ରାଜ୍ୟ

ବ୍ରହ୍ମପୁର ଲୋକସଭା, ବିଧାନସଭା ଆସନରେ ପ୍ରାର୍ଥୀ ଚୟନର ପ୍ରତିବାଦ

ବ୍ରହ୍ମପୁର: ବ୍ରହ୍ମପୁର ଲୋକସଭା ଓ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଦଳରୁ ବିରୋଧ ଆରମ୍ଭ ହୋଇଛି। ଉଭୟ ଆସନରେ ଟିକେଟ ଆଶାୟୀ ଥିବା ନେତା ଅସନ୍ତୋଷ ଜାହିର କରିବା ଆରମ୍ଭ କରି ଦେଇଛନ୍ତି। କିଛି ନେତା ପାଟି ଖୋଲୁ ନଥିବା ବେଳେ ଆଉ କିଛି ନେତା ଦଳ ଛାଡ଼ିଲେଣି। ଏହି କ୍ରମରେ ଆଜି ପୂର୍ବତନ ଉପବାଚସ୍ପତି ତଥା ବରିଷ୍ଠ ବିଜେଡି ନେତା ରାମଚନ୍ଦ୍ର ପଣ୍ଡା ଦଳରୁ ଇସ୍ତଫା ଦେଇଛନ୍ତି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କର ଇସ୍ତଫାପତ୍ର ପ୍ରେରଣ କରିଥିବା ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଛନ୍ତି। ସେହିଭଳି ବିଜେଡିର ଅନ୍ୟତମ ବରିଷ୍ଠ ନେତା ତଥା ବିଜେଡି ପୂର୍ବତନ ରାଜ୍ୟ ସମ୍ପାଦକ ଟି. ଗୋପୀ ମଧ୍ୟ ଦଳ ତ୍ୟାଗ କରି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ତାଙ୍କର ଇସ୍ତଫାପତ୍ର ପଠାଇଛନ୍ତି।

ପୂର୍ବତନ ଉପବାଚସ୍ପତି ଶ୍ରୀ ପଣ୍ଡା କହିଛନ୍ତି, ‘ଗତ ୫୦ବର୍ଷ ଧରି ଛାତ୍ର ଜୀବନରୁ ରାଜନୀତି କରି ଲୋକଙ୍କ ସେବା କରି ଆସୁଛି। ଜିଲ୍ଲାର ବିଭିନ୍ନ ଆନ୍ଦୋଳନରେ ସାମିଲ ହୋଇ ଋଷିକୁଲ୍ୟା ବଞ୍ଚାଅ ଅଭିଯାନ ସହିତ ଚାଷୀ ସମସ୍ୟା ସମାଧାନ ପାଇଁ ଲଢ଼େଇ କରିଛି। ବିଜୁ ବାବୁଙ୍କ ଅମଳରେ ଉଠାଜଳସେଚନ ନିଗମ ଅଧ୍ୟକ୍ଷ ପଦବିରେ ରହିବା ପରେ ଜଳସେଚନର ବିକାଶ ଦିଗରେ ବହୁ ପଦକ୍ଷେପ ନିଆଯାଇଛି। ସେହିପରି ଗତ ୭ବର୍ଷ ଧରି ବିଜେଡି ସରକାର ଅମଳରେ ବିଭିନ୍ନ ପଦରେ ରହି ସୁଚାରୂ ରୂପେ ଦାୟିତ୍ବ ସମ୍ପାଦନ କରି ଆସିଛି। କିନ୍ତୁ ଦଳ ମୋତେ ବିଶ୍ବାସକୁ ନେଲା ନାହିଁ କି ଗୁରୁତ୍ବ ଦିଆଗଲା ନାହିଁ।’ ସେ ଆହୁରି କହିଛନ୍ତି, ଗତ ୨୦୧୯ ନିର୍ବାଚନରେ ମୋତ ସୁଯୋଗ ଦିଆଗଲା ନାହିଁ। ତଥାପି ମୁଁ ଦଳ ପାଇଁ ନିଷ୍ଠାର ସହିତ କାମ କରି ଚାଲିଥିଲି। ଏଥର ମଧ୍ୟ ମୋ’ ସହିତ ଛଳନା କରାଯାଇଛି। ବ୍ରହ୍ମପୁର ସାଂସଦ ଟିକେଟ ପାଇଁ ବାରମ୍ବାର ଦୃଷ୍ଟି ଆକର୍ଷଣ କରି ଅନୁରୋଧ କରାଯାଇଥିଲା। ଏହା ପରେ ଗତ ୧ ତାରିଖରେ ଭୁବନେଶ୍ବର ଆଲୋଚନା ପାଇଁ ଡାକି ଅନ୍ୟ ଜଣେ ଆମଦାନୀ ନେତାଙ୍କୁ ବ୍ରହ୍ମପୁର ବିଜେଡି ଲୋକସଭା ଟିକେଟ ଦିଆଗଲା।

ଯାହାକି ମୋର ସ୍ବାଭିମାନ ଓ ସ୍ବାଧୀନତା ପ୍ରତି ଏକ ପ୍ରକାର କଟାକ୍ଷ ହୋଇଛି। ଏଣୁ ମୁଁ ବାଧ୍ୟ ହୋଇ ବିଜେଡିରୁ ଇସ୍ତଫା ଦେଇଛି ବୋଲି ଶ୍ରୀ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ବିଜେଡିରୁ ଇସ୍ତଫା ଦେବା ପରେ ସେ ଅନ୍ୟ କୌଣସି ଦଳରେ ଯୋଗଦାନ ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି କହିଛନ୍ତି। ଆଗକୁ ମଧ୍ୟ ଜନସାଧାରଣଙ୍କ ସେବା ଜାରି ରଖିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ସେହିପରି ‌ବିଜେଡି ନେତା ଗୋପୀ ବ୍ରହ୍ମପୁର ବିଜେଡି ବିଧାୟକ ପଦ ଟିକେଟ ଆଶାୟୀ ଥିଲେ। ଦୀର୍ଘବର୍ଷ ଧରି ଦଳର ଜଣେ ସକ୍ରିୟ ନେତା ଭାବେ ସମସ୍ତ ଦାୟିତ୍ବ ତୁଲାଇବା ସତ୍ତ୍ବେ ଆମ ପ୍ରତି ଅଣଦେଖା କରାଯାଇଛି। ଆମ ପରିଶ୍ରମର କୌଣସି ମୂଲ୍ୟ ନାହିଁ। ବିନା କୌଣସି ଆଲୋଚନାରେ ଏକତରଫା ନିଷ୍ପତ୍ତି ନିଆଯାଇଛି। ବିଜେଡିରେ ପୁରୁଣା ନେତାଙ୍କୁ ଏବେ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଉଛି। ଯାହାକି ଆମକୁ ଭାରି କଷ୍ଟ ଦେଉଛି ବୋଲି ଗୋପ‌ୀ କହିଛନ୍ତି। ଏଣୁ ବାଧ୍ୟ ହୋଇ ନିଜର ସ୍ବାଭିମାନ ରକ୍ଷା ପାଇଁ ସେ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।