ରାଜ୍ୟ ସ୍ପେଶାଲ ରିପୋର୍ଟ

ବ୍ରହ୍ମପୁରରେ ପଛରେ ପଡ଼ିଛି ମହିଳା ନେତୃତ୍ବ: ଜୟନ୍ତୀଙ୍କ ପରେ ଦୁଇ ଦଶନ୍ଧି ଫାଙ୍କା

ବ୍ରହ୍ମପୁର: ବ୍ରହ୍ମପୁରରେ ମହିଳା ନେତୃତ୍ବ ପଛରେ ପଡ଼ିଯାଇଥିବା ଭଳି ଅନୁଭବ ହେଉଛି। ଉଭୟ ବ୍ରହ୍ମପୁର ଲୋକସଭା ଓ ବିଧାନସଭାର ବିଗତ ନିର୍ବାଚନ ଫଳାଫଳ ଉପରେ ନଜର ପକାଇଲେ ଏହା ସ୍ପଷ୍ଟ ବାରି ହୋଇଯାଉଛି।
ଶେଷଥର ପାଇଁ ଗତ ୧୯୯୮ ସାଧାରଣ ନିର୍ବାଚନରେ ଜୟନ୍ତୀ ପଟ୍ଟନାୟକ ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୯ରେ ଜୟନ୍ତୀ ପଟ୍ଟନାୟକ କଂଗ୍ରେସରୁ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ଏହାପରଠାରୁ ଗତ ଦୁଇଦଶନ୍ଧିରୁ ଅଧିକ ସମୟ ହେଲା ଉଭୟ ବ୍ରହ୍ମପୁର ବିଧାୟସଭା ଓ ଲୋକସଭା ଆସନରୁ କୌଣସି ଦଳରୁ ଜଣେ ବି ମହିଳା ନେତ୍ରୀ ପ୍ରାର୍ଥୀ ହୋଇନାହାନ୍ତି। ବ୍ରହ୍ମପୁରରେ ମହିଳା ନେତ୍ରୀଙ୍କ ନେତୃତ୍ବର ଅଭାବ ରହିଛି ନା ଏହାପଛରେ ଅନ୍ୟ କିଛି କାରଣ ଅଛି, ତାହା ସ୍ପଷ୍ଟ ହେଉନାହିଁ। ତେବେ, ଆଗକୁ ନିର୍ବାଚନ ରହିଥିବା ବେଳେ ବ୍ରହ୍ମପୁର ବିଧାନସଭା ଓ ଲୋକସଭା ଆସନ ପାଇଁ ଏକାଧିକ ମହିଳା ନେତ୍ରୀ ଆଶାୟୀ ରହିଛନ୍ତି।

ସୂଚନା ଅନୁସ‌ା‌େର, କିଛିଦିନ ତଳେ ବିଜେଡି ନେତ୍ରୀ ମମତା ବିଷୋୟୀ ବିଧାୟକ କିମ୍ବା ସାଂସଦ ପ୍ରାର୍ଥୀ ହେବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଶ୍ରୀମତୀ ବିଷୋୟୀଙ୍କୁ ବାଦ୍‌ ଦେଲେ ନାରୀନେତ୍ରୀ ତଥା ସମା‌ଜସେବୀ ସରିତା ପଣ୍ଡା ବିଜେଡି ଟିକଟରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ହେବାପାଇଁ ଲବିରେ ରହିଛନ୍ତି। ବିଜେଡିରେ ଆହୁରି ଏକାଧିକ ମହିଳା ନେତ୍ରୀ ବିଧାୟକ ଟିକଟ ପାଇବା ଆଶାରେ ରହିଛନ୍ତି। ହେଲେ ସେମାନେ ଖୋଲାଖୋଲି ଆଗକୁ ଆସିପାରୁ ନାହାନ୍ତି। ଲୋକସଭାରେ ବିଜେଡି ୩୩% ଆସନରେ ମହିଳାଙ୍କ ପ୍ରତିନିଧିତ୍ବ ଉପରେ ଗୁରୁତ୍ବ ଦେଉଥିବା ବେଳେ ବିଧାନସଭା କ୍ଷେତ୍ରରେ କୌଣସି ସ୍ପଷ୍ଟ ଆଭିମୁଖ୍ୟ ରଖିନାହିଁ। ଏପରିସ୍ଥଳେ ଏବେ ମହିଳା ପ୍ରତିନିଧିତ୍ବକୁ ସୁଯୋଗ ମିଳୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।