ଧର୍ମ

ବୁଧବାର ଦିନ କରନ୍ତୁ ଏହି ୫ଟି ସହଜ ଉପାୟ : ସୁଖ-ସମୃଦ୍ଧିରେ ଭରିଯିବ ଆପଣଙ୍କ ଜୀବନ

ଘରେ ସୁଖ-ସମୃଦ୍ଧି ବଜାୟ ରଖିବା ପାଇଁ କିଛି ଉପାୟ ଅବଲମ୍ବନ କରିବା ନିତାନ୍ତ ଜରୁରୀ। ବୁଧବାର ଦିନ ବୁଧଗ୍ରହଙ୍କୁ ସମର୍ପିତ ହୋଇଥାଏ। ଏହି ଦିନ କରାଯାଇଥିବା ଉପାୟ ଆପଣଙ୍କୁ ଜୀବନ ବ୍ୟାପି ଫଳ ଦେବ। ତେବେ ଆସନ୍ତୁ ଜାଣିବା ଏପରି କେଉଁ ଉପାୟ ଦ୍ବାରା ଆପଣଙ୍କ ଜୀବନ ସମୃଦ୍ଧ ହେବ।

• ଏହି ଦିନ ଗଣେଶଙ୍କ ପୂଜା କରିବା ଉଚିତ୍। ଏହି ଦିନ ମନ୍ଦିର ଯାଇ ଭଗବାନ ଗଣେଶଙ୍କୁ ୧୧ରୁ ୨୧ଦୁବ ଘାସ ଚଢ଼ାଇବା ଉଚିତ୍। ଆପଣ ଖୁବ୍ ଶୀଘ୍ର ଶୁଭ ଫଳ ପାଇବେ।
ବୁଧବାର ମୁଗ ଡାଲି ଦାନ କରିବା ଦ୍ବାରା କଷ୍ଟର ନିବାରଣ ହୋଇଥାଏ। କୌଣସି ଗରିବ କିମ୍ବା ଅଭାବୀଙ୍କୁ ମୁଗ ଦାନ କଲେ ଆପଣଙ୍କ ସମସ୍ତ ଦୁଃଖ,କଷ୍ଟ ଦୂର ହୋଇଯିବ।

• ଯେଉଁମାନଙ୍କ ଜାତକରେ ବୁଧ ଗ୍ରହ ଦୋଷ ରହିଛି ସେମାନେ ଖାସ୍ କରି ଏହି ଦିନ ଗଣେଶ ଭଗବାନଙ୍କୁ ମୋଦକ ପ୍ରସାଦ ଚଢ଼ାନ୍ତୁ। ଏହା ଦ୍ବାରା ଗ୍ରହ ଦୋଷ ଦୂର ହୋଇଯିବ।
ଗାଈଙ୍କୁ ହିନ୍ଦୁ ଧର୍ମରେ ପୂଜନୀୟ କୁହାଯାଇଥାଏ। ବୁଧବାର ଗାଈଙ୍କୁ ସବୁଜ ଘାସ ଖୁଆଇବା ଦ୍ବାରା ଦେବୀ-ଦେବତାଙ୍କଠାରୁ କୃପା ବର୍ଷା ହୋଇଥାଏ। ଯଦି ସବୁଜ ଘାସ ସମ୍ଭବ ନୁହେଁ ତେବେ ଗାଈଙ୍କୁ ସକାଳେ ରୁଟି ଖୁଆନ୍ତୁ।

• ବୁଧବାର ଭଗବାନ ଗଣେଶଙ୍କୁ ସିନ୍ଦୂର ଚଢ଼ାଇବା ଦ୍ବାରା ଲାଭ ମିଳିଥାଏ। ଏପରି କରିବା ଦ୍ବାରା ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ ଏବଂ ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ