କଳା ଓ ସଂସ୍କୃତି ଧର୍ମ ପର୍ଯ୍ୟଟନ

ବୈଜ୍ଞାନିକଙ୍କ ପାଇଁ ଆଜି ବି ରହସ୍ୟମୟ ହୋଇ ରହିଛି ଏହି ସବୁ ମନ୍ଦିର : ଜାଣନ୍ତୁ ଭାରତର କେଉଁଠାରେ ରହିଛିବୈଜ୍ଞାନିକଙ୍କ ପାଇଁ ଆଜି ବି ରହସ୍ୟମୟ ହୋଇ ରହିଛି ଏହି ସବୁ ମନ୍ଦିର : ଜାଣନ୍ତୁ ଭାରତର କେଉଁଠାରେ ରହିଛି

ଆମ ଦେଶରେ ଏପରି ଅନେକ ମନ୍ଦିର ରହିଛି ଯାହା ସହ ଜଡ଼ିତ ଏପରି କିଛି ମାନ୍ୟତା ରହିଛି ତାହା ରହସ୍ୟଠୁ କମ୍ ଲାଗିବ ନାହିଁ। ଏଗୁଡ଼ିକ ମଧ୍ୟରୁ କେତେକ ମନ୍ଦିର ଏପରି ରହିଛି ଯାହାର ରହସ୍ୟ ବୈଜ୍ଞାନିକମାନେ ମଧ୍ୟ ଜାଣି ପାରି ନାହାନ୍ତି।

୧.ଜଗନ୍ନାଥ ମନ୍ଦିର : କାନପୁରର ବେହଟା ଗାଁରେ ଥିବା ଜଗନ୍ନାଥ ମନ୍ଦିର ବିଷୟରେ ମାନ୍ୟତା ରହିଛି ଯେ ଏଠାରେ ମନ୍ଦିରର ଛାତ ମୌସୁମୀ ବାୟୁ ଆସିବାର ସୂଚନା ଦେଇ ଦେଇଥାଏ। ଲୋକଙ୍କ କହିବା ଅନୁସାରେ ଏହି ମନ୍ଦିରରେ ମୌସୁମୀ ବାୟୁ ଆସିବାର ଠିକ୍ ୧୫ଦିନ ପୂର୍ବରୁ ଛାତରୁ ପାଣି ଝରିଥାଏ। ଏଥିରୁ ଲୋକେ ବର୍ଷା ଆସିବା ବିଷୟରେ ଜାଣି ପାରିଥାନ୍ତି। ଏହି ରହସ୍ୟ ବିଷୟରେ ଆଜି ଯାଏଁ ଲୋକେ ଜାଣି ପାରିନାହାନ୍ତି।

୨. ଗଙ୍ଗା ମନ୍ଦିର : ଗଡ଼ମୁକ୍ତେଶ୍ବରରେ ସ୍ଥିତ ଗଙ୍ଗା ମନ୍ଦିରର ରହସ୍ୟ ବିଷୟରେ ଆଜି ଯାଏଁ କେହି କିଛି ଜାଣି ପାରିନାହାନ୍ତି। ମନ୍ଦିର ବିଷୟରେ ମାନ୍ୟତା ରହିଛି ଯେ ମନ୍ଦିରରେ ସ୍ଥାପିତ ଶିବଲିଙ୍ଗରେ ପ୍ରତ୍ୟେକ ବର୍ଷ ଗଜା ଉଠିଥାଏ। ଯାହା ଫୁଟିଲେ ଭଗବାନ ଶିବ ଏବଂ ଅନ୍ୟ ଦେବୀ ଦେବତାଙ୍କ ଆକୃତି ବାହାରିଥାଏ। ଏହା ବିଷୟରେ ଅନେକ ଅନୁସନ୍ଧାନ ମଧ୍ୟ ହୋଇଛି କିନ୍ତୁ ଶିବଲିଙ୍ଗରେ ଅଙ୍କୁର ଉଠିବାର ରହସ୍ୟ ଆଜି ବିଷୟରେ କେହି ଜାଣି ନାହାନ୍ତି।

୩. ବାବା ଭୈରବ ମନ୍ଦିର କାଙ୍ଗଡ଼ା : କାଙ୍ଗଡ଼ାରେ ଥିବା ଏହି ଭୈରବ ମନ୍ଦିରରେ ଏକ ବିଶ୍ବାସ ରହିଛି ଯେ ଏଠାରେ ଏକ ଅଦ୍ଭୁତ ମନ୍ଦିର ରହିଛି ପ୍ରତିମା ରହିଛି ଯାହାର ଆଖିରୁ ଲୁହ ବୋହିଥାଏ। ଏଠାରେ ଆଖପାଖରେ କୌଣସି ଅଘଟଣ ଘଟିବାକୁ ଥିଲେ ଏହି ମୂର୍ତ୍ତିର ଆଖିରୁ ଲୁହ ବୋହିବା ଆରମ୍ଭ ହୋଇଯାଇଥାଏ।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ