ଅପରାଧ ରାଜ୍ୟ

ବେକାର ଯୁବକ-ଯୁବତୀଙ୍କୁ ନକଲି ନିଯୁକ୍ତିପତ୍ର: ଠକ ସଂସ୍ଥାର ୨ ଗିରଫ

ଝାରସୁଗୁଡ଼ା : ଝାରସୁଗୁଡ଼ା ବେହେରାମାଲଠାରେ ଏକ ଅଫିସ ଖୋଲି ନକଲି ନିଯୁକ୍ତିପତ୍ର ଦେଇ ବେକାର ଯୁବକ-ଯୁବତୀମାନଙ୍କୁ ଠକୁଥିବା ଏକ ସଂସ୍ଥା ପୁଲିସ ହାତରେ ଧରାପଡ଼ିଛି। ଏହି ସଂସ୍ଥା ଚଳାଉଥିବା ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଏସ୍‌ପି ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏହି ସଂସ୍ଥା ବିଭିନ୍ନ ଗାଁ ଗଣ୍ଡାରେ ମହିନ୍ଦ୍ରା ସୋରୁମ୍‌ରେ ନିଯୁକ୍ତି ପାଇଁ ପୋଷ୍ଟର ମାଧ୍ୟମରେ ବିଜ୍ଞାପିତ କରୁଥିଲେ। ଏଥିରେ ବେକାର ଯୁବକ-ଯୁବତୀମାନଙ୍କୁ ପ୍ରଲୋଭିତ କରିବା ପାଇଁ ୨୦ ରୁ ୨୫ ହଜାର ଟଙ୍କା ମାସିକ ଦରମା କଥା ଉଲ୍ଲେଖ କରୁଥିଲେ। ଏଥିରେ ଆକର୍ଷିତ ହୋଇ ବହୁ ବେକାର ଯୁବକଯୁବତୀ ନିଯୁକ୍ତି ଆଶାରେ ଏହି ଅଫିସକୁ ଆସି ଦରଖାସ୍ତ କରୁଥିଲେ। ଦରଖାସ୍ତ କରୁଥିବା ଯୁବକ ଯୁବତୀମାନଙ୍କୁ ଏହି ସଂସ୍ଥାରେ ୧୫ ଶହ ଟଙ୍କା ଦେଇ ପ୍ରଥମେ ନାମ ପଞ୍ଜୀକରଣ ହେଉଥିଲା। ପରେ ବିଭିନ୍ନ ମହିନ୍ଦ୍ରା ସୋରୁମ୍‌ରେ ନିଯୁକ୍ତି ପାଇଁ ନକଲି ନିଯୁକ୍ତିପତ୍ର ପ୍ରଦାନ କରାଯାଉଥିଲା। ଏଭଳି ଠକେଇର ଶିକାର ହୋଇଥିବା ରେଲୱେ କଲୋନିର ଜଣେ ଯୁବତୀ ଶାନ୍ତିଲତା ସାହୁ ଗତ ୧୬ ତାରିଖ ଦିନ ଟାଉନ୍‌ ଥାନାରେ ଏକ ଲିଖିତ ଅଭିଯୋଗ ଦେବାପରେ ପୁଲିସ ତନାଘନା ଆରମ୍ଭ କରିଥିଲା। ଥାନାରେ ମାମଲା ରୁଜୁ ହେବାପରେ ଠକସଂସ୍ଥାର ମାଲିକ ଓ କର୍ମଚାରୀମାନେ ଫେରାର ହୋଇଯାଇଥିଲେ। ପୁଲିସ ଏହି ମାମଲାର ତଦନ୍ତ ପାଇଁ ଏକ ଟିମ୍‌ ଗଠନ କରିଥିଲା। ଏହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ପରେ ଜଣକୁ ଝାରସୁଗୁଡ଼ା ଓ ଅନ୍ୟ ଜଣକୁ ଜାମସେଦପୁରଠାରୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଗିରଫ ଦୁଇ ଅଭିଯୁକ୍ତ ଉତ୍ତରପ୍ରଦେଶର ବୋଲି ଏସ୍‌ପି ଶ୍ରୀ ଜୈନ କହିଛନ୍ତି।

୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଉତ୍ତର‌ପ୍ରଦେଶ ସୀତାପୁର ଜିଲ୍ଲା ନିମତପୁର ଥାନା ଅନ୍ତର୍ଗତ କାଣ୍ଡିଚାନ୍ଦପୁର ଗ୍ରାମର ବସନ୍ତ ଲାଲା ଓରଫ ଆଲୋକ (୨୪) ଓ ଅନ୍ୟ ଜଣେ କନୌଜ ଜିଲ୍ଲା ଗୋସାଇଗଙ୍ଗ ଥାନା ଅନ୍ତର୍ଗତ ମୁରାଦାଗଙ୍ଗ ଗ୍ରାମର ମହମ୍ମଦ ଅସଲମ ଓରଫ ରାଜ (୨୮)। ଏମାନଙ୍କଠାରୁ ୨୦ ହଜାର ଟଙ୍କା ନଗଦ, ୪ଟି ମୋବାଇଲ, ନକଲି ପରିଚୟପତ୍ର, ନକଲି ନିଯୁକ୍ତିପତ୍ର, ବ୍ୟାନର ଅଦି ପୁଲିସ ଜବତ କରିଛି। ବାହାର ରାଜ୍ୟରୁ ଆସି ଏମାନେ ସରଳ ଗ୍ରାମ୍ୟ ବେକାର ଯୁବକ ଯୁବତୀଙ୍କୁ ତାଙ୍କ ଜାଲରେ ଫସାଇ ଟଙ୍କା ଆଦାୟ କରିବା ପରେ ଫେରାର ହୋଇଯାଉଥିଲେ। ଏମାନେ ବରଗଡ଼, ସୋନପୁର, ଦେବଗଡ଼, ସମ୍ବଲପୁର ଜିଲ୍ଲାରେ ତାଙ୍କର ନେଟ୍‌ୱର୍କ ଖୋଲିଥିବା ପୁଲସ ଅନୁସନ୍ଧାନରୁ ଜଣାପଡ଼ିଛି। ଏ ନେଇ ଅଧିକ ତଦନ୍ତ କରାଯାଉଥିବା ଏସ୍‌ପି ଶ୍ରୀ ଜୈନ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ନିର୍ମଳ ମହାପାତ୍ର, ଟାଉନ୍‌ ଥାନା ଆଇଆଇସି ସାବିତ୍ରୀ ବଳ ଉପସ୍ଥିତ ଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।