ଅପରାଧ ରାଜ୍ୟ

ବେଆଇନ ଗୋରୁ ବୋଝେଇ ଗାଡି ଜବତ, ଚାଳକ ଗିରଫ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇଠାରେ ଆଜି ଭୋର ସମୟରେ ଏକ ବେଆଇନ ଗୋରୁ ବୋଝେଇ ପିକ୍ ଗାଡି ଜବତ ହୋଇଛି। ତେଲକୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ବିଞ୍ଝବାହାଳ ଗ୍ରାମରୁ ବେଆଇନ ଗୋରୁ ବୋଝେଇ ପିକ୍ ଗାଡି ସହିତ ୧୦ ଗୋରୁ ଜବତ ହୋଇଛନ୍ତି। ଏହି ଘଟଣାରେ ଗାଡ଼ି  ଚାଳକଙ୍କୁ ଗିରଫ କରାଯାଇଛି।

ଭୋର ପ୍ରାୟ ୪ଟା ବେଳେ ଅନୁଗୁଳ ଜିଲ୍ଲା ଖମାର ଅଞ୍ଚଳରୁ ୩ଟି ବେଆଇନ ଗୋରୁ ବୋଝେଇ ଗାଡି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳକୁ ଯାଉଥିଲା। ଖବର ପାଇ ସ୍ଥାନୀୟ ଲୋକେ ଗାଡ଼ିକୁ ଅଟକାଇ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଗୋଟିଏ ଗାଡି,୧୦ ଗୋରୁକୁ ଜବତ କରିବା ସହିତ ଚାଳକକୁ ଗିରଫ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।