ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ବୀରମହାରାଜପୁର ସହର ଉପକଣ୍ଠରୁ ନବଜାତ ଭାଲୁ ଛୁଆ ଉଦ୍ଧାର

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହର ଉପକଣ୍ଠ ଲାତୁରପେଟରୁ ଏକ ନବଜାତ ଭାଲୁ ଛୁଆକୁ ଉଦ୍ଧାର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ବୀରମହାରାଜପୁର ଲାତୁରପେଟ ଅମୁଲ୍ୟମଣି ରାଣୀପୁର ଅଲେଖ ବାବାମଠ ଠାରେ ଏହି ନବଜାତ ଭାଲୁ ଛୁଆକୁ ଉଦ୍ଧାର କରିଛନ୍ତି ଲାତୁରପେଟ ଗ୍ରାମର ପଦ୍ମଲୋଚନ ମହାନନ୍ଦ। ଆଜି ପଦ୍ମଲୋଚନ କୌଣସି କାମରେ ବାବା ମଠ ଆଡ଼କୁ ଯାଇଥିଲେ । ସେହି ସମୟରେ କିଛି କୁକୁର ନବଜାତ ଭାଲୁ ଛୁଆକୁ ଆକ୍ରମଣ କରିବାକୁ ଯାଉଥିବା ବେଳେ କୁକୁରମାନଙ୍କୁ ଘଉଡାଇବା ସହିତ ତାକୁ ଉଦ୍ଧାର କରି ଲାତୁରପେଟ ଘରେ ରଖିଛନ୍ତି।
ଏବିଷୟରେ ପଦ୍ମଲୋଚନ ବୀରମହାରାଜପୁର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବୀରମହାରାଜପୁର ଥାନା ସବ ଇନ୍ସପେକ୍ଟର ସୁଦର୍ଶନ ଦେହୁରୀ ଘଟଣା ସ୍ଥଳରେ ପହଞ୍ଚି ଭାଲୁ ଛୁଆକୁ ବନବିଭାଗକୁ ହସ୍ତାନ୍ତର କରିବେ ବୋଲି ଜଣାଯାଇଛି। ।
ଏପଟେ ଭାଲୁ ଛୁଆର ମା’ ନିକଟସ୍ଥ ଧାନ ବିଲ ଭିତରେ ରହିଥିବା ଆଲୋଚନା ହେଉଛି । ଅନ୍ୟ ଭାଲୁ ଛୁଆ ମାନଙ୍କୁ ନେଇ ମା’ଭାଲୁ ମଠ ପାଖାପାଖି ଥିବାରୁ ଅନୁମାନ କରୁଛନ୍ତି ଗ୍ରାମବାସୀ। ଏଣୁ ମା’ ଭାଲୁ ଲୋକମାନଙ୍କୁ ଆକ୍ରମଣ କରିପାରେ, ସେଥିପାଇଁ ଜନସାଧାରଣ ସେ ଅଞ୍ଚଳକୁ ଯିବାପାଇ ଭୟ କରୁଥିବା ଜଣାପଡ଼ିଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ