ଅପରାଧ ରାଜ୍ୟ

ବୋରିଗୁମ୍ମା ବ୍ଲକ୍‌ରେ ସାଂଘାତିକ ସ୍ଥିତି: ୧୨ଦିନରେ ୭ ନବଜାତ ଶିଶୁଙ୍କ ମୃତ୍ୟୁ

କୋରାପୁଟ/ବୋରିଗୁମ୍ମା : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ରେ ସାଂଘାତିକ ସ୍ଥିତି। ଗତ ୧୨ଦିନ ମଧ୍ୟରେ ୭ଜଣ ନବଜାତ ଶିଶୁଙ୍କ ମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। କେଉଁ ସ୍ତରରେ ଅବହେଳା ଯୋଗୁ ଶିଶୁ ମୃତ୍ୟୁ ସଂଖ୍ୟା ବଢ଼ିଲା, ତାହାର ତଦନ୍ତ ସହ ଶିଶୁ ମୃତ୍ୟୁ ରୋକିବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି।

ଚଳିତ ମାସ ୪ତାରିଖ ଦିନ ଦୁଇ ନବଜାତ ଶିଶୁଙ୍କ ମୃତ୍ୟୁ ଖବର ସାମ୍‌ନାକୁ ଆସିଥିଲା। କାଠରଗଡ଼ା ପଞ୍ଚାୟତର ନୂଆଗୁଡ଼ା ଗାଁର ପିଣ୍ଟୁ ସୁନାଙ୍କ ଦୁଇ ମାସର ଶିଶୁପୁତ୍ର ପ୍ରିନ୍ସ ୩ତାରିଖ ରାତିରେ ମୃତ୍ୟୁବରଣ କରିଥିଲା। ସେହିଦିନ ସେହି ଗାଁର ଦିଲ୍ଲୀପ ଗଣ୍ଡାଙ୍କ ୩ଦିନର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ୬ ତାରିଖରେ ଶଶାହାଣ୍ଡି ଗାଁର ଜଣେ, ୧୩ ତାରିଖରେ ବାଲିଗୁଡା ଓ ନାରିଗାଁରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ସଦ୍ୟତମ ଘଟଣା ଅନୁଯାୟୀ, ବିବଲିଗୁଡ଼ା ଗାଁର ଜଣେ ୧୪ଦିନର ଶିଶୁପୁତ୍ରର ଗତକାଲି ରାତିରେ ମୃତ୍ୟୁ ହୋଇଛି।। ଏହିପରି ଭାବେ ୭ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ କେଉଁ କାରଣରୁ ଲଗାତାର ଭାବେ ଶିଶୁଙ୍କ ମୃତ୍ୟୁ ହେଉଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି।

ଏ ନେଇ ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ହର ପ୍ରସାଦ ପାଣିଗ୍ରାହୀ କହିଛନ୍ତି, ଭିନ୍ନ ଭିନ୍ନ କାରଣରୁ ଶିଶୁଙ୍କ ମୃତ୍ୟୁ ହୋଇଛି। ଏନେଇ ତଥ୍ୟ ସଂଗ୍ରହ କରାଯାଉଛି। ସେହିପରି ଗୁରୁତର ଅବସ୍ଥାରେ ଶିଶୁଙ୍କୁ ନେଇ ପରିବାର ଲୋକ ଡାକ୍ତରଖାନା ଆସୁଛନ୍ତି। ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଲେ ସଚେତନତା ଅଭାବରୁ ଅଭିଭାବକ ସେଠାକୁ ନେଉନାହାନ୍ତି ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।