ଦେଶ ବିଦେଶ

ବେଙ୍ଗାଲୁରୁରେ ପାଣି ପାଇଁ ଛଟପଟ: ଗାଧୋଇବା ପାଇଁ ଅଧା ବାଲଟି, ଘର ପୋଛିବାକୁ ବର୍ଜ୍ୟ ଜଳ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଗ୍ରୀଷ୍ମ ଋତୁ ଆରମ୍ଭ ହେଉ ହେଉ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେଇଛି। ଏଠାରେ ପାଣି ଅଭାବରୁ ଲକ୍ଷ ଲକ୍ଷ ଲୋକ ଛଟପଟ ହେଉଛନ୍ତି। ସହରର ଅଧିକାଂଶ ଲୋକ ପାଣି ପାଇଁ ଏବେ ଟ୍ୟାଙ୍କର ଉପରେ ନିର୍ଭର କରୁଥିବା ବେଳେ ଏହି ଅଭାବ ପୂରଣ କରିବାରେ ସରକାର ଅସମର୍ଥ ହୋଇଛନ୍ତି। ଜଳକଷ୍ଟର ସମାଧାନ ପାଇଁ ବିଭିନ୍ନ ପ୍ରୟାସ ଜାରି ରହିଥିଲେ ମଧ୍ୟ ଲୋକଙ୍କୁ ତତ୍କାଳ ସହାୟତା ମିଳିବାରେ ସମସ୍ୟା ଲାଗି ରହୁଥିବାରୁ ବିଭିନ୍ନ ଅଞ୍ଚଳରେ ଜଟିଳ ସ୍ଥିତି ଉପୁଜିଛି। ସହରର ପ୍ରାୟ ୬୦ ପ୍ରତିଶତ ଲୋକ ଏବେ ଟ୍ୟାଙ୍କର ପାଣି ବ୍ୟବହାର କରୁଛନ୍ତି। କେତେକ ଅଞ୍ଚଳରେ ଜଳ ଯୋଗାଣ ସଂପୂର୍ଣ୍ଣ ଠପ୍‌ ହୋଇଯାଇଥିବାରୁ ଲୋକେ ବହୁ କଷ୍ଟରେ ଦୂରରୁ ଜଳ ସଂଗ୍ରହ କରି କାମ ଚଳାଉଛନ୍ତି। ଲୋକେ ବାଲ୍‌ଟି ଧରି ପାଣି ପାଇଁ ରାସ୍ତାରେ ଲମ୍ବାଲାଇନ ଲଗାଇଛନ୍ତି। ଅନେକ ଲୋକ ଗାଧୋଇବା ପାଇଁ ମାତ୍ର ଅଧା ବାଲ୍‌ଟି ପାଣି ପାଉଥିବା ବେଳେ ଘର ପୋଛିବା ପାଇଁ ବର୍ଜ୍ୟ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ପରିସ୍ଥିତି ଏଭଳି ହୋଇଛି ଯେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତୀମାନଙ୍କ ବାସଭବନରେ ମଧ୍ୟ ଜଳାଭାବ ଦେଖାଦେଇଛି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଟ୍ୟାଙ୍କରରେ ପାଣି ଯୋଗାଇ ଦିଆଯାଇଥିଲା। ସହରର ହ୍ବାଇଟ୍‌ଫିଲ୍‌ଡ, ମହାଦେବପୁରା ଏବଂ ଆର୍‌ଆର୍‌ ନଗର ଅଞ୍ଚଳରେ ସ୍ଥିତି ସାଂଘାତିକ ହୋଇଥିବାରୁ ଆଜି ସେଠାରେ ଜଳ ଯୋଗାଣ ପାଇଁ ଶତାଧିକ ଟ୍ୟାଙ୍କର ନିୟୋଜିତ କରାଯାଇଛି।

ଗୋଟିଏ ପଟେ ପାଣି ପାଇଁ ହାହାକାର ସ୍ଥିତି ଲାଗି ରହିଥିବା ବେଳେ ଅନ୍ୟପଟେ ପାନୀୟ ଜଳର ଅପବ୍ୟବହାର ମଧ୍ୟ ରିପୋର୍ଟ ହୋଇଛି। ପାଣିର ଅପବ୍ୟବହାର କରୁଥିବା ବାସିନ୍ଦାଙ୍କୁ ୫ ହଜାର ଟଙ୍କା ଜରିମାନା ଲାଗୁ କରିବା ପାଇଁ ପ୍ରଶାସନ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ଅନେକ ସୋସାଇଟିରେ ମଧ୍ୟ ସମାନ ନୋଟିସ୍ ଜାରି କରାଯାଇଥିବା ଦେଖିବାକୁ ମିଳିଛି। ସୁଇମିଂ ପୁଲଗୁଡ଼ିକୁ ବନ୍ଦ କରି ଦିଆଯାଇଥିବା ବେଳେ ମୋଟର ଯାନ ଧୋଇବା ଉପରେ କଟକଣା ଜାରି କରାଯାଇଛି। ବିଶେଷଜ୍ଞଙ୍କ ମତରେ ଏଥର ରାଜ୍ୟରେ ମରୁଡ଼ି ଯୋଗୁଁ ଜଳ ସଙ୍କଟ ଗଭୀର ହୋଇଛି। ରାଜ୍ୟର ୨୩୬ ତାଲୁକାରୁ ୨୨୩ଟି ତାଲୁକାରେ ମରୁଡ଼ି ସ୍ଥିତି ଉପୁଜିଛି। ସ୍ୱାଭାବିକଠାରୁ କମ୍ ବର୍ଷା ରାଜ୍ୟର ସଙ୍କଟ ବଢ଼ାଇଛି ଏବଂ ବେଙ୍ଗାଲୁରୁରେ ୩ ହଜାରରୁ ଅଧିକ ବୋର୍‌ୱେଲ ଶୁଖିଯାଇଛି। ସହରରେ ସରକାରୀ ଏବଂ ଘରୋଇ ବ୍ୟବସ୍ଥାରେ ପ୍ରାୟ ୪ ଶହ ଟ୍ୟାଙ୍କର ମାଧ୍ୟମରେ ଜଳଯୋଗାଣ ଜାରି ରହିଛି। ବେଙ୍ଗାଲୁରୁରେ ଭୂତଳ ଜଳସ୍ତର ଯଥେଷ୍ଟ ହ୍ରାସ ପାଇଛି। ଜଳ ସଙ୍କଟରୁ ଫାଇଦା ଉଠାଇ ଏବେ ସହରରେ ପାଣି ମାଫିଆମାନେ ମଧ୍ୟ ସକ୍ରିୟ ହୋଇଉଠିଛନ୍ତି। ଙ୍ଗାଲୁରୁର ଜନସଂଖ୍ୟା ମଧ୍ୟ ପାଖାପାଖି ୧ କୋଟିରେ ପହଞ୍ଚିଛି। ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଜନସଂଖ୍ୟା କାରଣରୁ ପାଣିର ଆବଶ୍ୟକତା ବଢିଯାଇଛି। ଏବେ ସହରର ସମସ୍ତ ନଳକୂପକୁ ସରକାର ନିଜ ଅକ୍ତିଆରକୁ ନେଇ ସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି ଯେ ଏହି ଜଳ ସଙ୍କଟକୁ ଦୃଷ୍ଟିରେ ରଖି ଏକ ୱାର୍ ରୁମ୍ ଖୋଲାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ