ରାଜ୍ୟ ସ୍ପେଶାଲ ରିପୋର୍ଟ

ବୁଷ୍ଟର ଡୋଜ୍ ନେଉଛନ୍ତି ହଜାରରୁ କମ୍

ଭୁବନେଶ୍ବର: ରାଜ୍ୟରେ ବୁଷ୍ଟର ଡୋଜ୍ ହାର ୪୦ ପ୍ରତିଶତ ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ଦିଆଯାଉଥିବା ପ୍ରିକସନ୍ ଡୋଜ୍ ଟିକା ଗତ ନଭେମ୍ବର ମାସରୁ ବନ୍ଦ ହୋଇଛି। ମାତ୍ର ଏବେ ପୁଣିଥରେ କରୋନା ଡରାଇବାକୁ ଆରମ୍ଭ କରିଥିବାରୁ ପ୍ରିକସନ୍ ଡୋଜ୍‌ ନେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ମାତ୍ର ଏବେ ରାଜ୍ୟରେ କେବଳ ଘରୋଇ ହସ୍ପିଟାଲରେ କେବଳ ପ୍ରିକସନ୍ ଡୋଜ୍ ଉପଲବ୍ଧ ହେଉଛି। ମାତ୍ର ତାହା ଉତ୍ସାହଜନକ ନୁହେଁ। ରାଜ୍ୟବ୍ୟାପୀ ଦୈନିକ ହଜାରରୁ ବି କମ୍ ପ୍ରିକସନ୍ ଡୋଜ୍ ଦିଆଯାଇଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ସୂଚନା ମିଳିଛି।

ରାଜ୍ୟ ସରକାରଙ୍କ ପାଖରେ ଏବେ ପ୍ରିକସନ୍ ଡୋଜ୍ ‌ପାଇଁ ଟିକା ନାହିଁ। ଟିକା ଯୋଗାଇଦେବାକୁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଓ ସଚିବ କେନ୍ଦ୍ରକୁ ଚିଠି ଲେଖି ଅନୁରୋଧ କରିଛନ୍ତି। ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ କେବେ ‌ଟିକା ଯୋଗାଣ ହେବ ତାହା ଅନିଶ୍ଚିତତାରେ ରହିଛି। ରାଜ୍ୟରେ ଏବେ ୧୨ଟି ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରିକସନ୍ ଡୋଜ୍ ଦିଆଯାଉଛି। ଭୁବନେଶ୍ବର ସମେତ ଅନୁଗୁଳ, ବାଲେଶ୍ବର, କଟକ, ‌ଢେଙ୍କାନାଳ ଓ ସୁନ୍ଦରଗଡ଼ରେ ପ୍ରିକସନ୍ ଡୋଜ୍ ଉପଲବ୍ଧ ହେଉଛି। ଦୁଇ ଡୋଜ୍ ନେଇ ସାରିଥିବା ବ୍ୟକ୍ତି କୋଭାକ୍ସିନ୍, କୋଭିସିଲ୍‌ଡ ଓ ‌କର୍ବିଭାକ୍ସ ମଧ୍ୟରୁ କୌଣସି ଟିକା ନେଇପାରିବେ। ମାତ୍ର ୬୦ ପ୍ରତିଶତ ଲୋକ ପ୍ରିକସନ୍ ଡୋଜ୍ ନେଇ ନ ଥିବା ବେଳେ ଘରୋଇ ହସ୍ପିଟାଲରେ ପ୍ରିକସନ୍ ଡୋଜ୍ ଉତ୍ସାହଜନକ ନୁହେଁ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କୋଭିଡ୍‌କୁ ନେଇ ଗଣମାଧ୍ୟମରେ ଚର୍ଚା ହେବା ପରେ ଲୋକମାନେ ପ୍ରିକସନ୍ ଡୋଜ୍ ନେବାକୁ ଆଗ୍ରହ ଦେଖାଉଛନ୍ତି। ଏବେ ଦୈନିକ ପ୍ରିକସନ୍ ଡୋଜ୍ ଟିକାକରଣ ହଜାରରୁ କମ୍ ରହିଛି। ତେବେ ଓଡ଼ିଶାରେ ଟିକା ନ ଥିବା ‌ବେଳେ ପ୍ରିକସନ୍ ଡୋଜ୍ ଦିଆଯିବା ସମ୍ଭବ ହେଉନାହିଁ। କେନ୍ଦ୍ର ସରକାର କେବେ ଟିକା ଯୋଗାଇବେ ତାହା ସଂପର୍କରେ କୌଣସି ସୂଚନା ଦେଇ ନାହାନ୍ତି। ନାଜାଲ ଟିକାକୁ ଅନୁମୋଦନ ମିଳିଥିଲେ ବି କେବେ ତାହା ଘରୋଇ ସ୍ବାସ୍ଥ୍ୟାନୁଷ୍ଠାନରେ ମିଳିବ। ତାହାର ମଧ୍ୟ ସୂଚନା ଆସିନାହିଁ। ଏହାସହ ଚତୁର୍ଥ ଡୋଜ୍ ନେଇ କୌଣସି ପ୍ରକାର ନିଷ୍ପତ୍ତି ହୋଇ ନ ଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।