଣା ନିବାରକ ଭଳି କାମ କରିଥାଏ। ଗଣ୍ଠି ଓ ମାଂସପେଶୀ ସମ୍ବନ୍ଧୀୟ ଯନ୍ତ୍ରଣା ବା ଘୋଳବିନ୍ଧା ହେଉଥିଲା ବ୍ରାହ୍ମୀ ତେଲ ବହୁତ ଲାଭଦାୟକ ପ୍ରମାଣିତ ହୋଇଥାଏ।

୭. ଶ୍ୱାସ ପାଇଁ ଗୁଣକାରୀ – ଶ୍ୱାସ ରୋଗୀଙ୍କ ପାଇଁ ବ୍ରାହ୍ମୀ ଅର୍କ ବା ଜୁସ ବହୁତ ଲାଭଦାୟକ। ଆଣ୍ଟିଅକ୍ସିଡେଣ୍ଟ ଓ ଏଡାପଟୋଜେନ ଗୁଣ ଯୋଗୁଁ ଫୁସଫୁସ ମଜବୁତ କରିଥାଏ। ଏହାଦ୍ୱାରା ଶ୍ୱାସନଳୀରେ ଜ୍ବଳନ ଓ ସୁଜନ ସମସ୍ୟା ଦୂର ହୋଇଥାଏ।

୮. ଶିଶୁଙ୍କ ମସ୍ତିସ୍କ ବିକାଶ କରିଥାଏ – ଛୋଟ ଶିଶୁଙ୍କ ମସ୍ତିସ୍କ ବିକଶିତ ହେଉଥାଏ। ସେଥିପାଇଁ ଶିଶୁଙ୍କୁ ବ୍ରାହ୍ମୀ ରସ ଦେଲେ ମସ୍ତିସ୍କ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ ଏବଂ ବହୁତ ଦ୍ରୁତ ଗତିରେ ବିକଶିତ ହୋଇଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ