ଭୁବନେଶ୍ୱର ୧୦/୦୧: ଆଜିଠୁ ଆରମ୍ଭ ହୋଇଛି ସାରା ଦେଶରେ ବୁଷ୍ଟର ଡୋଜ୍ । କରୋନା ଟିକାର ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତିମାନେ ଏହି ପ୍ରିକସନ ଟିକା ନେଇପାରିବେ । ଆଜିଠୁ ଆରମ୍ଭ ହୋଇଛି ଏହି ପ୍ରକ୍ରିୟା । ରାଜ୍ୟରେ ଆଗଧାଡିର ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଏହି ବୁଷ୍ଟର ଡୋଜ୍ । ଏହା ବାଦ୍ ଯେଉଁମାନଙ୍କର ଦୁଇଟି ଡୋଜ୍ ଟିକା ନେବାର ୯ ମାସ ପୂରଣ ହୋଇଥିବା ସେହିମାନେ ବୁଷ୍ଟର ଡୋଜ ନେଇପାରିବେ । ଏହାରି ଭିତରେ ରାଜ୍ୟରେ ପ୍ରଥମ କରି ବୁଷ୍ଟର ଡୋଜ୍ ନେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରୟଣ ପାତ୍ର । ବିଧାନସଭା ପରିସରରେ ସେ ଏହି ଟିକା ନେଇଛନ୍ତି ।