ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବ୍ରହ୍ମୋସ୍ ଏବେ ବ୍ରହ୍ମାସ୍ତ୍ର: ପ୍ରତିରକ୍ଷା ବିଭାଗ ମୁଖ୍ୟ

ନୂଆଦିଲ୍ଲୀ: ଚୀନ୍ ଓ ପାକିସ୍ତାନ ସୀମାରେ ବିବାଦ ଲାଗିରହିଥିବା ବେଳେ ସମ୍ଭାବ୍ୟ ପରିସ୍ଥିତି ପାଇଁ ଭାରତ ଲାଗି ବ୍ରହ୍ମୋସ୍ ପରି ଦୂରଗାମୀ ସୁପରସୋନିକ୍ କ୍ରୁଜ୍ ମିସାଇଲର ଆବଶ୍ୟକତା ରହିଛି ବୋଲି ବୁଧବାର ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ସିଡିଏସ୍‌ ଜେନେରାଲ ଅନିଲ ଚୌହାନ କହିଛନ୍ତି, ବ୍ରହ୍ମୋସ୍ ଏବେ ଆମ ସେନା ପାଇଁ ବ୍ରହ୍ମାସ୍ତ୍ରରେ ପରିଣତ ହୋଇଛି। ‘ଆତ୍ମନିର୍ଭରତା’ ପାଇଁ ଯେଉଁ ଅଭିଯାନ ଆରମ୍ଭ ହୋଇଛି, ତାହା ଏବେ ସଫଳତାର ସହ ଜାରି ରହିଛି ବୋଲି ସେ କହିଛନ୍ତି। ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ସାଲ ଭିଆର୍ ଚୌଧାରୀ ଭାରତ-ରୁଷ୍ ବ୍ରହ୍ମୋସ୍ ଏୟାର୍‌ସ୍ପେସ୍ ଯୌଥ ଉଦ୍ୟୋଗର ରୌପ୍ୟ ଜୁବିଲି ପାଳନ ଅବସରରେ କହିଛନ୍ତି ଯେ, ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର କ୍ଷମତା ବୃଦ୍ଧି କରାଯାଇଛି। ୨୯୦ କିମିରୁ ଏହାର ଲକ୍ଷ୍ୟଭେଦ କ୍ଷମତା ୪୫୦ କିମି ଯାଏ ବୃଦ୍ଧି କରାଯାଇଛି। ସୁଖୋଇ-୩୦ଏମ୍‌କେଆଇ ଲଢ଼ୁଆ ବିମାନରେ ଏହାକୁ ମୁତୟନ କରାଯାଇଛି।

ଏହାଦ୍ବାରା ଆମର ଆକ୍ରମଣ କ୍ଷମତା ଯଥେଷ୍ଟ ବୃଦ୍ଧି ପାଇଛି। ଏହି ଦ୍ବିତୀୟ ପିଢ଼ି ବ୍ରହ୍ମୋସ୍ ଶବ୍ଦର ବେଗଠାରୁ ପ୍ରାୟ ୩ଗୁଣ ଅଧିକ ବେଗରେ ଗତିକରି ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳକୁ ଭେଦ କରିପାରିବ। ମିଗ୍-୨୯, ମିରେଜ-୨୦୦୦ ଓ ତେଜସ୍ ପରି ‌ଅପେକ୍ଷାକୃତ ଛୋଟ ଲଢ଼ୁଆ ବିମାନରେ ବି ଏହାକୁ ମୁତୟନ କରାଯାଇପାରିବ। ୮୦୦ କିମି ଦୂରଗାମୀ ବ୍ରହ୍ମୋସ୍‌ର ଅନ୍ତରୀଣ ପରୀକ୍ଷା ବି ଶେ‌ଷ ହୋଇଛି। ଦରକାର ସମୟରେ ଏହାକୁ ସଫଳଭାବେ କ୍ଷେପଣ କରାଯାଇପାରିବ ବୋଲି ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି। ରୁଷ୍ ପରି ବିଦେଶୀ ଅଂଶୀଦାରଙ୍କ ସହ ଭାରତ ବ୍ରହ୍ମୋସ୍ ଏୟାର୍‌ସ୍ପେସ୍ ଉଦ୍ୟୋଗ ସ୍ଥାପନ କରିଛି ଏବଂ ଏ କ୍ଷେତ୍ରରେ ନିରନ୍ତର ଗବେଷଣା ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ