ଅପରାଧ ଦେଶ ବିଦେଶ

ବିହାରରେ ନିର୍ଭୟା କାଣ୍ଡର ପୁନରାବୃତ୍ତି, ବସ୍‌ରେ ନାବାଳିକାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ ଅଭିଯୋଗ

ଚମ୍ପାରଣ ୮।୬: ବିହାର ପଶ୍ଚିମ ଚମ୍ପାରଣରେ ଦେଖିବାକୁ ମିଳିଛି ଦିଲ୍ଲୀ ନିର୍ଭୟା କାଣ୍ଡ । ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ବସ୍‌ରେ ନାବାଳିକାଙ୍କୁ ଡ୍ରାଇଭର, କଣ୍ଡକ୍ଟରଙ୍କ ସମେତ ଅନ୍ୟମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ନାବାଳିକା ଜଣଙ୍କ ପାଟନା ଯିବାକୁ ବସଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ବସ୍ କର୍ମଚାରୀ ତାଙ୍କୁ ଡାକି ନେଇଥିଲା । ପରେ ଡ୍ରାଇଭର ବସ୍‌କୁ ବାଇପାସ୍ ରୋଡ୍ ନେଇଯାଇଥିଲା । ନାବାଳିକାଙ୍କୁ ପାନୀୟରେ ନିଶା ଦେଇଥିଲେ ବସ୍ କର୍ମଚାରୀ । ଫଳରେ ନାବାଳିକା ଜଣଙ୍କ ଅଚେତ ହୋଇଯିବା ପରେ ସେମାନେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଅଭିଯୁକ୍ତମାନେ ପୀଡିତାକୁ ବସ୍ ଭିତରେ ବନ୍ଦ କରି ଫେରାର ହୋଇଯାଇଥିଲେ ।

ପରେ ପୀତିତାଙ୍କ ଚେତା ଫେରିବା ପରେ ଭିତର ପଟୁ ବସ୍ ର ଝରକାରେ ଖଟଖଟ କରିଥିଲେ । ସେହି ରାସ୍ତା ଦେଇ ଯାଉଥିବା ଲୋକେ ପୀଡିତାକୁ ବସ୍ ଭିତରୁ ଉଦ୍ଧାର କରିଥିଲେ । ଲୋକେ ଘଟଣା ସଂପର୍କରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ନାବାଳିକାଙ୍କୁ ସୁରକ୍ଷା ପ୍ରଦାନ କରିଛି । ପୀଡିତାଙ୍କୁ ମେଡିକାଲକୁ ପଠାଯାଇଛି । ପୋଲିସ ମାମଲାର ତଦନ୍ତ କରୁଛି । ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ବସ୍ ଡ୍ରାଇଭର ଫେରାର ହୋଇଯାଇଛି । ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ