ଅପରାଧ ରାଜ୍ୟ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗକୁ ନେଇ ଚର୍ଚ୍ଚା: ଆସୋସିଏଟ ପ୍ରଫେସରଙ୍କୁ ମହିଳାଙ୍କ ମାଡ଼ ଭିଡ଼ିଓ ଭାଇରଲ

ଗୋପାଳପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗ ପୁଣି ଚର୍ଚ୍ଚାକୁ ଆସିଛି। ଇଂରାଜୀ ବିଭାଗର ଜଣେ ଆସୋସିଏଟ୍‌ ପ୍ରଫେସରଙ୍କୁ ଜଣେ ମହିଳା ମାଡ଼ ମାରୁଥିବାର ଭିଡ଼ିଓ ଭାଇରାଲ୍‌ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଶନିବାର ଦିନ ପ୍ରାୟ ୧୧ଟା ବେଳେ ଇଂରାଜୀ ବିଭାଗର ଆସୋସିଏଟ୍‌ ପ୍ରଫେସର ନିଜ ଚାମ୍ବରରେ ବସିଥିବା ବ‌େଳେ ଜଣେ ମହିଳା ଆସି ପାଟିତୁଣ୍ଡ କରିବା ସହ ଭିତର ପଟୁ କବାଟ ଦେଇ ମାଡ଼ ମାରିଥିଲେ। ଚାମ୍ବରରେ ପାଟିତୁଣ୍ଡ ଶୁଣି କିଛି ଅଧ୍ୟାପକ କବାଟ ଖୋଲିବାକୁ କହିଥିଲେ। କବାଟ ନଖୋଲିବାରୁ ନିରାପତ୍ତା ଅଧିକାରୀଙ୍କୁ ଜଣାଇଥିଲେ। କିଛି ସମୟ ପରେ କବାଟ ଖୋଲିଥିଲେ। ଉଭୟଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଆସୋସିଏଟ୍‌ ପ୍ରଫେସରଙ୍କୁ ମାଡ଼ ମାରିବାର ଭିଡ଼ିଓ ଭାଇରାଲ୍‌ ହେବା ପରେ ଏହାକୁ ନେଇ ବିଶ୍ବବିଦ୍ୟାଳୟରେ ଚର୍ଚ୍ଚା ଜୋର୍‌ ଧରିଛି।

ଏନେଇ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ ସହ ଯୋଗାଯୋଗ କରାଯିବାରେ ସେ ଭୁବନେଶ୍ବର ଥିବା କହିବା ସହ ଏଭଳି ଏକ ଅଭିଯୋଗ ଶୁଣିବାକୁ ମିଳିଛି ବୋଲି କହିଛନ୍ତି। ଭୁବନେଶ୍ବରରୁ ଫେରିବା ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି କହିଛନ୍ତି। ତେବେ ଜଣେ ଆସୋସିଏଟ୍‌ ପ୍ରଫେସରଙ୍କ ଚାମ୍ବର ଭିତରେ ପଶି ମାଡ଼ ମାରିବା ଘଟଣା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରଥମ ଘଟଣା ବୋଲି ଆଲୋଚନା ହେଉଛି। ମାଡ଼ ମାରୁଥିବା ମହିଳା ଜଣକ କିଏ ତାହା ସ୍ପଷ୍ଟ ହୋଇନଥିବା ବେଳେ ପାରିବାରିକ ବିବାଦକୁ ନେଇ ଏଭଳି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।