ଖେଳ ଦେଶ ବିଦେଶ

ବୁମରାହଙ୍କୁ ଟକ୍କର ଦେବେ ସନ୍ଦୀପ ଶର୍ମା, ଉଭୟଙ୍କ ରେକର୍ଡ ବି ସମାନ !

ନୂଆଦିଲ୍ଲୀ ୨୨/୦୩: ଆଉ କିଛି ଦିନ ପରେ ଆରମ୍ଭ ହେବ ଆଇପିଏଲ ୨୦୨୨ । ଆଇପିଏଲରେ ସମସ୍ତଙ୍କ ନଜର ଜସପ୍ରିତ ବୁମରାହଙ୍କ ଉପରେ ରହିବ । କାରଣ ସେ ବିଶ୍ୱର ଏକ ନମ୍ବର ବୋଲର । ଏବେ ସେ ନିଜକୁ ଦଳରେ ଏକ ଅଭିନ୍ନ ଅଙ୍ଗ ଭାବେ ପ୍ରମାଣିତ କରିଛନ୍ତି । ଏବେ ପଞ୍ଜାବ କିଙ୍ଗସ ବୁମରାହଙ୍କୁ ଟକ୍କର ଦେଲା ଭଳି ଜଣେ ବୋଲରଙ୍କୁ କିଣିଛି ।

ପଞ୍ଜାବ କିଙ୍ଗସର ବୋଲର ସନ୍ଦୀପ ଶର୍ମାଙ୍କ ଉପରେ ଏବେ ସମସ୍ତଙ୍କ ନଜର । ସେ ୨୦୧୩ରେ ଆଇପିଏଲରେ ପଦାର୍ପଣ କରିଥିଲେ । ତେବେ ସନ୍ଦୀପଙ୍କ ପ୍ରଦର୍ଶନ ସେତେ ଲାଇମଲାଇଟକୁ ଆସି ନାହିଁ । ବୁମରାହ ଡେଥ୍ ଓଭରରେ ଭଲ ବୋଲିଂ କରୁଥିବା ବେଳେ ସନ୍ଦୀପ ପାଓ୍ୱାର ପ୍ଲେରେ ଭଲ ବୋଲିଂ କରିଥାନ୍ତି । ଉଭୟଙ୍କ ରେକର୍ଡ ମଧ୍ୟ ପ୍ରାୟ ସମାନ ।

ଆଇପିଏଲରେ ବୁମରାହ ୧୦୬ ଓ ସନ୍ଦୀପ ୯୬ଟି ମ୍ୟାଚ୍ ଖେଳିଛନ୍ତି । ବୁମାରହ ୧୩୦ଟି ଓ୍ୱିକେଟ୍ ନେଇଥିବା ବେଳେ ସନ୍ଦୀପଙ୍କ ଖାତାରେ ଅଛି ୧୧୨ ଓ୍ୱିକେଟ୍ । ବୁମରାହଙ୍କ ଆଭରେଜ ୨୩.୦୪ ଥିବା ବେଳେ ସନ୍ଦୀପଙ୍କ ଆଭରେଜ ରହିଛି ୨୫.୪୩ ।

ସେହିପରି ସନ୍ଦୀପଙ୍କ ଷ୍ଟ୍ରାଇକ୍ ରେଟ୍ ୧୯.୬ ଥିବା ବେଳେ ବୁମରାହଙ୍କ ଆଭରେଜ୍ ରହିଛି ୧୮.୬ । ବୁମରାହଙ୍କ ଇକୋନୋମୀ ୭.୪୨ ଥିବା ବେଳେ ସନ୍ଦୀପଙ୍କ ରହିଛି ୭.୭୭ । ଉଭୟ ଖେଳାଳି ଦୁଇଥର ଲେଖାଏଁ ଚାରିରୁ ଅଧିକ ଓ୍ୱିକେଟ୍ ନେଇଛନ୍ତି । ଏସବୁ ରେକର୍ଡ଼ ଦେଖି କ୍ରିକେଟ ସମୀକ୍ଷକ ସନ୍ଦୀପଙ୍କୁ ବୁମରାହଙ୍କୁ ଟକ୍କର ଦେଇପାରୁଥିବା ବୋଲର କହୁଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ