ଅପରାଧ ରାଜ୍ୟ

ବେଳାମାର୍ଗରୁ ଶିଶୁକନ୍ୟା ଅପହରଣ

ପୁରୀ  : ବୁଧବାର ସନ୍ଧ୍ୟାରେ ପୁରୀ ବେଳାମାର୍ଗରୁ ୩ବର୍ଷର ଜଣେ ଶିଶୁକନ୍ୟାକୁ ଏକ କାର୍‌ରେ ଅପହରଣ କରାଯାଇଥିବା ବଳିଆପଣ୍ଡା ଥାନାରେ ଅଭିଯୋଗ ହୋଇଛି। ଜଣେ ମହିଳା ଏହି ଶିଶୁକନ୍ୟାକୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାସ୍ଥଳରେ ଥିବା ସିସିଟିଭି ଫୁଟେଜ୍‌କୁ ନେଇ ତଦନ୍ତ କରୁଛି।

ଅପହୃତା ଶିଶୁକନ୍ୟାର ପିତା ସଞ୍ଜୟ ମଲ୍ଲିକ ଅଭିଯୋଗ କରିଛନ୍ତି ଯେ ସେ ହୋଟେଲ ସି-ଭିୟୁ ‌ସମ୍ମୁଖରେ ବେଳାମାର୍ଗରେ ଏକ ପଇଡ଼ ଦୋକାନ କରିଛନ୍ତି। ବୁଧବାର ସନ୍ଧ୍ୟାରେ ଏକ କଳା ରଙ୍ଗର କାର୍‌ ଆସି ତାଙ୍କ ଦୋକାନ ସମ୍ମୁଖରେ ରହିଥିଲା। କାର୍‌ ଚାଳକ କାର୍‌ରେ ବସିଥିବା ମାଡାମ୍‌ଙ୍କ ପାଇଁ ଏକ ପଇଡ଼ ଦେବାକୁ କହିଥିଲା। ସଞ୍ଜୟ ପଇଡ଼ କାଟି ନିଜ ୯ ବର୍ଷର ବଡ଼ ଝିଅ ହାତରେ ଦେଇଥିଲେ। କାର୍‌ରେ ଥିବା ମହିଳାଜଣକ ଏହି ପଇଡ଼ ପିଇ ଏହାକୁ କାଟି ନାଳି ଦେବା ପାଇଁ କହିଥିଲେ। ଏହି ସମୟରେ ସଞ୍ଜୟଙ୍କ ତିନିବର୍ଷର ଝିଅ ମଧ୍ୟ କାର୍‌ ପାଖକୁ ଯାଇଥିଲା। ବଡ଼ ଭଉଣୀ ପଇଡ଼କୁ କାଟିବା ପାଇଁ ବାପାଙ୍କ ପାଖକୁ ଯିବା ସମୟରେ ୩ ବର୍ଷର ଶିଶୁ କନ୍ୟାକୁ ନେଇ ମହିଳାଜଣକ କାର୍‌ରେ ଚମ୍ପଟ ମାରିଥିଲା। ଏନେଇ ବଳିଆପଣ୍ଡା ଥାନାରେ ଅଭିଯୋଗ ହେବାରୁ ପୁଲିସ ଘଟଣାସ୍ଥଳକୁ ଯାଇ ସିସିଟିଭି ଫୁଟେଜ୍‌କୁ ସଂଗ୍ରହ କରି ଯାଞ୍ଚ କରିଥିବା ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।