ରାଜ୍ୟ ସ୍ପେଶାଲ ରିପୋର୍ଟ

ବୃଦ୍ଧାଙ୍କ ଉପରେ ଚଢ଼ିଗଲା ଘରୋଇ ବସ୍, ଷଣ୍ଢ ଆକ୍ରମଣରେ ଚାଲିଗଲା ଜଣେ ମହିଳାଙ୍କ ଜୀବନ

ଭଦ୍ରକ: ଭଦ୍ରକରେ ଆଜି ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ଦୁଇ ମହିଳାଙ୍କ ଜୀବନ ଯାଇଛି। ପ୍ରଥମ ଘଟଣାଟି ବନ୍ତ ଛକରେ ଘଟିଛି। ଏଠାରେ ଜଣେ ମହିଳାଙ୍କ ଉପରେ ଚଢ଼ିଗଲା ଘରୋଇ ବସ୍। ମୃତ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ କନକଲତା ଦାସ(୫୫) ଓ ତାଙ୍କ ଘର ଅଗରପଡ଼ା ବିଶଲପଟା ଗ୍ରାମରେ ବୋଲି ସୂଚନା ମିଳିଛି। ଦୁର୍ଘଟଣା ଘଟାଇଥିବା ବସ୍ କୁ ଟାଉନ୍ ଥାନାରେ ଅଟକ ରଖାଯାଇଛି। ଡ୍ରାଇଭର ବି ଥାନାରେ ଅଟକ ରହିଛି।

ଏଣେ ଭଦ୍ରକର ଚରମ୍ପାର ଅଞ୍ଚଳରେ ପାଗଳ ଷଣ୍ଢ ଜଣେ ମହିଳାଙ୍କୁ ମାରିଦେଇଛି। ଏହି ପାଗଳ ଷଣ୍ଢର ଆକ୍ରମଣରେ ଜଣେ ମହିଳା ଗୁରୁତର ବି ହୋଇଛନ୍ତି। ମୃତା ହେଲେ ଚରମ୍ପା୍ ପଥରଆଡ଼ିର ଶାନ୍ତିଲତା ପଣ୍ଡା(୪୫)। ଆହତ ମହିଳାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ଆଜି ସକାଳୁ ସକାଳ ଏହି ଦୁଇଟି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ପାଗଳ ଷଣ୍ଢ ପୁରା ଜୋରସୋର ନିଜକୁ ବଳବାନ ସାବ୍ୟସ୍ତ କରିବା ପାଇଁ ଲାଗିପଡ଼ିଥିଲା। କିନ୍ତୁ ଦୁର୍ଭାଗ୍ୟ ସବୁ କିଛି ଛଡାଇନେଲା ଆଉ ମହିଳାଙ୍କୁ ଦଳି ମକଚି ଜୀବନ ନେଇଗଲା ଷଣ୍ଢ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଚରମ୍ପା ଅଞ୍ଚଳରେ। ଚରମ୍ପା ହାପି ହୋମ ସ୍କୁଲ ନିକଟରେ ସ୍ଥାନୀୟ ବାସିନ୍ଦା ଶାନ୍ତିଲତା ପଣ୍ଡା ପ୍ରତେକ ଦିନ ଭଳି ଆଜି ବି ସକାଳେ ମର୍ଣ୍ଣିଙ୍ଗ ୱାକ୍ ସହ ଫୁଲ ତୋଳିବାକୁ ଆସିଥିଲେ ଏବଂ ସେଠାରେ ଏକ ପାଗଳ ଷଣ୍ଢ ଗର୍ଜନ କରି ଘୁରିବୁଲୁଥିଲା। ତେବେ ମହିଳାଜଣକ ବୟସ୍କ ହୋଇଥିବାରୁ ଷଣ୍ଢକୁ ଘଉଡାଇବା ପରିବର୍ତ୍ତେ ନିଜେ ଷଣ୍ଢର ଆକ୍ରମଣର ଶିକାର ହୋଇଥିଲେ। ମହିଳା ଜଣକ କିଛି ବୁଝିବା ଆଗରୁ ଷଣ୍ଢ ମହିଳାଙ୍କୁ ଆକ୍ରମଣ କରିଚାଲିଥିଲେ ଆଉ ବୟସାଧିକ୍ୟ କାରଣରୁ ବୃଦ୍ଧାଜଣକ ସେଠାରୁ ଯାଇପାରିନଥିଲେ କି ଦୁର୍ଭାଗ୍ୟବଶତଃ ସେଠାରେ ଶାନ୍ତିଙ୍କୁ ବଞ୍ଚାଇବା ପାଇଁ କେହିନଥିଲେ। ଶେଷରେ ସବୁ ସାରିଦେଇଥିଲା ସେ ପାଗଳ ଷଣ୍ଢ,
ମହିଳାଙ୍କୁ ଦଳି ମକଚି କ୍ଷତବିକ୍ଷତ କରିଦେଇଥିଲା। ତେବେ ସେଠାରେ ସ୍ଥାନୀୟ ଲୋକ ପହଞ୍ଚି ଷଣ୍ଢକୁ ଙ୍କୁ ଘଉଡ଼ାଇଥିଲେ ଏବଂ ଷଣ୍ଢ କବଳରୁ ଆଉ ଜଣେ ବ୍ୟକ୍ତିଙ୍କୁ ବଞ୍ଚାଇଥିଲେ ସତ, କିନ୍ତୁ ଶରୀର ଏତେ ମାତ୍ରାରେ କ୍ଷତାକ୍ତ ହୋଇଥିଲା ଯେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରଯାଇଛି। କିନ୍ତୁ ଷଣ୍ଢକୁ ଘଉଡ଼ାଇବା ପରେ ଦେଖିଥିଲେ କି ଷଣ୍ଢ ଆକ୍ରମଣ କରିଥିବା ଆଉ ଜଣେ ବୃଦ୍ଧା ଶାନ୍ତିଲତାଙ୍କ ମୃତ୍ୟୁ ହୋଇଯାଇଛି ।

ଏଭଳି ଏକ ଅଭାବନୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିବା ସହ ସମସ୍ତେ ଭୟଭୀତ ଥିବା ଜଣାପଡିଛି। ଯେହେତୁ ଷଣ୍ଢଟି ପାଗଳ ହୋଇଯାଇଥିବା ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି, ତେଣୁ ପିଲାମାନଙ୍କୁ ସ୍କୁଲ ଯିବାକୁ ବାରଣ କରିଛନ୍ତି ଏବଂ ଷଣ୍ଢକୁ ଉଦ୍ଧାର କରିବା ପାଇଁ ପ୍ରଶାସନକୁ ଗୁହାରି କରିଛନ୍ତି। ତେବେ ସକାଳର ସୂର୍ଯ୍ୟ କିରଣ ଦେଖିବା ଆଗରୁ ଚାଲିଗଲେ ଶାନ୍ତି ଆଉ ଯାହାପାଇଁ ସେ ଫୁଲ ତୋଳିବାକୁ ଆସୁଥିଲେ ସେ ମଧ୍ୟ ନିର୍ଦୟ ହୋଇଗଲେ। ଅଧୁରା ରହିଗଲା ଶାନ୍ତିଙ୍କ ଫୁଲ ତୋଳା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।