ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ବୁଡ଼ାଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରେ ବ୍ୟାପକ ଅବ୍ୟବସ୍ଥା, ସମସ୍ୟାରେ ଘାଣ୍ଟିହେଉଛନ୍ତି ଛାତ୍ରୀ

ଦାରିଙ୍ଗବାଡି ୨୧/୦୫: ଶିକ୍ଷାର ସବୁ ସ୍ତରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହିତ ଏହାକୁ ସାର୍ବଜନୀନ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର । କିଭଳି କୌଣସି ଆଦିବାସୀ ଛାତ୍ର, ଛାତ୍ରୀମାନେ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ ସେଥିପାଇଁ ନିର୍ମାଣ କରାଯାଉଛି ନୂତନ ବିଦ୍ୟାଳୟ । ଏହାସହିତ ଛାତ୍ରଛାତ୍ରୀ ମାନଙ୍କ ରହିବା ଖାଇବାର ବ୍ୟବସ୍ଥା ବି ହେଉଛି । ହେଲେ ହେଲେ ଏହାର ଚିତ୍ର ସମ୍ପୂର୍ଣ୍ଣ ଅଲଗା ଦେଖିବାକୁ ମିଳିଛି ।

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡାରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସରେ । ଯାହାକି ଏକ ବର୍ଷ ତଳେ ଉଦଘାଟନ ହୋଇଥିଲା ବର୍ତ୍ତମାନ ଏହି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୧୩ ଜଣ ଛାତ୍ରୀ ଅଧୟନ କରୁଛନ୍ତି । ସୂଚନା ମୁତାବକ ବର୍ତମାନ ଷଷ୍ଠ ଶ୍ରେଣୀରେ ୩୨, ସପ୍ତମ ଶ୍ରେଣୀରେ ୪୦, ଅଷ୍ଟମ ଶ୍ରେଣୀରେ ୨୧ ଏବଂ ନବମ ଶ୍ରେଣୀରେ ୨୦ ଜଣ ଛାତ୍ରୀ ରହିଥିବା ଜଣାପଡିଛି ।

ହେଲେ ଚାରୋଟି କ୍ଲାସ ଚାଲିଥିବା ବେଳେ ୮ ଜଣ ଶିକ୍ଷକ ଏବଂ ଦୁଇ ଜଣ ଶିକ୍ଷୟତ୍ରୀ ନିଯୁକ୍ତି ହୋଇଥିବା ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ଦଳାଇ କହୁଥିବା ବେଳେ ବର୍ତମାନ ପ୍ରଧାନ ଶିକ୍ଷକ ସମେତ ଅନ୍ୟ ଦୁଇ ଜଣ ଶିକ୍ଷକରେ ଚାଲିଛି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ । ବାଳିକା ଉଚ୍ଚ ବିଦ୍ୟାଳୟରେ ଯେଉଁ ଦୁଇଜଣ ଶିକ୍ଷୟତ୍ରୀ ନିଯୁକ୍ତି ହୋଇଛନ୍ତି ସେମାନେଙ୍କ ମଧ୍ୟରୁ ଜଣେ ବିଏସସି ବିଡି ଆଉଜଣେ ବିଏସସି ବିଇଡି ନିଯୁକ୍ତି ହୋଇଛନ୍ତି ସେମାନଙ୍କର ଦେଖା ମିଳୁନଥିବା ବେଳେ ଛାତ୍ରୀ ନିବାସରେ ମହିଳା ସୁପେରିଟେଣ୍ଡ ନିଯୁକ୍ତି ହୋଇନାହିଁ ।

ଯାହା ଫଳରେ ଛାତ୍ରୀ ନିବାସ ଦାୟିତ୍ୱରେ ଅଛନ୍ତି ଜଣେ ଶିକ୍ଷକ ନବକିଶୋର ମାଝୀ ଯାହାଙ୍କ ନାମରେ ଚାଉଳ ହେର ଫେର ସହ ନିମ୍ନ ମାନର ରାସନ ସାମଗ୍ରୀ ଦେଉଥିବା ଅଭିଯୋଗ ରହିଛି । ବିଭାଗୀୟ ବାବୁ ମାନେ ସବୁ ଜାଣି ଶୁଣି ହେଉ କିମ୍ବା କିଛି ଅର୍ଥ ପାଇଁ ନୀରବ ବସିଥିବା ସାଧାରଣରେ ଆଲୋଚନାର ଚାଲିଥିବା ବେଳେ ନିରୀହ ଆଦିବାସୀ ଅନୁସୂଚିତ ଜାତି ଜନଜାତିର ଛାତ୍ରୀମାନେ ଏହାର ଶୀକାର ହେଉଛନ୍ତି ।

ଆଜି ପର୍ଯ୍ୟନ୍ତ ସଂପୂଣ୍ଣ ଭବାରେ ନିର୍ମାଣ ହୋଇପାରିନୁ ବିଦ୍ୟାଳୟ ର ପାଚେରୀ । ଯେତିକି ଛାତ୍ରୀ ରହୁଛନ୍ତି, ସେମାନଙ୍କ ପାଇଁ ପାଣିର ଅବ୍ୟବସ୍ଥା ବିଜୁଳି ଚାଲିଗଲେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଛାତ୍ରୀ ଏଭଳି ସମସ୍ୟାରେ ଚାଲିଛି ବୁଡ଼ାଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହ ତୁରନ୍ତ ପାଚେରୀ ନିର୍ମାଣ ବିଜୁଳି ଚାଲିଗଲେ ଜେନେଟର ସୁବିଧା ଏବଂ ପୂର୍ଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ସାଧାରଣରେ ଦାବି ହେଉଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି