ଅପରାଧ ରାଜ୍ୟ

ବେଆଇନ କଂସେଇଖାନାରେ ଚଢ଼ାଉ, ୪୦ରୁ ଅଧିକ ଗୋରୁ ଉଦ୍ଧାର

ମାହାଙ୍ଗା ୨୪।୦୫ : ବେଆଇନ କଂସେଇଖାନା ଉପରେ ମାହାଙ୍ଗା ପୋଲିସର ଚଢ଼ାଉ। ୪୦ରୁ ଅଧିକ ଗୋରୁ ଉଦ୍ଧାର। କଟକ ଜିଲ୍ଲା ମାହାଙ୍ଗା ଥାନା ଭଉଁରିଆ ପଞ୍ଚାୟତ ନହଙ୍ଗ ଗାଁର ଏଭଳି ଘଟଣା ଘଟିଛି।

ଖବର ଅନୁଯାୟୀ, ନହଙ୍ଗ ଗାଁର ସେକ କାଲା ସ୍ଥାନୀୟ ଲୋକଙ୍କୁ ଭୟଭୀତ କରାଇ ଦୀର୍ଘଦିନ ଧରି କଂସେଇଖାନା ଚଳାଇଆସୁଥିଲା। ସୋମବାର ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ଖବର ପାଇ ମାହାଙ୍ଗା ଥାନା ପୋଲିସ କଂସେଇଖାନା ଉପରେ ଚଢାଉ କରିଥିଲା। ଚଢାଉ ବେଳେ ୪୦ରୁ ଅଧିକ ଗୋରୁ ଉଦ୍ଧାର ହୋଇଛନ୍ତି। ତେବେ ଏହି କଂସେଇଖାନାକୁ ବନ୍ଦ କରିବା ସହ ସେକ କାଲା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।