ରାଜ୍ୟ ସ୍ପେଶାଲ ରିପୋର୍ଟ

ବେଦବ୍ୟାସ ଝୁଲାପୋଲ ବାଟ ଫିଟିଲା; ସରକାରଙ୍କୁ ପ୍ରଦାନ କରାଗଲା ଡିପିଆର୍‌

ରାଉରକେଲା: ବିବାଦରେ ଝୁଲିଥିବା ବେଦବ୍ୟାସ ଝୁଲାପୋଲ ନର୍ମାଣ ପାଇଁ ବାଟ ଫିଟିଛି। ସର୍ଭେ ପରେ ପ୍ରକଳ୍ପ ବିସ୍ତୁତ ରିପୋର୍ଟ (ଡିପିଆର୍‌) ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ବ୍ରିଜ ପରାମର୍ଶଦାତା ଇଂ. ଅଶୋକ କୁମାର ବାସା ତ୍ରିବେଣୀ ସଙ୍ଗମ ବେଦବ୍ୟାସରେ ଅତ୍ୟାଧୁନିକ ଝୁଲାପୋଲ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି। ବେଦବ୍ୟାସ ବିକାଶ ମଞ୍ଚ, ବିଭିନ୍ନ ରାଜନୈତିକ ଦଳର ଉଦ୍ୟମ ଯୋଗୁ ଜିଲ୍ଲାବାସୀଙ୍କ ବହୁ ଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି। ହେଲେ ବ୍ରିଜ ପରାମର୍ଶଦାତା ଇଂ ବାସାଙ୍କ ସୁପାରିଶ ଓ ଡିପିଆର୍‌ ମିଳିବା ପରେ ଆସନ୍ତା ଦିନରେ ରାଜ୍ୟ ସରକାର ଦୀର୍ଘଦିନର ପ୍ରକଳ୍ପକୁ ବାସ୍ତବ ରୂପ ଦେବାକୁ କେତେଗୁରୁତ୍ବ ଦେଉଛନ୍ତି, ତା’ଉପରେ ନଜର ରହିଛି। ଉଲ୍ଲେଖଯୋଗ୍ୟ, ପ୍ରାୟ ମାସକ ତଳେ ରାଉରକେଲା ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ମନୋଜ କୁମାର ମହାନନ୍ଦ, ସହକାରୀ ନିର୍ବାହୀ ଯନ୍ତ୍ରୀ ଭାଗିରଥୀ ସାହୁ, ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ମହାପାତ୍ର ତତ୍ବାବଧାନରେ ସର୍ଭେ କାର୍ଯ୍ୟ କରାଯାଇଥିଲା।

ଅତିରିକ୍ତ ଜିଲ୍ଲାପାଳଙ୍କ ଅନୁମତିକ୍ରମେ ଅଗ୍ନିଶମ ବିଭାଗର ଅଧିକାରୀ କୃତିବାସ ସାହୁଙ୍କ ନେତୃତ୍ବରେ ୧୧ ଜଣିଆ ଦଳ ସହଯୋଗ କରିଥିଲେ। ସର୍ଭେ କାମ ସହ ପ୍ରକଳ୍ପ ରିପୋର୍ଟର ତଦାରଖ ପାଇଁ ବ୍ରିଜ ପରାମର୍ଶଦାତା ଇଂ. ‌ଅଶୋକ କୁମାର ବାସାଙ୍କୁ ଦାୟିତ୍ବ ଦିଆଯାଇଥିଲା। କେବଳ ଏତିକି ନୁହେଁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ଗତ ମେ ୧୮ରେ ଭୁବନେଶ୍ବରରୁ ବିଶ୍ବବ୍ୟାଙ୍କ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଦୁର୍ଗାପ୍ରସନ୍ନ ମିଶ୍ର ହାଡ଼ପକାଘାଟ ତଥା ପାଖାପାଖି ଅଞ୍ଚଳ ବୁଲି ଦେଖିଥିଲେ। ପ୍ରକଳ୍ପ ଉପରେ ତୁରନ୍ତ କାର୍ଯ ଆରମ୍ଭ ହେବ ବୋଲି ସେତେବେଳେ କହିଥିଲେ। ଏହା ପୂର୍ବରୁ ବେଦବ୍ୟାସ ବିକାଶ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନମନ୍ତ୍ରୀଙ୍କୁ ଝୁଲାପୋଲ ନିର୍ମାଣ ପାଇଁ ସ୍ମାରକପତ୍ର ପ୍ରଦାନ କରାଯାଇଛି। କେ‌ବଳ ଏତିକି ନୁହେଁ ବହୁ ପୂର୍ବରୁ ତତ୍କାଳୀନ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ବେଦବ୍ୟାସ ଝୁଲାପୋଲ ପାଇଁ କେନ୍ଦ୍ର ଆଦିବାସୀ ବିଭାଗ ପାଣ୍ଠିରୁ ଅର୍ଥ ମଞ୍ଜୁର କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏନ୍‌ଓସି ନ ମିଳିବାରୁ ବର୍ଷ ବର୍ଷ ଧରି ପାଣ୍ଠି ପଡ଼ି ରହିବା ପରେ ଫେରିଯାଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ବେଦବ୍ୟାସ ପୀଠର ଶୋଭବର୍ଦ୍ଧନ ପାଇଁ ଝୁଲାପୋଲ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।