ଅପରାଧ ସ୍ପେଶାଲ ରିପୋର୍ଟ

ବେଆଇନ୍ ଲୋନ୍ ଆପ୍‌ରେ ୬.୫୭କୋଟି ଠକେଇ ଘଟଣା: ଗୁରୁଗ୍ରାମ୍‌ରୁ ପୁଣି ଜଣକୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ବର : ବେଆଇନ ଲୋନ୍ ଆପ୍ ଖୋଲି ଲୋକଙ୍କୁ ଋଣ ଦେବା ନାଁରେ ୬.୫୭କୋଟି ହଡ଼ପ କରିବା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ପୁଣି ଜଣକୁ ଗିରଫ କରିଛି। ସେ ହେଉଛି ହରିୟାଣା ଗୁରୁଗ୍ରାମ୍‌ର ତରୁଣ ଦୁଦେଜା। ତଦନ୍ତରୁ ଜଣାପଡ଼ିଛି ଯେ ତରୁଣ ଏକା ସମୟରେ ଡିଜିଟାଲ୍ ବଟ୍‌ଵା, ଆଇ ପୈସା ଅନଲାଇନ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍, ସ୍ବିଜ୍ ଇନ୍‌ଫୋଟେକ୍ ପ୍ରାଇଭେଟ୍ ଲିମିଟେଡ୍, ବାଜାରପେ ଇନ୍‌ଫୋଟେକ୍ ପ୍ରାଇଭେଟ୍ ଲିମିଟେଡ୍, ମିଲାନମ୍ ଏଣ୍ଟରପ୍ରାଇଜ୍, ବଚ୍ଚତ୍ ଅନଲାଇନ୍ ନାମରେ ୬ଟି ବେଆଇନ୍ ଲୋନ୍ ଆପ୍ ଖୋଲିଥିଲା। ସେବି ବା ଆର୍‌ବିଆଇରେ ପଞ୍ଜୀକୃତ ନ କରି ଏହି ଆପ୍‌ ଦ୍ବାରା ପ୍ରଥମେ ଲୋକଙ୍କୁ ଋଣ ଦେଉଥିଲା। ପରେ ଲୋକଙ୍କୁ ଶୋଷଣ କରିବା ବା ଲୁଟ୍ କରିବା ଉଦ୍ଦେଶ୍ୟରେ କିଛି ଲୋକଙ୍କୁ ନିଯୁକ୍ତି ଦେଇଥିଲା। ସେମାନେ ସପ୍ତାହେ ପରେ ଫୋନ୍ କରି ଲୋକଙ୍କୁ ବ୍ଲାକମେଲ୍ କରି ଟଙ୍କା ନେଉଥିଲେ। ଯେଉଁମାନେ ଟଙ୍କା ଦେଉନଥିଲେ ସେମାନଙ୍କ ଠାରୁ ସଂଗୃହୀତ ବ୍ୟକ୍ତିଗତ ତଥ୍ୟ ଭାଇରାଲ୍ କରିବାକୁ ଧମକ ଦେଉଥିଲେ। ଏହି କ୍ରମରେ ପ୍ରାୟ ୬.୫୭କୋଟି ଟଙ୍କା ହଡ଼ପ କରାଯାଇଥିଲା। ଅପରପକ୍ଷରେ ଇଓଡବ୍ଲୁ ତରୁଣ କମ୍ପାନିରେ ଚଢ଼ଉ କରି ୪୧ଟି ସିମ୍ କାର୍ଡ ମଧ୍ୟ ଜବତ କରିଛି।

ଟଙ୍କା ଲୋଭ ଦେଖାଇ ଅନ୍ୟ ଲୋକଙ୍କ ନାଁରେ ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲାଯାଇଥିଲା

ଇଓଡବ୍ଲୁ ତରୁଣକୁ ଗିରଫ କରିବା ସମୟରେ ତା’ କମ୍ପାନିର ୪୧ଟି ପୋଷ୍ଟ ପେଡ୍ ସିମ୍ ଜବତ କରିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ସମସ୍ତ ସିମ୍ ତରୁଣ ନାଁରେ ନାହିଁ। ସେସବୁ ସାଧାରଣ ଲୋକ, କମ୍ପାନିରେ କାର୍ଯ୍ୟରତ କର୍ମଚାରୀ ଏବଂ ଅନ୍‌ଲାଇନ୍‌ରେ ଟଙ୍କା ନେଇ ଫେରସ୍ତ କରିପାରୁନଥିବା ଲୋକଙ୍କ ନାଁରେ କିଣାଯାଇଥିଲା। କାରଣ ତରୁଣ ଭଲ ଭାବେ ଜାଣିଥିଲା ଯେ ସେ ବେଆଇନ୍ ଭାବେ ଲୋନ୍ ଆପ୍ ଖୋଲି ଲୋକଙ୍କ ଠାରୁ ଟଙ୍କା ଶୋଷଣ କରୁଛି। ତେଣୁ ଗିରଫଦାରୀରୁ ବର୍ତ୍ତିବା ପାଇଁ ସେ ଏକ ଅଭିନବ ଉପାୟ ଆପଣାଇଥିଲା। ତା’ କମ୍ପାନିରେ କାମ କରୁଥିବା କର୍ମଚାରୀଙ୍କ ନାଁରେ ପୋଷ୍ଟପେଡ୍ ସିମ୍ ଆଣିଥିଲା। ପରେ ଗରିବ ଲୋକ ଦେଖି ଦେଖି ସେମାନଙ୍କୁ ଟଙ୍କାର ଲୋଭ ଦେଖାଇ ବିଭିନ୍ନ ବ୍ୟାଙ୍କ୍‌ରେ ଆକାଉଣ୍ଟ ଖୋଲାଇଥିଲା। ଏହା ପରେ ବ୍ୟାଙ୍କ୍‌ର ସମସ୍ତ ତଥ୍ୟ ଉକ୍ତ ଲୋକଠାରୁ କିଣି ନେଉଥିଲା। ପରେ ଲୋକଙ୍କ ଠାରୁ ସୁଧ ଆଦାୟ ବେଳେ ଜବତ ସିମ୍ କାର୍ଡରେ ୟୁପିଆଇ କରିବାକୁ କହୁଥିଲା। ଟଙ୍କା ଆସିବା ପରେ ଅନଲାଇନ୍‌ରେ ଉକ୍ତ ଟଙ୍କାକୁ ନିଜ ଆକାଉଣ୍ଟ୍‌କୁ ନେଉଥିଲା। ତେଣୁ ଯଦି ବି କେହି ଲୋକ ଥାନାରେ ଏ ସଂପର୍କରେ ଅଭିଯୋଗ କରୁଥିଲେ, ପୁଲିସ ଉକ୍ତ ବ୍ୟାଙ୍କ୍‌ ଆକାଉଣ୍ଟ୍ ବା ଫୋନ୍ ନମ୍ବର ଜରିଆରେ ଠକକୁ ଧରିବା ପାଇଁ ଗଲା ବେଳକୁ ଅନ୍ୟ ସାଧାରଣ ଲୋକଙ୍କ ପାଖରେ ପହଞ୍ଚୁଥିଲା। ପୁଲିସକୁ ଭୂତାଇବା ପାଇଁ ତରୁଣ ତା’ ସହଯୋଗୀ ଜାଭେଦ୍ ସାହିଫି ସହିତ ମିଶି ଏଭଳି ଅଭିନବ ଉପାୟ ଆପଣାଇଥିଲା। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଜାଭେଦକୁ ଇଓଡବ୍ଲୁ ଗିରଫ କରିସାରିଛି।

NewsLaxmi7

About Author

You may also like

ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

“ମୋ ଧାମ ମୋ ଗର୍ବ” ସ୍ୱଛତା ସଚେତନତା କାର୍ଯ୍ୟରେ ପୁରୀରୁ ୩୫ ମେଟ୍ରିକ ଟନ ଅଳିଆ ସଂଗ୍ରହ

ପୁରୀ: ଶ୍ରୀକ୍ଷେତ୍ର ପୁରୀକୁ ଦେଶର ଏକ ନମ୍ବର ସ୍ଵଚ୍ଛତା ସହର କରିବା ଲକ୍ଷ ରଖି ପ୍ରଶାସନ ପକ୍ଷରୁ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଗତ
ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ବଜାରକୁ ଆସିଗଲା ଉଡ଼ନ୍ତା କାର ! ମାତ୍ର ୩ ମିନିଟରେ ହେଉଛି ଜାହାଜରେ ପରିଣତ

ନୂଆଦିଲ୍ଲୀ: ଉଡ଼ନ୍ତା କାର ଆମେ ପ୍ରଥମେ ୨୦୫୦ ଚଳଚିତ୍ରେ ଦେଖିଥିବା । ତାହା ପୁଣି ପୁରା କାଳ୍ପନିକ । ସେହି ଫିଲ୍ମରେ ଏହା ଦର୍ଶାଯାଇଥିଲାଯେ ଆମ ବିଶ୍ୱ