ରାଜ୍ୟ ସ୍ପେଶାଲ ରିପୋର୍ଟ

ବୀରମିତ୍ରପୁରର ଦୁଃଖ ଜାତୀୟ ରାଜପଥ: ୬ ମାସରେ ଗଲାଣି ୭ ଜୀବନ

ରାଉରକେଲା: ଶେଷ ହେବାକୁ ଯାଉଛି ବୀରମିତ୍ରପୁର-ବାରକୋଟ୍‌ ୧୪୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାମ। ଢ଼େର ବିଳମ୍ବ ହେଲେ ମଧ୍ୟ ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ସମସ୍ୟା ଦୂର ହୋଇଛି। ଟ୍ରାଫିକ୍‌ ସମସ୍ୟା ଓ ଦୁର୍ଘଟଣା ରୋକିବାକୁ ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ବାଇପାସ୍‌ ରାସ୍ତା କରାଯାଇଛି। କିଛି ସ୍ଥାନରେ ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ ହୋଇଛି। ବୀରମିତ୍ରପୁର-ବାରକୋଟ (୧୨୯ କିମି) ଜାତୀୟ ରାଜପଥର ଲାଠିକଟା, କୁଆରମୁଣ୍ଡା, ପାନ‌ପୋଷରେ ବାଇପାସ୍‌ ରାସ୍ତା ନିର୍ମାଣ ହୋଇଛି। ସାରନଗରୀ ରଙ୍ଗିଲା ଛକରେ ଫ୍ଲାଏଓଭର ବ୍ରିଜ୍‌ କରାଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ଜିଲ୍ଲାର ସର୍ବପୁରତନ ସହର ବୀରମିତ୍ରପୁରର ବାଇପାସ୍‌ କିମ୍ବା ଫ୍ଲାଏଓଭରବ୍ରିଜ୍‌ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ପାସୋରି ଯାଇଛନ୍ତି। ଆସନ୍ତା ଦିନରେ ହେବ କି ନାହିଁ, କାହାରି ପାଖରେ ଉତ୍ତର ନାହିଁ। ପ୍ରାୟ ୩ କିମି ସହର ମଧ୍ୟରେ ଜବରଦଖଲ ସମସ୍ୟାରୁ ଜାତୀୟ ରାଜପଥ ରାସ୍ତା ସମ୍ପ୍ରସାରଣ ବାଟ ଓଗାଳିଛି। ବିକଳ୍ପ ବ୍ୟବସ୍ଥା ନ କରି ଯେତତେନ ପ୍ରକାରେ ଏନ୍‌ଏଚ୍‌ଏଆଇ ୩ କିମି ଜାତୀୟ ରାଜପଥକୁ ମରାମତି କରି କାମ ସାରିଦେଇଛି।

ଦୈନନ୍ଦିନ ଟ୍ରାଫିକ୍‌ ସମସ୍ୟା ଉତ୍କଟ ହେଉଛି। ରାଉର‌କେଲାରୁ ବୀରମିତ୍ରପୁର ଦେଇ ଜାତୀୟ ରାଜପଥ ଝାଡ଼ଖଣ୍ଡର ରାଞ୍ଚି ପର୍ଯ୍ୟନ୍ତ ଥିବାରୁ ଦୈନିକ ହଜାର ହଜାର ଭାରି ଯାନ ବୀରମିତ୍ରପୁର ସହର ମଧ୍ୟ ଦେଇ ଯାତାୟତ କରୁଛନ୍ତି। ଫଳରେ ରାସ୍ତା ଅତିକ୍ରମ କରିବାକୁ ଲୋକଙ୍କୁ ନାକେଦମ୍‌ ହେବାକୁ ପଡୁଛି। ସାମାନ୍ୟ ଅନ୍ୟମନସ୍କ ହେଲେ ଦୁର୍ଘଟଣା ନିଶ୍ଚିତ। ଫଳସ୍ବରୂପ ସହରରେ ଛୋଟବଡ ଦୁର୍ଘଟଣା ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି। ଗତ ୬ ମାସରେ ୭ରୁ ଅଧିକ ଜୀବନ ଯାଇଛି। ଗତ ୧୫ ଜୁଲାଇରେ ଝାଡ଼ଖଣ୍ଡର ମଞ୍ଜୁଳା ଡୁଙ୍ଗଡୁଙ୍ଗ(୪୭), ୨୫ରେ ବିହାରର ସରୱାର ଆଲାମ୍‌, ଅଗଷ୍ଟ ୧୯ରେ ବୀରମିତ୍ରପୁରର ପିଟର ଡୁଙ୍ଗଡୁଙ୍ଗ (୫୦), ଅକ୍ଟୋବର ୧୭ରେ ଝାଡ଼ଖଣ୍ଡର ଅତୁଆ ବେକ୍‌ (୬୨), ନଭେମ୍ବର ୧୩ରେ ବୀରମିତ୍ରପୁର ଭାରତ ଜୟପୁରିଆ (୨୮)ଙ୍କ ଜୀବନ ଯାଇଛି। ସେମିତି ଗତ ସେପ୍ଟେମ୍ବର ୨୫ ଓ ଡିସେମ୍ବର ୧ରେ ଦୁଇଜଣ ମୃତ୍ୟୁବରଣ କରିଛନ୍ତି। ପ୍ରାୟ ୧୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। କିଏ ଗୋଡ ତ ଅନ୍ୟ କିଏ ହାତ ହରାଇଛି। ଆଉ କିଛି ଲୋକ ସବୁଦିନ ପାଇଁ ପଙ୍ଗୁ ହୋଇ ବସିଛନ୍ତି।

ସେପଟେ ଜାଗା ବିବାଦରୁ ତଲସରାରୁ ଝାଡ଼ଖଣ୍ଡ ସୀମାନ୍ତ ପର୍ଯ୍ୟନ୍ତ ପ୍ରାୟ ୧ କିମି ଜାତୀୟ ରାଜପଥକୁ ମରାମତି କରି ସେମିତି ଛାଡି ଦିଆଯାଇଛି। ଏଥିପାଇଁ ସ୍ଥାନୀୟ ଲୋକ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଦାୟୀ କରିଛନ୍ତି। ଯେ ପର୍ଯ୍ୟନ୍ତ ବାଇପାସ୍‌ ରୋଡ ନିର୍ମାଣ ନ ହୋଇଛି, ଏମିତି ଦୁର୍ଘଟଣାରେ ନିରୀହ ଲୋକଙ୍କ ଜୀବନ ଯାଉଥିବ। ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ କହିଛନ୍ତି, ଜାଗା ବିବାଦରୁ ବାଇପାସ୍‌ ରାସ୍ତା ପାଇଁ ଦୁଇଥର ଜନଶୁଣାଣି ହୋଇଛି। ବିବାଦ ସମାଧାନ ହେଲା ପରେ ସହରର କିଛି ବ୍ୟବସାୟୀ ବିରୋଧ କରିବାକୁ ବାଇପାସ୍‌ ରାସ୍ତା ହୋଇପାରୁନି। ଆସନ୍ତା ଦିନରେ ହେବାକୁ ପ୍ରୟାସ ଜାରି ରହିଛି। କଂଗ୍ରେସ ଟାଉନ୍‌ ସଭାପତି ସାଜିଦ୍‌ ଆଲାମ, ବୁଦ୍ଧିଜୀବୀ ଜଗଦୀଶ ଅଗ୍ରୱାଲ ସର୍ବପୁରାତନ ସହର ଲୋକଙ୍କ ସ୍ବାର୍ଥ ପାଇଁ ବାଇପାସ୍‌ ରାସ୍ତାର ଆବଶ୍ୟକତା ରହିଛି। ଉଲ୍ଲେଖଯୋଗ୍ୟ, ଗତ ୨୦୧୫ ଏପ୍ରିଲ ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ବିତୀୟ ବ୍ରାହ୍ମଣୀ ପୋଲ ସହ ଜାତୀୟ ରାଜପଥ ନିର୍ମାଣ ଘୋଷଣା କରିଥିଲେ। ଘୋଷଣା କାର୍ଯ୍ୟକାରୀ ହେବାକୁ ଦୁଇବର୍ଷ ଲାଗିଗଲା। ତିନି ବର୍ଷ ପରେ ଅର୍ଥାତ୍‌ ୨୦୧୮ ଡିସେମ୍ବରରେ ବିଧିବଦ୍ଧ ଭାବେ ରାସ୍ତା ସମ୍ପ୍ରସାରଣ ଓ ମରାମତି କାମ ଆରମ୍ଭ ହୋଇଥିଲା। ବୀରମିତ୍ରପୁର-ପାନପୋଷ ୨୯ କିମି ସହ ଦ୍ବିତୀୟ ବ୍ରାହ୍ମଣୀ ପୋଲ ବାବଦରେ ପ୍ରାୟ ୩୮୨ କୋଟି ଟଙ୍କା, ପାନପୋଷ ଛକରୁ ରାଜାମୁଣ୍ଡା ୪୫ କିମି ଓ ରାଜାମୁଣ୍ଡାରୁ ବାରକୋଟ ୫୦ କିମି ରାସ୍ତା ବାବଦରେ ମୋଟ ୪୬୨ କୋଟି ଖର୍ଚ୍ଚ କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।