ରାଜ୍ୟ

ବେକାର ଯୁବକଯୁବତୀଙ୍କ ଅସନ୍ତୋଷର ସ୍ବର ହେବ ଯୁବ କଂଗ୍ରେସ

ଭୁବନେଶ୍ବର: ମୋଦୀ ଓ ନବୀନ ସରକାରଙ୍କରେ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ମୋଦୀଙ୍କ ବର୍ଷକୁ ୨କୋଟି ନିଯୁକ୍ତି ଓ ନବୀନଙ୍କ ବର୍ଷକୁ ନିଯୁକ୍ତି ପ୍ରତିଶ୍ରୁତି କେବଳ ଯୁବକଯୁବତୀଙ୍କୁ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ଥିଲା। ଏହି ଦୁଇ ସରକାର ଯୁବକଯୁବତୀମାନଙ୍କୁ ପ୍ରତାରିତ କରିଛନ୍ତି। ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀସ୍ତରରେ ବେକାରୀ ସମସ୍ୟାକୁ ନେଇ ଆନ୍ଦୋଳନ କରିବା ଲାଗି ଆଜି ନବନିଯୁକ୍ତ ପ୍ରଦେଶ ଯୁବ କଂଗ୍ରେସ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିଙ୍କ ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକରେ ନିଷ୍ପତ୍ତି ହୋଇଛି।

ଯୁବ କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ
‘ରୋଜଗାର ଦିଅ, ନ୍ୟାୟ ଦିଅ’ କାର୍ଯ୍ୟକ୍ରମର ଶୁଭାରମ୍ଭ
ବିଧାନସଭା ସ୍ତରରେ ଆୟୋଜିତ ହେବ ‘ୟଙ୍ଗ ଇଣ୍ଡିଆ କେ ବୋଲ୍‌’

ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତୀୟ ଯୁବ କଂଗ୍ରେସର ଓଡ଼ିଶା ପ୍ରଭାରୀ ମିଲିନ୍ଦ ଗୌତମ ମୁଖ୍ୟ ଅତିଥିଭାବେ ଯୋଗ ଦେବା ସହ ‘ରୋଜଗାର ଦିଅ, ନ୍ୟାୟ ଦିଅ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରତି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଶ୍ରୀ ଗୌତମ କହିଥିଲେ ଯେ ମୋଦୀ ସରକାରରେ ୧୦ଲକ୍ଷ ପଦବି ଖାଲି ଥିବା ବେଳେ ନବୀନ ସରକାରରେ ୨ଲକ୍ଷ ୨୬ ହଜାର ପଦବି ଖାଲି ରହିଛି। ପ୍ରଦେଶ ଯୁବ କଂଗ୍ରେସ ରାଜ୍ୟର ବେକାର ଯୁବକଯୁବତୀଙ୍କ ଅସନ୍ତୋଷର ସ୍ୱର ହେବ। ଓଡ଼ିଶା ଦେଇ ଯିବାକୁ ଥିବା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ରେ ସାମିଲ ହୋଇ ନିଜର ଅଧିକାର ପାଇଁ ଲଢ଼େଇ କରିବାକୁ ଶ୍ରୀ ଗୌତମ ଅନୁରୋଧ କରିଥିଲେ।
ଯୁବ କଂଗ୍ରେସର ଓଡ଼ିଶା ସହ ପ୍ରଭାରୀ ଅଭିନବ ଭଗତ ‘ୟଙ୍ଗ ଇଣ୍ଡିଆ କେ ବୋଲ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ମଧ୍ୟ ବିଧାନସଭାସ୍ତରରେ ଆୟୋଜିତ ହେବ। ଯେଉଁ ଯୁବକମାନେ ଉପେକ୍ଷିତ ଜନତାର ସ୍ୱର ଭାବେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବେ ସେହିମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଚୟନ କରାଯିବ। ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ପାତ୍ର କହିଥିଲେ, ନବୀନ ଓ ମୋଦୀ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଦରଦାମ ବୃଦ୍ଧି, ଆଦିବାସୀ, ଦଳିତ ଓ ପଛୁଆବର୍ଗ ପ୍ରତି ସରକାରୀ ଉଦାସୀନତା ପ୍ରତିବାଦରେ ଯୁବ କଂଗ୍ରେସ ବୁଥ ସ୍ତରରୁ ଲଢ଼େଇ କରିବ।

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, ଯୁବ କଂଗ୍ରେସ ହେଉଛି ଦଳର ମେରୁଦଣ୍ଡ। ଯୁବକମାନେ ନବୀନ ଓ ମୋଦୀ ସରକାରର ଅହଙ୍କାର ଓ ଜନବିରୋଧୀ କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରୁ ପ୍ରତିବାଦ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ ରାଉତରାୟ, ଶିବାନନ୍ଦ ରାୟ, ନବଜ୍ୟୋତି ପଟ୍ଟନାୟକ, ସଂଗ୍ରାମ ଦାସ, ଅଭିଳାଷ ମାଣିଆ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ଅଭିଜିତ ଜେନା ଓ ନିହାର ବେହେରା ପରିଚାଳନା କରିଥିଲେ। ସୁଦୀପ ସାମଲ ଧନ୍ୟବାଦ ଦେଇଥିଲେ। ପ୍ରଦେଶ ଯୁବ କଂଗ୍ରେସର କୃଷ୍ଣଚନ୍ଦ୍ର ମହାନ୍ତି, ମହମ୍ମଦ ଗୁଲଫାମ, ସ୍ୱାଗତ କର, ଶିବ ଅଗ୍ରୱାଲ, ଗୋପନ ମାର୍ଥା, ଲିପିକା ମାଝୀ, ରଞ୍ଜନ ଦାସ, ସୁନେଶ ଧୀର, ଶୁଭମ ଦାସ, ନଳିନୀକାନ୍ତ ନାୟକ ଓ ଅନ୍ୟମାନେ ଯୋଗ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।