ରାଜ୍ୟ

ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ

ଭୁବନେଶ୍ବର : ଜିଲ୍ଲା ସ୍ତରରେ ଅମଲାମାନେ ଗୁରୁବାରଠାରୁ ସାମୂହିକ ଛୁଟିରେ ଯାଇଛନ୍ତି। ଫଳରେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଆପାତତଃ ଅଚଳ ହୋଇଯାଇଛି। ବିଭିନ୍ନ ଜରୁରୀ କାମରେ ଯାଇଥିବା ଲୋକମାନେ ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି। ଆଜି ସରକାର ଅମଲାମାନଙ୍କୁ ଆଲୋଚନା ପାଇଁ ଡାକି ନଥିବାରୁ ପରିସ୍ଥିତି ଆହୁରି ଜଟିଳ ଆକାର ଧାରଣ କରିବାକୁ ଯାଉଛି।

ଅମଲାମାନଙ୍କ ମୁଖ୍ୟ ଦାବି ରହିଛି, ଷଷ୍ଠ ବେତନ କମିସନ୍‌ ଆଧାରରେ ଗ୍ରେଡ୍‌ ପେ’ ୧୯୦୦ ଟଙ୍କାରୁ ୪୨୦୦ ଟଙ୍କାକୁ ବୃଦ୍ଧି କରିବା। ସେମାନଙ୍କ ଅଭିଯୋଗ ହେଲା ଯେ ଅମଲାଙ୍କ ବେତନରେ ବ୍ୟାପକ ଅସଙ୍ଗତି ରହିଛି। ୨୦୧୭ ମସିହାରୁ ଜିଲ୍ଲାସ୍ତରୀୟ ଅମଲାମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ ରହିଥିଲେ ମଧ୍ୟ ବେତନରେ ଅଭିବୃଦ୍ଧି ହୋଇନାହିଁ। ଏହି ଅମଲାମାନେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡିକରେ ସଫଳ ରୂପାୟନ କରିଥାନ୍ତି। କିନ୍ତୁ ଶ୍ରେୟ ସରକାରଙ୍କୁ ମିଳିଥାଏ, ଅମଲାମାନେ ଅବହେଳା ଓ ପ୍ରତାରଣାର ଶିକାର ହୋଇଥାନ୍ତି।

ଅମଲାମାନଙ୍କ ଦାବି ପ୍ରତି ସରକାର କର୍ଣ୍ଣପାତ ନକରିବାରୁ ଆଜିର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସେମାନେ ଏପ୍ରିଲ୍‌ ମାସରୁ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଗତ ଏପ୍ରିଲ ମାସ ୨୧ ତାରିଖରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। କୌଣସି ପଦକ୍ଷେପ ନ ନିଆଯିବାରୁ ମେ ୧ ତାରିଖରେ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ଦାବି ପୂରଣ ନହେବାରୁ ଗତ ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟ‌ାଜ୍ ପିନ୍ଧି ଅମଲାମାନେ କାର୍ଯ୍ୟ କରିଥିଲେ। ଦାବି ପୂରଣ ନହେଲେ ୧ ତାରିଖରୁ ସମୂହ ଛୁଟିରେ ଯିବେ ବୋଲି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଗତ ୨୧ ତାରିଖରେ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଚେତାବନୀ ଦିଆଯାଇଥିଲା। କିନ୍ତୁ ସେମାନଙ୍କ ସହ ସରକାର କୌଣସି ଆଲୋଚନା ନକରିବାରୁ ଆଜିଠାରୁ ସାମୂହିକ ଛୁଟିରେ ଯାଇଛନ୍ତି। ଏହା ଫଳରେ ସରକାରଙ୍କ ବିଭିନ୍ନ ବିଭାଗରେ ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ହେଉଥିବା କାର୍ଯ୍ୟ ଠପ୍ ହୋଇଯାଇଛି।

ଅମଲାମାନଙ୍କ ଦାବି ଉପରେ ଆଲୋଚନା ପାଇଁ ଆସନ୍ତାକାଲି ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟି ବୈଠକ ବସିବ। ଅର୍ଥ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ। ବୈଠକ ପରେ ଅମଲାମାନଙ୍କ ପ୍ରତିନିଧିଙ୍କୁ ଆଲୋଚନା ପାଇଁ ଡାକଯିବ ବୋଲି ସୂଚନା ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।