ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ବେଆଇନ ମାଙ୍କଡ଼ା ପଥର ବୋଝେଇ ଟ୍ରକ ଜବତ ବେଳେ ଦୁର୍ଘଟଣା: ଉତ୍ତ୍ୟକ୍ତ ଲୋକଙ୍କ ରାଜପଥ ଅବରୋଧ

ଧଉଳି: ଉତ୍ତରା ଛକରୁ ଲିଙ୍ଗିପୁର ଅଭିମୁଖେ ବେଆଇନ ଭାବେ ମାଙ୍କଡ଼ା ପଥର ନେଇ ଯାଉଥିବା ଏକ ଟ୍ରକକୁ ଭୁବନେଶ୍ବର ତହସିଲ ପକ୍ଷରୁ ଅଟକାଇବାକୁ ଉଦ୍ୟମ କରିବା ବେଳେ ଦୁର୍ଘଟଣା ଘଟିଛି। ଚଢ଼ଉରୁ ବର୍ତ୍ତିବା ପାଇଁ ଟ୍ରକଟି ଦ୍ରୁତଗତିରେ ଯିବା ବେଳେ ଏକ ବାଇକ୍‌ର ପଛ ଚକ ଉପରେ ଚଢ଼ି ଯାଇଥିଲା। ଏଥିରେ କଟକ ଜିଲ୍ଲା ନିଆଳି ଅଞ୍ଚଳର ଅନିଲ କୁମାର ଦାସ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ପତ୍ନୀ ମଧୁସ୍ମିତା ପ୍ରଧାନ ୧୪ ମାସର କୁନି ଝିଅ ସହ ବାଇକ୍‌ରୁ ଡେଇଁପଡ଼ିବା ଫଳରେ ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଥିଲେ। ଦୁର୍ଘଟଣାଗ୍ରସ୍ତ ଦମ୍ପତିଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଦାୟିତ୍ବରେ ଥିବା ଅଧିକାରୀ ଏବଂ ପୁଲିସ କର୍ମଚାରୀ ଟ୍ରକ ଚାଳକକୁ ମାଡ଼ ମାରି ଧଉଳି ଥାନା ପୁଲିସକୁ ଜିମା ଦେଇଥିଲେ। ଏହି ସୁଯୋଗରେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ହେଲ୍‌ପର ନେଇ ଫେରାର ହୋଇଯାଇଥିଲା।

ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ଦୟାବ୍ରିଜ ନିକଟ ଜାତୀୟ ରାଜପଥରେ ପଥର ରଖି ଦୀର୍ଘ ୧ଘଣ୍ଟା କାଳ ରାସ୍ତାରୋକ କରିଥିଲେ। ଫଳରେ ଉଭୟ ପାର୍ଶ୍ବରେ ଗାଡ଼ିମଟର ଅଟକି ରହିଥିଲା। ଧଉଳି ଥାନା ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ତହସିଲ ପ୍ରଶାସନ ପକ୍ଷରୁ ଏନେଇ ଥାନାରେ ଏକ ଅଭିଯୋଗ ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।