ଦେଶ ବିଦେଶ ମନୋରଞ୍ଜନ

ବେଦୀରେ ବସିବା ପୂର୍ବରୁ ବହୁ ନିନ୍ଦା ଶୁଣିଥିଲେ ଜେନେଲିଆ ଡିସୋଜା, ବିବାହର ୮ ବର୍ଷ ପରେ କଲେ ଖୁଲାସା

ମୁମ୍ବାଇ ୨୯/୧୧: ଜେନେଲିଆ ଡିସୋଜା ଜଣେ ଆଗଧାଡ଼ିର ନାୟିକା ଥିଲେ। ଫିଲ୍ମ ଦୁନିଆରୁ ଦୂରେଇ ଯାଇଥଲେ ବି ଜେନେଲିଆଙ୍କ ଫ୍ୟାନ୍‌ଙ୍କ ସଂଖ୍ୟା କିଛି କମ ନାହିଁ। ଦୀର୍ଘ ୧୦ ବର୍ଷ ଡେଟିଂ କରିବା ପରେ ରିତେଶ ଦେଶମୁଖ ଓ ଜେନେଲିଆ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ତେବେ ୮ ବର୍ଷ ପରେ ନିଜ ବିବାହ ପାଇଁ କେତେ​‌ ନିନ୍ଦା ଶୁଣିବାକୁ ମିଳିଥିଲା ସେନେଇ ଖୁଲାସା କରିଛନ୍ତି ଅଭିନେତ୍ରୀ।


ବଲିଉଡର କ୍ୟୁଟ୍‌ କପଲ୍‌ କହିଲେ ଏବେ ରିତେଶ ଓ ଜେନେଲିଆଙ୍କୁ ଦର୍ଶକ ବୁଝନ୍ତି। ସୋସିଆଲ ମିଡିଆରେ ଏହି ସେଲିବ୍ରିଟି ଦମ୍ପିତି ସବୁ ବେଳେ ଆକ୍ଟିଭ୍‌ ଥାନ୍ତି। ସୋସିଆଲ ମିଡିଆରେ ସେମାନ ପୋଷ୍ଟ କରୁଥିବା ଭିଡିଓ ଓ ଫଟୋରୁ ସ୍ପଷ୍ଟ ଭାବେ ଜଣାପଡ଼େ ସେମାନେ ନିଜର ବୈବାହିକ ଜୀବନରେ ବେଶ ଖୁସି ଅଛନ୍ତି। କିନ୍ତୁ ରିତେଶଙ୍କୁ ବିବାହ କରିବା ବେଳେ ଜେନେଲିଆ ବହୁତ କିଛି ଅପକଥା ଶୁଣିବାକୁ ପାଇଥିଲେ ବୋଲି ନ୍ୟୁଜ୍‌ ୧୮କୁ ସାକ୍ଷାତକାରରେ କହିଛନ୍ତି।

ବିବାହ କରିବା ପୂର୍ବରୁ ଅନେକ ସମ୍ପର୍କୀୟ ଓ ପ୍ରଶଂସକ ତାଙ୍କୁ ଚେତାବନୀ ଦେଇଥିଲେ। କହିଥିଲେ ବିବାହ ପରେ କ୍ୟାରିୟର ନଷ୍ଟ ହୋଇଯିବ। କିଛି କିଛି ଲୋକ ଏମିତି ମଧ୍ୟ କହିଥିଲେ ଓହଃ ତୁମେ ବିବାହ କରୁଛ। ଜଣେ ଝିଅ ବିବାହ କଲେ ତା କ୍ୟାରିୟର ନଷ୍ଟ ହୋଇଯାଏ। ଅନ୍ୟ କିଛି ଶୁଭଚିନ୍ତକଙ୍କ କଥା ଶୁଣିବା ପରେ ସେ ବିବାହ କରିବା ନିଷ୍ପତ୍ତିରେ କାଏମ ରହିଥିଲେ ବୋଲି ଜେନେଲିଆ କହିଛନ୍ତି। ତେବେ ଜେନେଲିଆଙ୍କ ଏଭଳି ଏକ ଇଣ୍ଟରଭ୍ୟୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ବହୁ ଫ୍ୟାନ ତାଙ୍କର ସାକ୍ଷାତକାରକୁ ପସନ୍ଦ କରିବା ସହ ବିବାହ ପାଇଁ ନେଇଥିବା ନିଷ୍ପତ୍ତିରେ କାଏମ ରହିବାକୁ ପ୍ରଶଂସା କରିଛନ୍ତି।

୨୦୦୩ରେ ବଲିଉଡ୍‌ରେ ‘ତୁମ୍ହେ ମେରି କସମ୍‌’ରୁ ଯାତ୍ରା ଆରମ୍ଭ କରିଥିଲେ ରିତେଶ ଓ ଜେନେଲିଆ। ଫିଲ୍ମ ସେଟ୍‌ରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୧୦ ବର୍ଷ ସମ୍ପର୍କରେ ରହିବା ପରେ ୨୦୧୨ରେ ରିତେଶ ଓ ଜେନେଲିଆ ବିବାହ କରିଥିଲେ। ଏବେ ସେମାନଙ୍କର ଦୁଇ ପୁଅ ଅଛନ୍ତି। ଦୁଇ ପୁଅଙ୍କ ନାଁ ରିୟାନ ଓ ରାହିଲ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ