ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

ବିହାର ପରେ ମଧ୍ୟପ୍ରଦେଶରେ ମିଳିବ ମାଗଣା କରୋନା ଟିକା

ନୂଆଦିଲ୍ଲୀ ୨୯/୧୦: ମଧ୍ୟପ୍ରଦେଶ ବାସିନ୍ଦାଙ୍କ ପାଇଁ ଭଲ ଖବର। ବିହାର ପରେ ମଧ୍ୟପ୍ରଦେଶରେ ଦିଆଯିବ ମାଗଣାରେ କରୋନା ଟିକା। ଭାରତୀୟ ଜନତା ପାର୍ଟି ଏମିତି କିଛି ପ୍ରତିଶ୍ରୁତି କରିଛି। ନଭେମ୍ବର ୩ରେ ୧୮ଟି ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ହେବ, ଯେଉଁଥିପାଇଁ ବିଜେପି ନିଜ ଘୋଷଣାପତ୍ରରେ ମଧ୍ୟପ୍ରଦେଶର ପ୍ରତ୍ୟେକ ବାସିନ୍ଦାକୁ କୋଭିଡ ଭାକସିନ ମାଗଣାରେ ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଛି। ୨୯ ନିର୍ବାଚନୀ କ୍ଷେତ୍ରରୁ ପ୍ରତ୍ୟେକଙ୍କ ପାଇଁ ବିଜେପି ସଂକଳ୍ପ ପତ୍ର​ ଶୀଷର୍କରୁ ଅଲଗା ଘୋଷଣାପତ୍ର ଜାରି କରିଛି। ମାଗଣାରେ କରୋନା ଟିକା ଓ ପୂର୍ବରୁ କଂଗ୍ରେସ ଦ୍ବାରା ବନ୍ଦ ହୋଇଥିବା ଯୋଜନାକୁ ପୁଣି ଥରେ ଆରମ୍ଭ କରାଯିବା ନେଇ ପ୍ରତିଶ୍ରୁତି ଦେଇଛି ବିଜେପି।

ଅକ୍ଟୋବର ୨୨ରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜ୍ୟରେ ମାଗଣାରେ କରୋନା ଟିକା ଦିଆଯିବ ବୋଲି ଘୋଷଣା କରିଥିଲେ। ମଧ୍ୟପ୍ରଦେଶ କରୋନାକୁ ନିୟନ୍ତ୍ରଣରେ ରଖିଛି। ମାତ୍ର ଏହାର ସ୍ଥାୟୀ ଚିକିତ୍ସା ଟିକା ବୋଲି ସେ କହିଛନ୍ତି। ଏହା ସହ ସେ କହିଛନ୍ତି କୋଭିଡ ଟିକା ଗରିବ ମାନଙ୍କୁ ହିଁ ମାଗଣାରେ ଦିଆଯିବ। ଯେଉଁମାନେ ଏହାର ଖର୍ଚ ଉଠାଇପାରିବେ ନାହିଁ।

ଏହା ବାଦ୍ ଘୋଷଣା ପତ୍ରରେ ଦାବି କରାଯାଇଛି ଯେ ୨୭ ହଜାର କୋଟି ଟଙ୍କା ସିଧା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ୧୫ ମାସ କଂଗ୍ରେସ ସରକାରରେ କେବଳ ମିଛ ପ୍ରତିଶ୍ରୁତି ଦେଇ ଗରିବଙ୍କୁ ବିଚଳିତ କରି ରଖାଯାଇଥିଲା। ମାତ୍ର ଏ ଉପନିର୍ବାଚନ ପିଲା, ଚାଷୀ, ବୟସ୍କ, ଛାତ୍ରଛାତ୍ରୀ ଓ ଶ୍ରମିକଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରୁଥିବା ମାନସିକତା ପ୍ରତି ଉଚିତ ଜବାବ ଦେବାକୁ ହେବ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର