ଅପରାଧ ରାଜ୍ୟ

ବେଆଇନ ବାଲି ଉତ୍ତୋଳନ ବେଳେ ଚଢାଉ, ୪ ଜେସିବି-୧୬ ଡମ୍ପର ଜବତ

ଜଳେଶ୍ୱର ୦୫।୦୫ : ବେଆଇନ ବାଲି ଉତ୍ତୋଳନ ବେଳେ ଚଢାଉ । ୪ ଜେସିବି ମେସିନ, ୧୬ ଡମ୍ପର ସହିତ ଗୋଟିଏ ଟ୍ରାକ୍ଟର ଜବତ । ଘଟଣାସ୍ଥଳରେ ଗାଡି ଡ୍ରାଇଭରମାନେ ଫେରାର ମାରିବାରେ ସକ୍ଷମ ହୋଇଛନ୍ତି ।

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ରାଜସ୍ବ ବିଭାଗ ପକ୍ଷରୁ ବସ୍ତା ତହସିଲ ଅଧିନରେ ଥିବା ରାଜଘାଟ ବେଣାପୂରା ୨ ବାଲି ଖାଦାନ ଉପରେ ଚଢାଉ କରାଯାଇଛି । ଚଢାଉରେ ବସ୍ତା ତହସିଲଦାରଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ଟ ସାମିଲ ଥିଲେ । ବାଲେଶ୍ୱର ଜିଲ୍ଲା ବସ୍ତା ତହସିଲ ଅଧୀନସ୍ଥ ସୁବର୍ଣ୍ଣ ରେଖା ନଦୀରେ ଅନେକ ଗୁଡିଏ ବାଲି ଖାଦାନ ଥିବା ବେଳେ ସେଗୁଡିକରୁ ବେଆଇନ ଭାବେ ମେସିନ ସହାୟତାରେ ବାଲି ଉତ୍ତୋଳନ କରାଯିବା ସହ ଡମ୍ଫରରେ ପଶ୍ଚିମବଙ୍ଗକୁ ପରିବହନ କରାଯାଏ । ତେବେ ବାଲେଶ୍ୱର ଜିଲ୍ଲା ପାଳଙ୍କ ନିର୍ଦେଶକ୍ରମେ ଏହି ଚଢାଉ କରାଯାଇଥିଲା । ଚଢାଉ ବେଳେ ଘଟଣାସ୍ଥଳରୁ ଗାଡି ଡ୍ରାଇଭର ମାନେ ଫେରାର ହୋଇ ଯାଇ ଥିବା ବେଳେ ଜବତ ଗାଡି ଗୁଡିକୁ ପୋଲିସ ଜଗି ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।