ଖେଳ ଦେଶ ବିଦେଶ

ବୁମରାଙ୍କ ବିସ୍ଫୋରଣ ସତ୍ତ୍ବେ ମୁମ୍ବାଇ ପରାସ୍ତ

ମୁମ୍ବାଇ: ପ୍ଲେ ଅଫ୍‌ରୁ ବାଦ୍‌ ପଡ଼ି ସାରିଥିବା ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସର ସଂଘର୍ଷ ଜାରି ରହିଛି। ଯଶପ୍ରୀତ୍ ବୁମରା ସୋମବାର ଶ୍ରେଷ୍ଠ ବୋଲିଂ ଚିତ୍ର (୪-୧-୧୦-୫) ପାଇଥିଲେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସକୁ କୋଲକାତା ନାଇଟ୍ ରାଇଡର୍ସ ୫୧ ରନ୍‌ର ବଡ଼ ବ୍ୟବଧାନରେ ହରାଇ ଦେଇଛି। କେକେଆର୍‌ର ୧୬୫ ରନ୍‌ ଜବାବରେ ରୋହିତ ଶର୍ମାଙ୍କ ଦଳ ମାତ୍ର ୧୧୩ ରନ୍‌ କରି ସମସ୍ତ ୱିକେଟ୍ ହରାଇ ଦେଇଥିଲା। ସୋମବାରର ବିଜୟ ସହ କୋଲକାତାର କ୍ଷୀଣ ଆଶା ଉଜ୍ଜୀବିତ ହୋଇଛି। ଆଇପିଏଲ୍‌ ଇତିହାସରେ ମୁମ୍ବାଇ ଗୋଟିଏ ଋତୁରେ ସର୍ବାଧିକ ୯ ପରାଜୟ ବରଣ କରିଛି। କୋଲକାତା ମଧ୍ୟ ପ୍ରଥମ ଥର ଏହି ଦଳ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ପାଇଛି। ଚଳିତ ଋତୁରେ ମଧ୍ୟ କେକେଆର୍‌ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଥର ଜିତିଛି।

ବୁମରା: ୪-୧-୧୦-୫
ଆଇପିଏଲ୍‌ରେ ନିଜ ୧୧୭ତମ ମ୍ୟାଚ୍‌ରେ ଯଶପ୍ରୀତ୍ ବୁମରା ବ୍ୟକ୍ତିଗତ ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଛନ୍ତି। ମାତ୍ର ୯ ବଲ୍‌ ଭିତରେ ୫ ୱିକେଟ୍‌ ନେବା ଏବଂ ଶେଷ ଦୁଇ ଓଭରରେ ମାତ୍ର ଗୋଟିଏ ରନ୍‌ ଦେଇଥିବା ଏହି ଭାରତୀୟ ତାରକା ଶେଷକୁ ୫/୧୦ ବୋଲିଂ ଚିତ୍ର ପାଇଛନ୍ତି। ଡିୱାଇ ପାଟିଲ ଷ୍ଟାଡିୟମ୍‌ରେ ସୋମବାର ଆଇପିଏଲ୍‌ର ୫୬ତମ ମ୍ୟାଚ୍‌ରେ ବୁମରାଙ୍କ ବୋଲିଂ ବିସ୍ଫୋରଣ କାରଣରୁ କୋଲକାତା ନାଇଟ୍ ରାଇଡର୍ସକୁ ମୁମ୍ବାଇ ଇଣ୍ଡିଆନ୍ସ ୧୬୫ ରନ୍‌ରେ ରୋକି ଦେଇଥିଲା। ୫ଟି ପରିବର୍ତନ ଏବଂ ଅତିରିକ୍ତ ବ୍ୟାଟର୍‌ ନେଇ‌ ଖେଳିଥିବା କେକେଆର୍‌ ‌ଖେଳାଳି କିନ୍ତୁ ଶେଷ ଭାଗରେ ୱିକେଟ୍‌ ଫିଙ୍ଗିଦେବାରୁ ଆଶାମୁତାବକ ସ୍କୋର୍‌ କରିପାରିନଥିଲା। ଦଳର ପ୍ରଥମ ୩ ବ୍ୟାଟର୍‌ ଭେଙ୍କଟେଶ ଆୟର, ଅଜିଙ୍କ୍ୟ ରାହାଣେ ଏବଂ ନୀତୀଶ ରାଣା କେକେଆର୍‌କୁ ପାୱାର ପ୍ଲେରେ ୬୪ ରନ୍ ଦେବା ସହିତ ୧୧ ଓଭରରେ ୧୦୦ ପୂର୍ଣ୍ଣ କରାଇଥିଲେ। ପ୍ରାରମ୍ଭିକ ଯୋଡ଼ିକୁ କୁମାର କାର୍ତିକେୟ ଆଉଟ୍ କରିଥିବା‌ବେଳେ ବୁମରା ୧୮ତମ ଓଭରକୁ ମେଡେନ୍‌ ୩ ୱିକେଟ୍‌ ରଖି କୋଲକାତା ପାଇଁ କାଳ ହୋଇଥିଲେ। ୨୦ତମ ଓଭରରେ ବୁମରା ମଧ୍ୟ ରିଙ୍କୁ ସିଂହ (୨୩*, ୧୯ ବଲ୍‌)ଙ୍କୁ ବାନ୍ଧି ରଖି ମାତ୍ର ଗୋଟିଏ ରନ୍‌ ଦେଇଥିଲେ। ପୂର୍ବରୁ ବୁମରା ଆଇପିଏଲ୍‌ରେ ସର୍ବାଧିକ ୪ ୱିକେଟ୍ ସଫଳତା ପାଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ