ରାଜ୍ୟ

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଅବହେଳିତ

ସମ୍ବଲପୁର: ମହାନ୍ ସ୍ବାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଖିଣ୍ଡା ଏବେ ବି ଅବହେଳିତ ଅବସ୍ଥା‌ରେ ରହିଛି। ଦୀର୍ଘ ୩୭ ବର୍ଷକାଳ ବନ୍ଦୀ ଜୀବନ ବିତାଇଥିବା ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡା ଗାଁକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାହା ପାଣିର ଗାର ପାଲଟିଛି। କେବଳ ସେତିକି ନୁହେଁ, ଖିଣ୍ଡା ଗାଁ ପାଖରେ କୋଇଲା ଖନନ କରୁଥିବା ଭାରତ ସରକାରଙ୍କ ନବରତ୍ନ କଂପାନି ଏନ୍‌ଏଲ୍‌ସି ଇଣ୍ଡିଆକୁ ପ୍ରଦତ୍ତ ପ୍ରସ୍ତାବ ୨ ବର୍ଷ ଅତିକ୍ରାନ୍ତ ହେବା ପରେ ବି କିଛି ଅଗ୍ରଗତି ଘଟିନାହିଁ।

ସୁନ୍ଦରଗଡ଼ ସାଂସଦ ଜୁଏଲ୍‌ ଓରାମ କେନ୍ଦ୍ରମନ୍ତ୍ରୀ ଥିବା ସମୟରେ ଥରେ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ସମାରୋହକୁ ଯୋଗଦେବାକୁ ଆସିଥିଲେ। ଜୟନ୍ତୀ ସମାରୋହରେ ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠର ବିକାଶ ପାଇଁ ଏକ ବଡ଼ ଘୋଷଣା ବି କରିଥିଲେ। କେନ୍ଦ୍ର ସରକାର ଏ ଦିଗରେ ତତ୍ପରତା ବି ଦେଖାଇ ରାଜ୍ୟ ସରକାରଙ୍କ ପାଖକୁ ପ୍ରସ୍ତାବ ବି ପଠାଇଥିବା କୁହାଯାଉଛି। ମାତ୍ର, କ’ଣ ହେଲା କେଜାଣି ଏହି ପ୍ରକଳ୍ପ ଆଉ ଆଗେଇ ପାରିଲା ନାହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଜୟନ୍ତୀ ସମାରୋହକୁ ଥରେ ଆସି ଖିଣ୍ଡାକୁ ଏକ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ ଏବଂ ଏନ୍‌ଏଲ୍‌ସି ଇଣ୍ଡିଆ ଲି‌ମିଟେଡ୍‌ ପକ୍ଷରୁ ସମସ୍ତ ଖର୍ଚ୍ଚ ବହନ କରାଯିବ ବୋଲି କହିଥିଲେ। ଇତିମଧ୍ୟରେ ଘୋଷଣାକୁ ଦୁଇ ବର୍ଷ ପୂରିବାକୁ ଯାଉଛି। ମାତ୍ର, ଏହି ପ୍ରକଳ୍ପ ଆଦୌ ଆଗେଇ ପାରି ନାହିଁ। ଏନ୍ଏଲ୍‌ସି ଇଣ୍ଡିଆ ଗ୍ରାମର କେତେକ ବିକାଶ କାର୍ଯ୍ୟ ପାଇଁ ପଦକ୍ଷେପ ନେଇଥିଲେ ବି ତାହା ଅଧୁରା ରହିଛି। ଏଥିସହିତ, ନିକଟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ଏକ ଚିଠି ଲେଖିଛନ୍ତି। ଜୀବନର ଶେଷ ପର୍ଯ୍ୟନ୍ତ ବନ୍ଦୀ ଜୀବନ କଟାଇଥିବା ଅସିରଗଡ଼ ଦୁର୍ଗରେ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସହ ସ୍ମାରକୀ ସ୍ଥାପନା ପାଇଁ ଏଥିରେ ଅନୁରୋଧ କରିଛନ୍ତି।

ସେହିଭଳି, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଆଉ ବଡ଼ ଅଧିକାରୀମାନେ ମଧ୍ୟ ବିଭିନ୍ନ ସମୟରେ ଅନେକ ପ୍ରତିଶ୍ରୁତି ଦେଇଥିବା ନଜିର ରହିଛି। ହେଲେ, ସେସବୁ କାର୍ଯ୍ୟକାରୀ ‌ହୋଇନାହିଁ। ୬ ମାସ ତଳେ ପୁଣି ରାଜ୍ୟ ସରକାରଙ୍କ ପକ୍ଷରୁ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟିର ବିକାଶ ନିମନ୍ତେ ୬.୪୦ କୋଟି ଟଙ୍କା ମଂଜୁର ହୋଇଥିବା ଘୋଷଣା କରିଥିଲେ ହେଁ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ। ତେବେ, ଏହି ମାସ ପୁଣି ଶୋଚନୀୟ ଅବସ୍ଥାରେ ଥିବା ଖିଣ୍ଡା ଗାଁକୁ ରାଜ୍ୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥରାଶି ଘୋଷଣା କରାଯାଇଛି। ଏପରିସ୍ଥଳେ ରାଜ୍ୟ ହେଉକି କେନ୍ଦ୍ର ସରକାର କିଏ ପ୍ରତିଶ୍ରୁତି ପାଳନ ଦିଗରେ ଆଗୁଆ ରହିବ, ତାହା ସମୟ କହିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।