କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ବୈଠକରେ ନିଷ୍ପତ୍ତି: ୩ରୁ ଖୋଲିବ କେନ୍ଦ୍ରାପଡାର ପ୍ରଭୁ ଶ୍ରୀ ବଳଦେବ ଜୀଉଁଙ୍କ ମନ୍ଦିର

କେନ୍ଦ୍ରାପଡା୨/୧: ଆସନ୍ତାକାଲି ଖୋଲିବ ତୁଳସୀ କ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବୀ ଜୀଉଁଙ୍କ ମନ୍ଦିର। ଏଥିପାଇଁ ଆଜି ମନ୍ଦିର ଟ୍ରଷ୍ଟବୋର୍ଡର ଏକ ଗରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ମନ୍ଦିର ଭିତରକୁ ଏକ ସମୟରେ ଶହେ ଶ୍ରଦ୍ଧାଳୁ ଧାଡିରେ ପ୍ରବେଶ କରିବେ।

ଏହି ଧାଡି ଜଗମୋହନ ପର୍ଯ୍ୟନ୍ତ ରହିବ। ଜଗମୋହନ ମଧ୍ୟରେ ଗୋଲାକାର ବୃତ୍ତ ମଧ୍ୟରେ ସାମାଜିକ ଦୂରତା ଅବଲମ୍ବନ କରି ଶ୍ରଦ୍ଧାଳୁମାନେ ଶ୍ରୀଜୀଉମାନଙ୍କ ଦର୍ଶନ କରି ପାରିବେ। ତେବେ ଅରୁଣ ସ୍ତମ୍ଭ ନିକଟରେ ଏବଂ ବାଟ ଦେଉଳ ପୂର୍ବରୁ ସେନସର୍ ବେସ୍ଡ ସାନିଟାଇଜର୍ ରହିବ। ଏଇଠାରେ ମୁନସିପାଲିଟି କର୍ମଚାରୀମାନେ ରହି ମନ୍ଦିର ଭିତରକୁ ପ୍ରବେଶ କରୁଥିବା ଶ୍ରଦ୍ଧାଳୁମାନଙ୍କର ସ୍କ୍ରିନିଙ୍ଗ୍ କରିବେ।

ସେହିପରି ସେବାୟତମାନଙ୍କ ପାଇଁ ମଧ୍ୟ ମାସ୍କ ଓ ନିୟମିତ ବ୍ୟବଧାନରେ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ରାପଡା ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ଜ୍ୟୋତି ଶଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସେବାୟତ ପ୍ରତିନିଧି, ଟ୍ରଷ୍ଟବୋର୍ଡର ଅନ୍ୟ ସଦସ୍ୟମାନେ ଏହି ବୈଠକରେ ଉପସ୍ଥିତ ଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,