ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ବିୟୁଟି ଟିପ୍ସ: ଓଠ କଳା ପଡ଼ିବା ସମସ୍ୟା ପାଇଁ ଶୋଇବା ପୂର୍ବରୁ କଞ୍ଚା କ୍ଷୀରରେ ଓଠକୁ ପୋଛନ୍ତୁ

କଟକ: ନାରୀ ହେଉ କିମ୍ବା ପୁରୁଷ, ସଭିଏଁ ଚାହିଁଥାନ୍ତି ଓଠରୁ କଳା ଦାଗ ହଟାଇ ଓଠକୁ ଗୋଲାପି କରିବା ପାଇଁ। ଏଥିପାଇଁ ବିଭିନ୍ନ ପ୍ରକାରର ସାମଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି। ହେଲେ ଆମେ ଘରେ ରହି ଘରୋଇ ଜିନିଷ ବ୍ୟବହାର କରି ଓଠର ଯତ୍ନ ନେବା ସହ ଏହି କଳା ଦାଗ ସମସ୍ୟାକୁ ଦୂରେଇ ଦେଇ ପାରିବା। ଏଥିପାଇଁ ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ଗୋଟେ ଚାମଚ କଞ୍ଚା କ୍ଷୀରକୁ ତୁଳା ଦ୍ବାରା ଓଠକୁ ଭଲ ଭାବେ ପୋଛି ଶୋଇବେ। ଏହାସହ ୩ରୁ ୪ ବୁନ୍ଦା ଲେମ୍ବୁ ରସ, ଦୁଇ ବୁନ୍ଦା ମହୁ ରସ ଓ ୩ରୁ ୪ ବୁନ୍ଦା ‌ଗ୍ଲିସରିନ୍‌କୁ ‌ଏକ ପାତ୍ରରେ ମିଶାଇ ଏହି ପେଷ୍ଟଟିକୁ ଓଠରେ ଲଗାଇ ୫ ମିନିଟ୍‌ ସମୟ ପର୍ଯ୍ୟନ୍ତ ରଖିବେ।

ପରେ ଏହାକୁ ହାତରେ ଧୀରେ ଧୀରେ ମସାଜ କରି ପରେ ଓଠକୁ ଭଲ ଭାବେ ଧୋଇ ନେବେ। ସେହିପରି ‌ବଜାରରେ ମିଳୁଥିବା ଭେସ୍‌ଲିନ୍‌ରୁ ଗୋ‌େଟ ଚାମଚ ଓ ଘିକୂଆଁରି ରସ ଗୋଟେ ଚାମଚ ବା ଅରୁଆ ଚାଉଳ ଓ ମସୁର ଡ଼ାଲି ଗୁଣ୍ତକୁ ଭେସ୍‌ଲିନ୍‌ ସହ ଗ୍ରାଇଣ୍ତିଂ କରି ସେଥିରେ ଗୋଲାପ ଜଳ ଗୋଟେ ଚାମଚ, ‌ଗ୍ଲିସରିନ୍‌ ୩ରୁ ୪ ବୁନ୍ଦା ମିଶାଇ ଏହି ପେଷ୍ଟଟିକୁ ରାତିରେ ଶୋଇବା ପୂର୍ବରୁ ଓଠରେ ଲଗାଇ ୨୦ ମିନିଟ୍‌ ସମୟ ପର୍ଯ୍ୟନ୍ତ ରଖିବେ। ପରେ କଞ୍ଚା କ୍ଷୀର ସହ ଓଠକୁ ମସାଜ କରିବେ। ଏହି ସମସ୍ତ ପକ୍ରିୟାକୁ ସପ୍ତାହକୁ ତିନିଥର କରିବା ଜରୁରୀ। ଏଭଳି ନିୟମିତ କରିବା ଦ୍ବାରା ଓଠର କଳା ଦାଗ ସମସ୍ୟା ଦୂର ହୋଇଥାଏ।

-ରଶ୍ମୀରେଖା ରାଏ, ବିଉଟିସିଆନ, ରଶ୍ମୀ ବିୟୁଟିକେୟାର, ଭଗତପୁର

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ