ରାଜ୍ୟ

ବ୍ରାହ୍ମଣୀ ନଦୀରେ ହେବ ଆଭ୍ୟନ୍ତରୀଣ ଜଳପଥ: ୧୨,୦୦୦ କୋଟି ନିବେଶ ହେବ

ନୂଆଦିଲ୍ଲୀ: ଓଡ଼ିଶାର ଚାରିଟି ପ୍ରମୁଖ ଶିଳ୍ପ ପୁଞ୍ଜରୁ ପାରାଦୀପ ଓ ଧାମରା ବନ୍ଦରକୁ ସାମଗ୍ରୀ ପରିବହନ କରିବା ଲାଗି ବ୍ରାହ୍ମଣୀ ନଦୀରେ ଏକ ଆଭ୍ୟନ୍ତରୀଣ ଜଳପଥ ବିକାଶ କରାଯିବ। କେନ୍ଦ୍ର ସରକାର ଏହି ଜଳପଥ ବିକାଶ କରିବାରେ ୧୨,୦୦୦ କୋଟି ଟଙ୍କା ନିବେଶ କରିବେ। ଇଞ୍ଜିନିୟରିଂ, ପ୍ରକ୍ୟୁରମେଣ୍ଟ୍‌ ଓ କନଷ୍ଟ୍ରକ୍ସନ (ଇପିସି) ମଡେଲ୍‌ରେ ଏହି ଜଳପଥ ବିକାଶ କରିବାକୁ ଯୋଜନା ରହିଛି। ଏହି ଜଳପଥ ବିକାଶ କରିବା ଲାଗି କୋଲ୍ ଇଣ୍ଡିଆ, ଭାରତୀୟ ଆଭ୍ୟନ୍ତରୀଣ ଜଳପଥ କର୍ତ୍ତୃପକ୍ଷ, ପାରାଦୀପ ବନ୍ଦର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଏକ ସ୍ପେସିଆଲ ପରପସ୍ ଭେଇକିଲ୍ (ଏସ୍‌ପିଭି) ଗଠନ କରାଯାଇଛି। ସମସ୍ତ ପକ୍ଷ ଏସ୍‌ପିଭି ଗଠନକୁ ନୀତିଗତ ମଞ୍ଜୁରି ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ମଧ୍ୟ ଏହି ପ୍ରକଳ୍ପ ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଅଂଶଧନର ରୂପରେଖ ଅନୁସାରେ ପ୍ରତି ପକ୍ଷ ନିବେଶ ରାଶି ପ୍ରଦାନ କରିବେ।

ଏହି ପ୍ରକଳ୍ପ ଲାଗି ବିପୁଳ ପରିମାଣର ପୁଞ୍ଜିନିବେଶ ଦରକାର। ତେଣୁ କେନ୍ଦ୍ର ସରକାରଙ୍କ ପାଣ୍ଠି ନିହାତି ଦରକାର ପଡ଼ିବ। ବିଶେଷ କରି ନଦୀକୁ ଗଭୀର କରିବା ଏବଂ ନଦୀର ଗଭୀରତାରେ ଯେଉଁ ତାରତମ୍ୟ ରହୁଛି ତାହାର ପରିଚାଳନା କରିବା ପାଇଁ ଦିଗ ନିର୍ଧାରଣକାରୀ ଲକ୍‌ ଆଦିରେ ଅଧିକ ପୁଞ୍ଜିନିବେଶ ହେବ।
ଜାହାଜ ଓ ଜଳପଥ ମନ୍ତ୍ରାଳୟ ପକ୍ଷରୁ ଜଳପଥରେ ପରିବହନକୁ ସବୁଠୁ ସୁଲଭ ପରିବହନ ମାଧ୍ୟମ ଅଭିହିତ କରାଯାଇଛି। ବିପୁଳ ପରିମାଣର ସାମଗ୍ରୀ ପରିବହନ ଲାଗି ତାହା ବେଶ ଉପଯୋଗୀ। ବର୍ତ୍ତମାନ ଦେଶର ବିଭିନ୍ନ ପରିବହନ ମାଧ୍ୟମ ପ୍ରତି ଜଳପଥର ଅବଦାନ ମାତ୍ର ୨ ପ୍ରତିଶତ ରହିଛି। ୨୦୩୦ ସୁଦ୍ଧା ତାହାକୁ ୫ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚାଇବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଉଲ୍ଳେଖଯୋଗ୍ୟ, ଜାତୀୟ ଜଳପଥ-୫ରେ ଏବେ ଏକ ନିୟୁତ ଟନ୍ ପଣ୍ୟ ପରିବହନ ହେଉଛି। ୨୦୩୦ ସୁଦ୍ଧା ତାହା ୧୨-୧୪ ନିୟୁତ ଟନ୍‌ରେ ପହଞ୍ଚିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।