ଶିକ୍ଷା ଓ ନିଯୁକ୍ତି

ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା, ଦୃଷ୍ଟିହୀନଙ୍କ ଦୃଷ୍ଟିଶକ୍ତି ଫେରାଇ ଆଣିବ ଭୂତାଣୁ !

ନୂଆଦିଲ୍ଲୀ ୨୪/୧୦: କରୋନା ଭୂତାଣୁ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ଭୂତାଣୁ ବିଶ୍ବରେ ସଂହାରଲୀଳା ଚଳାଇଛି। ଗୋଟିଏ ପଟେ ଭୂତାଣୁ ଜୀବନ ନେଉଥିବା ବେଳେ ଅନ୍ୟପଟେ ଏମିତି ଏକ ଭୂତାଣୁର ସନ୍ଧାନ ପାଇଛନ୍ତି ବୈଜ୍ଞାନିକ ଯାହା ଦୃଷ୍ଟିହୀନଙ୍କ ପାଇଁ ସାଜିବ ସଞ୍ଜିବନୀ। ମଣିଷର ଦୃଷ୍ଟିଶକ୍ତି ଫେରାଇବ ଭାଇରସ୍‌(ଭୂତାଣୁ)! ଏନେଇ ଆମେରିକାର ବୈଜ୍ଞାନିକଙ୍କୁ ମିଳିଛି ବଡ଼ ସଫଳତା। ଏକ ଭାଇରସ୍‌ର ଜେନେଟିକ୍‌ ସଂରଚନାରେ ପରିବର୍ତ୍ତନ କରି ଦୃଷ୍ଟିହୀନ ବ୍ୟକ୍ତଙ୍କ ଦୃଷ୍ଟିଶକ୍ତି ଫେରାଇ ଆଣିହେବ। ଏଭଳି ଦାବି କରିଛନ୍ତି ଆମେରିକାର କିଛି ବୈଜ୍ଞାନିକ। ଏହି ପରୀକ୍ଷା ଅନ୍ଧ ମୂଷା ଉପରେ କରାଯାଇଥିବା ବେଳେ ଏଥିରେ ବୈଜ୍ଞାନିକଙ୍କୁ ଅଭୁତପୂର୍ବ ସଫଳତା ମିଳିଥିବା ଜଣାପଡ଼ିଛି। ସବୁଠୁ ଭଲ ଖବର ହେଉଛି ଏହି ପରୀକ୍ଷଣ ସମୟରେ ମୂଷାର ଦୃଷ୍ଟିଶକ୍ତି ଫେରିଥିବା ବେଳେ ମୂଷା ଶରୀରରେ ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇନଥିଲା।

ମୂଷା ଦେହରେ ଏହାର ସଫଳ ପରୀକ୍ଷଣ ପରେ ଏବେ ମଣିଷଙ୍କ ଉପରେ ଏହାର ପରୀକ୍ଷଣ ହେବ ବୋଲି ଟେକ୍ସାସ୍‌ ନାନୋସ୍କୋପ୍‌ ଫାର୍ମର ବରିଷ୍ଠ ବୈଜ୍ଞାନିକ ସୁବ୍ରତ ବଟବ୍ୟାଲ୍‌ କହିଛନ୍ତି। ମଣିଷ ଉପରେ ଜେନେଟିକାଲି ମୋଡିଫାଏଡ୍‌(ଜିଏମ) ଭାଇରସ୍‌ ପ୍ରୟୋଗ କରିବା ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ଜଣାପଡ଼ିଛି। ତେବେ ପରୀକ୍ଷଣ ପରେ ମଣିଷର ଆଖି ଦ୍ରୁତ ବେଗରେ ଆସୁଥିବା ବସ୍ତୁ ଦେଖିବାରେ ଅସୁବିଧା ହେଉଛି କି ନାହିଁ ତାହା ଜଣାପଡ଼ିବ ବୋଲି କହିଛନ୍ତି ସୁବ୍ରତ।

ଦୃଷ୍ଟିହୀନ ମୂଷାର ଦୃଷ୍ଟିଶକ୍ତି ଫେରାଇବା ପାଇଁ ବୈଜ୍ଞାନିକମାନେ ଏକ ଜିନ୍‌ ଥେରାପିର ବ୍ୟବହାର କରିଥିଲେ। ଯାହାକି ଏକ ଲାଇଟ୍‌ ସେନ୍ସରିଂ ପ୍ରୋଟିନ୍‌ ବିକଶିତ କରିବାରେ ସହାୟକ ହୋଇଥିଲା। ଏହି ପ୍ରୋଟିନ୍‌ ଆଖିର ପଛ ଭାଗରେ ଦୃଷ୍ଟି କ୍ଷମତା ବଢ଼ାଇବାରେ ସାହାଯ୍ୟ କଲା। ତେବେ ଏହି ଥେରାପି ମାଧ୍ୟମରେ କିଛି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇନାହିଁ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।

ତେବେ ବୈଜ୍ଞାନିକାମାନେ ଜେନେଟିକ୍‌ ମୋଡିଫାଏଡ୍‌(ଜିଏମ) କରି ଏକ ଭାଇରସ୍‌କୁ ଆଖିରେ ଛାଡ଼ିଥାନ୍ତି। ଯାହାକି ରେଟିନାକୁ ଯାଇ ଏକପ୍ରକାର ପ୍ରୋଟିନ୍‌ ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ। ଏହି ପ୍ରୋଟିନ୍‌କୁ ଏମସି୦୧୦ପିଏସ୍‌ଆଇଏନ୍‌ ନାମରେ ଜଣାଯାଏ। ପ୍ରୋଟିନ୍‌ କ୍ଷତିଗ୍ରସ୍ତ ଫଟୋରିସେପ୍ଟରକୁ ଭଲ ହେବା​‌ରେ ସାହାଯ୍ୟ କରେ। ପରେ ଦୃଷ୍ଟିଶକ୍ତି ଫେରିଆସେ।

ଯଦି ଏହି ପରୀକ୍ଷଣ ମଣିଷ ଉପରେ ସଫଳ ସାବ୍ୟସ୍ତ ହୁଏ ତେବେ ଜଣେ ବ୍ୟକ୍ତି ୨୦ ଫୁଟ୍‌ ଦୂରତାରେ ସବୁ କିଛି ଦେଖିପାରିବ । କିନ୍ତୁ ଜଣେ ଭଲ ଦୃଷ୍ଟିଶକ୍ତି ଥିବା ବ୍ୟକ୍ତି ୬୦ ଫୁଟ୍‌ ଦୂରତାରେ ଦେଖିପାରେ। ଯଦି ଏହି ପରୀକ୍ଷଣ ସଫଳ ହେବ ତେବେ ମଣିଷ ସମାଜ ପାଇଁ କଲ୍ୟାଣ ହେବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ଏହି ଭାଇରସ୍‌ର ମାନବ ପରୀକ୍ଷଣ ଚଳିତବର୍ଷ ଶେଷ ଆଡ଼କୁ ହୋଇପାରେ ବୋଲି ଜଣାପଡ଼ିଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି