ଅପରାଧ ରାଜ୍ୟ

ବୃଦ୍ଧଙ୍କୁ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଲେ ଦୁର୍ବୃତ୍ତ

ବେତନଟୀ ସଦର: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଡେଁଫୌଦା ଗାଁର ଜଣେ ବୃଦ୍ଧ ନିଜ ଘର ବାରଣ୍ଡାରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଇଛି। ମୃତକ ହେଲେ ଗ୍ରାମର ଦେବେନ୍ଦ୍ର ସାସମଲ (୬୧)। ତାଙ୍କର କାହାରି ସହିତ ଶତ୍ରୁତା ନଥିବା ବେଳେ ତାଙ୍କୁ କିଏ ହତ୍ୟା କଲା, ସେ ନେଇ ଗ୍ରାମବାସୀ ଦ୍ବନ୍ଦ୍ବରେ ଅଛନ୍ତି। ଅନ୍ୟପଟେ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସବୁଦିନ ପରି ଗତକାଲି (ରବିବାର) ରାତିରେ ଭୋଜନ ସାରି ଦେବେ​ନ୍ଦ୍ର ନିଜ ଘର ବାରଣ୍ଡାରେ ଶୋଇଥିବା ବେଳେ ପତ୍ନୀ ଓ ୨ ପୁଅ କବାଟ କିଳି ଘର ଭିତରେ ଶୋଇଥିଲେ। ରାତି ପ୍ରାୟ ୨ଟା ବେଳେ ହଠାତ୍‌ ଚିତ୍କାର ଶୁଣି ପୁଅ ରତ୍ନାକର କବାଟ ଖୋଲି ବାହାରକୁ ଆସିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାପା ଦେବେନ୍ଦ୍ରଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇ ଯାଇଥିବା ଦେଖି ଭୟରେ ଶିହରି ଉଠିଥିଲେ। ତୁରନ୍ତ ଭାଇ ଓ ମାଆଙ୍କୁ ଡାକ ପକାଇଥିଲେ। ପାଟି ଶୁଣି ମାଆ, ଭାଇଙ୍କ ସମେତ ପଡ଼ୋଶୀମାନେ ଉଠିଥିଲେ। କ୍ଷଣିକ ମଧ୍ୟରେ ଗାଁଟା ଯାକର ଲୋକ ସେଠାରେ ରୁଣ୍ଡ ହୋଇଯାଇଥିଲେ। ରାତିତମାମ ଗ୍ରାମରକ୍ଷୀ ଶବକୁ ଜଗି ବସିଥିବା ବେଳେ ଆଜି ସକାଳେ ବେତନଟୀ ଏସ୍‌ଡିପିଓ ସୁଦର୍ଶନ ଦାଶ, ବୈଶିଙ୍ଗା ଥାନା ଅଧିକାରୀ ତପନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲେ।

ସୂଚନାଯୋଗ୍ୟ, ମୃତ ଦେବେନ୍ଦ୍ର ଜଣେ ଚାଷୀ। ପନିପରିବା ବ୍ୟବସାୟ କରି ସେ ଜୀବିକାର୍ଜନ କରୁଥିଲେ। ରାତିରେ ଘର ବାରଣ୍ଡାରେ ପୁଅମାନଙ୍କର ବାଇକ୍‌, ସାଇକେଲ ରହୁଥିବାରୁ ଚୋରି ଭୟରେ ଦେବେନ୍ଦ୍ର ରାତିରେ ସେହି ବାରଣ୍ଡାରେ ହିଁ ଶୋଇ ଆସୁଥିଲେ। ସେ ବହୁତ ଭଲ ସ୍ବଭାବର ଲୋକ। ତାଙ୍କର କାହା ସହିତ ଶତ୍ରୁତା ନଥିଲା ବୋଲି ଗ୍ରାମବାସୀ ଓ ପରିବାର ସଦସ୍ୟ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।