କଳା ଓ ସଂସ୍କୃତି ଧର୍ମ

ବୁଧବାର ଦିନ ଗଣେଶଙ୍କ ପୂଜା କଲେ ଶାନ୍ତ ହୋଇଥାନ୍ତି କେତୁ, ଦୂର ହୋଇଥାଏ ଗ୍ରହ ଦୋଷ

ଭୁବନେଶ୍ୱର ୨୨/୧୨ : ବୁଧବାର ଦିନ ଭଗବାନ ଗଣେଶଙ୍କୁ ସମର୍ପିତ। ପାଞ୍ଜି ଅନୁସାରେ ଡିସେମ୍ବର ୨୩ ତାରିଖ ବୁଧବାର ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ନବମୀ ତିଥି। ଏହିଦିନ ଚନ୍ଦ୍ରମା ମୀନ ରାଶିରେ ଗୋଚର କରିବେ। ଏହି ଦିନ ଗଣେଶଙ୍କୁ ପୂଜା କଲେ ବୁଧ ଓ କେତୁ ଗ୍ରହ ଶୁଭ ଫଳ ପ୍ରଦାନ କରିଥାନ୍ତି।

ବୁଧ ଗ୍ରହ – ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ଶୁଭ ଗ୍ରହ। ବୁଧ ମିଥୁନ ଓ କନ୍ୟା ରାଶିର ସ୍ୱାମୀ। କନ୍ୟା ବୁଧଙ୍କ ଉଚ୍ଚ ରାଶି। ମିଥୁନ ବୁଧଙ୍କ ନୀଚ ରାଶି। ଅଶ୍ଳେଷା, ଜ୍ୟେଷ୍ଠା, ରେବତୀ ବୁଧଙ୍କ ନକ୍ଷତ୍ର। ବୁଧ ଗ୍ରହ ବୁଦ୍ଧି, ବାଣୀ, ଶିକ୍ଷା, ଗଣିତ, ଲେଖନ, ତର୍କ-ବିତର୍କ, ଲଳିତ କଳା, ବନସ୍ପତି, ବ୍ୟବସାୟ, ମିତ୍ର, ସମ୍ପର୍କୀୟ, ଗଳା, ନାକ, କାନ, ଫୁସଫୁସ ଆଦିର କାରକ।

କେତୁ ଗ୍ରହ – କେତୁ ଗ୍ରହକୁ ଜ୍ୟୋତିଷ ଶାସ୍ତ୍ରରେ ପାପ ଗ୍ରହ ବୋଲି କୁହାଯାଏ। ଏହାକୁ ଛାୟା ଗ୍ରହ ମଧ୍ୟ କୁହାଯାଏ। କେତୁଙ୍କ ମୁଣ୍ଡ ନାହିଁ। କେତୁଙ୍କୁ ତର୍କ, ବୁଦ୍ଧି, ଜ୍ଞାନ, କଳ୍ପନା ଓ ମାନସିକ ଗୁଣର କାରକ ବୋଲି କୁହାଯାଏ। କେତୁ ପ୍ରଧାନ ବ୍ୟକ୍ତି ନିଜ ଭାଗ୍ୟ ଉପରେ ନିର୍ଭର ନ କରି ଟିକିଏ ଅଲଗା କାମ କରିବା ଉପରେ ବିଶ୍ୱାସ କରନ୍ତି।

ବୁଧ ଓ କେତୁଙ୍କ ଅଶୁଭ ଫଳ – ବୁଧ ଓ କେତୁ ଅଶୁଭ ଥିଲେ ବ୍ୟକ୍ତିଙ୍କୁ ଅନେକ ସମସ୍ୟା ସାମ୍ନା କରିବାକୁ ପଡିଥାଏ। ବ୍ୟବସାୟ ଓ ଶିକ୍ଷାରେ ହାନି ହୋଇଥାଏ। ନାନା ବାଧା ବିଘ୍ନ ସୃଷ୍ଟି ହୋଇଥାଏ। କେତୁ ଅଶୁଭ ହେବାରୁ ମାନସିକ ଅବସାଦ ସ୍ଥିତି ଉତ୍ପନ୍ନ ହୋଇଥାଏ। ନାନା ସଂଘର୍ଷ କରିବାକୁ ପଡିଥାଏ ଏବଂ ସଫଳତା ବିଳମ୍ବରେ ପ୍ରାପ୍ତ ହୁଏ।

ଗଣେଶ ପୂଜା କରିବାର ଲାଭ – ଭଗବାନ ଗଣେଶଙ୍କୁ ବୁଦ୍ଧିଦାତା ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧିର କାରକ ବୋଲି ବିଶ୍ୱାସ କରାଯାଏ। ସେଥିପାଇଁ ବୁଧବାର ଦିନ ଗଣେଶଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି। ବୁଧବାର ଦିନ ଗଣେଶଙ୍କୁ ପୂଜା କଲେ ବୁଧ ଗ୍ରହ ସହ ଜଡିତ ଅନେକ ସମସ୍ୟା ଦୂର ହୋଇଥାଏ। କେତୁ ଗ୍ରହର ପ୍ରଭାବ ଦୂର କରିବାକୁ ଗଣେଶଙ୍କ ପୂଜା ବହୁତ ପ୍ରଭାବଶାଳୀ।

ପୂଜା ବିଧି – ବୁଧବାର ଦିନ ଗଣେଶଙ୍କ ପୂଜା କରିବା ପୂର୍ବରୁ ପୂଜା ସ୍ଥାନକୁ ଗଙ୍ଗାଜଳରେ ଶୁଦ୍ଧ କରନ୍ତୁ। ଏହାପରେ ଗଣେଶଙ୍କ ପ୍ରତିମା ସମ୍ମୁଖରେ ଧୂପ, ଦୀପ, ଫୁଲ, ଚନ୍ଦନ ଦେଇ ଧ୍ୟାନ କରନ୍ତୁ। ପୂଜା ବେଳେ ଗଣେଶଙ୍କ ପ୍ରିୟ ମୋଦକ କିମ୍ବା ଲଡୁ ଭୋଗ କରନ୍ତୁ। ଗଣେଶ ବନ୍ଦନା ନିଶ୍ଚୟ ପଢନ୍ତୁ। ଆଳତି କରିବା ପରେ ଭୋଗ ବାଣ୍ଟି ନିଜେ ମଧ୍ୟ ଗ୍ରହଣ କରନ୍ତୁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ