ଖେଳ ଦେଶ ବିଦେଶ

ବିହାରୀଙ୍କ ପାଳି ଶତକ ସହ ସମାନ: ଅଶ୍ବିନ

ଯନ୍ତ୍ରଣା ଜର୍ଜରିତ ପାଳିରେ ୧୬୧ ବଲ୍‌ରୁ ୨୩* ରନ୍ କରି ଭାରତକୁ ପରାଜୟରୁ ବଞ୍ଚାଇଥିବା ହନୁମା ବିହାରୀଙ୍କୁ ସାଥୀ ବ୍ୟାଟର୍‌ ଆର୍‌ ଅଶ୍ବିନ ପ୍ରଶଂସାରେ ପୋତି ଦେଇଛନ୍ତି। ବିହାରୀଙ୍କ ସହ ପାଖାପାଖି ପାଞ୍ଚ ଘଣ୍ଟା ବ୍ୟାଟିଂ କରି ନିଜେ ୧୨୮ ବଲ୍‌ରୁ ୩୯* ରନ୍‌ର ମାରାଥନ ପାଳି ଖେଳିଥିବା ଅଶ୍ବିନ କହିଛନ୍ତି ଯେ ପୂଜାରା ଓ ପନ୍ତଙ୍କ ୱିକେଟ୍ ଯିବା ଏବଂ ବିହାରୀ ଆହତ ହେବା ପରେ ବିଜୟ ଆମ ପାଇଁ ଅସମ୍ଭବ ଥିଲା। ବିହାରୀ ନିଜ ପାଳି ପାଇଁ ଗର୍ବିତ ହେବା କଥା। ଏହା ଶତକ ଅର୍ଜନଠାରୁ କୌଣସି ଗୁଣରେ କମ୍ ନଥିଲା। ମୁଁ ନେଟ୍ସରେ ବହୁତ ଭଲ ବ୍ୟାଟିଂ କରୁଥିଲି। ପଡ଼ିଆ ମଝିରେ କିଛି ସମୟ କଟାଇବା ମୋତେ ଆନନ୍ଦିତ କରିଛି। ସିଡ୍‌ନି କ୍ରିକେଟ୍ ପଡ଼ିଆରେ ୪୦୦ ରନ୍‌କୁ ପିଛା କରିବା ଆଦୌ ସହଜ ନୁହେଁ। କାରଣ ଏଠାରେ ବଲ୍ ସବୁବେଳେ ଉଚ୍ଚ ନୀଚ ରହେ। ମୁଁ ଭାବୁଛି ପନ୍ତଙ୍କ ପାଳି ହିଁ ଆମକୁ ଆଶା ଦେଇଥିଲା। ମଧ୍ୟାହ୍ନଭୋଜନ ବିରତି ବେଳେ ସିଡ୍‌ନିରେ ଅର୍ଦ୍ଧଶତକ ହାସଲଠାରୁ କମ୍‌ରେ ମୁଁ ସନ୍ତୁଷ୍ଟ ହେବି ନାହିଁ ବୋଲି କହିଥିଲି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ