ଦେଶ ବିଦେଶ ମନୋରଞ୍ଜନ

ବୋଲ୍ଡ ଫଟୋସୁଟ୍ ପାଇଁ ରଜନୀଙ୍କୁ ଟ୍ରୋଲ୍‌

ପରିଣତ ବୟସରେ ବୋଲ୍ଡ ଫଟୋସୁଟ୍‌ ପାଇଁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଜନୀ ଚାଣ୍ଡିଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ସାମାଜିକ ଗଣମାଧ୍ୟମରେ ବହୁ ଲୋକ ତାଙ୍କୁ ପରିହାସ କରିବା ସହ ତାଙ୍କ ବୋଲଡ୍‌ ଫଟୋରେ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଛନ୍ତି। କିଛି ୟୁଜର୍‌ ତାଙ୍କୁ ଚିଡ଼ାଇବା ଉଦ୍ଦେଶ୍ୟରେ କହିଛନ୍ତି ଯେ ବୟସ୍କା ମହିଳାମାନଙ୍କ ଏପରି ଫଟୋ ଯୁବବର୍ଗଙ୍କୁ ବିଚଳିତ କରୁଛି। ତେଣୁ ରଜନୀ ଘରେ ବସି ବାଇବେଲ୍‌ ପଢ଼ନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। ସୂଚନା‌ଯୋଗ୍ୟ, ରଜନୀଙ୍କୁ ଏବେ ୬୯ ବର୍ଷ। ସେ ବହୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ ୪ ବର୍ଷ ତଳେ ଅର୍ଥାତ୍ ୬୫ବର୍ଷ ବୟସରେ ମାଲାୟଲମ୍ ଚଳଚ୍ଚିତ୍ର ‘ଓରୁ ମୁଥାସି ଗଧା’ରେ ଅଭିନୟ କରି କେରଳ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ