ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିହାରରେ ଉପୁଜିପାରେ ମହାରାଷ୍ଟ୍ର ସ୍ଥିତି: ପୁଣି ଏନ୍‌ଡିଏମୁହାଁ ହେବେ କି ନୀତୀଶ?

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଏନସିପି ନେତା ଅଜିତ ପାୱାର ଗତକାଲି ସିନ୍ଦେ ସରକାରରେ ଯୋଗ ଦେବାପରେ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଆରମ୍ଭ ହୋଇଛି। ଅଜିତ ପାୱାରଙ୍କର ଏହି କାର୍ଯ୍ୟ ଏନ୍‌ସିପି ସୁପ୍ରି ମୋ ଶରଦ ପାୱାରଙ୍କୁ ଶକ୍ତ ଝଟ୍‌କା ଦେଇଛି। ତେବେ ବିହାରରେ ମଧ୍ୟ ଆଗକୁ ମହାରାଷ୍ଟ୍ର ଭଳି ସ୍ଥିତି ଉପୁଜିବାରେ ବୋଲି ଏବେ ଜୋରଦାର ଚର୍ଚ୍ଚା ହେଉଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନ୍‌ଡିଏକୁ ଫେରିପାରନ୍ତି। ବିହାରରେ ଗତ କିଛି ଦିନର ରାଜ‌ନୈତିକ ସ୍ଥିତିକୁ ଯଦି ଆମେ ଲକ୍ଷ୍ୟ କରିବା ତେବେ ଏଥିରୁ ଅନୁମେୟ ହେଉଛି ଯେ ବିହାରରେ ମହାରାଷ୍ଟ୍ର ଭଳି ସ୍ଥିତି ଉପୁଜିବାର ସମ୍ଭାବନା ରହିଛି।

ନୀତୀଶ କୁମାର ବିଜେପି ସହ ସମ୍ପର୍କ ଚ୍ଛିନ୍ନ କରିବା ପରଠାରୁ ଗତ ୧୦ ମାସ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ୫ ଥର ବିହାର ଗସ୍ତ କରିଛନ୍ତି। ପ୍ରତିଥର ଶାହ ତାଙ୍କ ବିହାର ଗସ୍ତ ସମୟରେ ଭାଷଣ ଦେବାବେଳେ ନୀତୀଶଙ୍କୁ କଡ଼ା ସମାଲୋଚନା କରିଛନ୍ତି ଏବଂ ବିଜେପିର ଦ୍ବାର ନୀତୀଶଙ୍କ ପାଇଁ ସବୁଦିନ ଲାଗି ବନ୍ଦ ବୋଲି କହିଛନ୍ତି। କିନ୍ତୁ ଗତ ଜୁନ୍‌ ୨୯ ତାରିଖରେ ଶାହ ବିହାରର ଲଖିସରାଇରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ସମୟରେ ନୀତୀଶଙ୍କୁ ନେଇ କୌଣସି ଟିପ୍ପଣୀ ଦେଇନଥିଲେ କି ବିଜେପିର ଦ୍ବାର ତାଙ୍କ ପାଇଁ ସବୁଦିନ ପାଇଁ ବନ୍ଦ ବୋଲି କହିନଥିଲେ। ଏହା ପରିବର୍ତ୍ତେ ୨୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଥିବା ଲୋକଙ୍କ ସହ ନୀତୀଶ କିଭଳି‌ ମେଣ୍ଟ କରିଛନ୍ତି ବୋଲି ଶାହ ପ୍ରଶ୍ନ ଉଠାଇଥିଲେ। କୁହାଯାଉଛି ଯେ ଦୁର୍ନୀତି ଉପରେ ଫୋକସ୍‌ କରି ବିଜେପି ନୀତୀଶଙ୍କୁ ପୁଣିଥରେ ଏନଡିଏ ମେଣ୍ଟକୁ ଫେରାଇ ଆଣିପାରିବ। ୨୦୧୭ରେ ମଧ୍ୟ ବିଜେପି ତେଜସ୍ବୀ ଯାଦବଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବାପରେ ନୀତୀଶ କୁମାର ମହାମେଣ୍ଟ ଛାଡ଼ି ବିଜେପି ସହ ମେଣ୍ଟ କରିଥିଲେ। ଏବେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଉଠିଛି। ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍‌ରେ ଲାଲୁ, ରାବ୍‌ଡି ଏବଂ ତେଜସ୍ବୀ ଯାଦବଙ୍କ ନାଁ ରହିଛି। ଉକ୍ତ ମାମଲାରେ ତଦନ୍ତ ଜୋରଦାର ଚାଲିଛି। ମାମଲାରେ ତେଜସ୍ବୀ ଯାଦବ ସିବିଆଇରେ ହାଜର ହୋଇ ସାରିଛନ୍ତି। ଯଦି ଆଗକୁ ତେଜସ୍ବୀ ଏହି ମାମଲାରେ ଗିରଫ ହୁଅନ୍ତି ତେବେ ନୀତୀଶ କୁମାର ଏହାପରେ ମହାମେଣ୍ଟରୁ ଓହରିଯିବାପାଇଁ ବାଧ୍ୟ ହେ‌ବେ ବୋଲି କୁହାଯାଉଛି।
ନୀତୀଶ କୁମାର ନିକଟରେ ତାଙ୍କ ବିଧାୟକମାନଙ୍କ ସହ ବୈଠକ କରିବାକୁ ନେଇ ଚର୍ଚ୍ଚା ହେଉଛି। ଅମିତ ଶାହ ଲଖିସରାଇ ଗସ୍ତ କରିବାର ୨ ଦିନ ପୂର୍ବରୁ ନୀତୀଶ ତାଙ୍କ ଦଳର ବିଧାୟକମାନଙ୍କ ସହ ୱାନ୍‌ ଅନ ୱାନ୍‌ ବୈଠକ କରିଥିଲେ। ମିଳିଥିବା ସୂଚନାନୁଯାୟୀ ନୀତୀଶ ତାଙ୍କ ଦଳ ମଧ୍ୟରେ ଏକତା ପାଇଁ ଦାବି କରିଛନ୍ତି। ନୀତୀଶ ସେମାନଙ୍କ ସହ ଅଛନ୍ତି ଏବଂ ସେମାନଙ୍କ ପ୍ରତି ସମର୍ଥନ ସର୍ବଦା ରହିବ ବୋଲି ଦଳୀୟ ନେତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ନୀତୀଶ କୁମାର ବିଧାୟକମାନଙ୍କ ସହ ଜଣ ଜଣକରି ବୈଠକ କରିବାରୁ ଜଣାପଡ଼ୁଛି ଯେ ନୀତୀଶ ତାଙ୍କ ଦଳରେ ଫାଟ ହେବାକୁ ନେଇ ଭୟରେ ଅଛନ୍ତି।

ଅନ୍ୟପକ୍ଷେ ପାଟନାରେ ବିରୋଧୀ ବୈଠକକୁ ନେଇ ଆର୍‌ଜେଡି ସନ୍ତୁଷ୍ଟ ନାହିଁ। ବିରୋଧୀ ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବ ବୋଲି ଆଲୋଚନା ହୋଇଛି। ଏହାକୁ ଲାଲୁ ଏବଂ ତେଜସ୍ବୀ ସହଜରେ ଗ୍ରହଣ କରିନାହାନ୍ତି। ସେମାନଙ୍କର ଲକ୍ଷ୍ୟ ନୀତୀଶ କୁମାର ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ। ଏହାଦ୍ବାରା ତେଜସ୍ବୀ ବିହାରର ମୁଖ୍ୟମନ୍ତ୍ରୀ ହୋଇପାରିବେ। ଅନ୍ୟପକ୍ଷେ ମହାରାଷ୍ଟ୍ରରେ ବଡ଼ ଧରଣର ରାଜନୈତିକ ଡ୍ରାମା ପରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ଏକ ଟ୍ବିଟ୍‌ କରି ଦାବି କରିଛନ୍ତି ଯେ ବିହାରରେ ମଧ୍ୟ ସମାନ ସ୍ଥିତି ଉପୁଜିପାରେ। ଜେଡିୟୁ ଦଳରେ ଫାଟ ସୃଷ୍ଟି ହେବାର ଭୟ ଥିବାରୁ ନୀତୀଶ ବିଧାୟକମାନଙ୍କ ସହ ପୃଥକ୍‌ ଭାବେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଜେଡିୟୁ ସାଂସଦ ଏବଂ ବିଧାୟକମାନେ ରାହୁଲ ଗାନ୍ଧି ଏବଂ ତେଜସ୍ବୀଙ୍କୁ ଗ୍ରହଣ କରିପାରୁନାହାନ୍ତି। ଏଥିପାଇଁ ଦଳରେ ବିଦ୍ରୋହ ଦେଖାଦେଇପାରେ। ସୁଶୀଲ ମୋଦୀ କହିଛନ୍ତି, ଆରଜେଡି ଏବଂ ଜେଡିୟୁ ମେଣ୍ଟ ହେବାପରେ ଅନେକ ଜେଡିୟୁ ସାଂସଦ ୨୦୨୪ ଲୋକସଭା ନିର୍ବାଚନରେ ସେମାନଙ୍କ ଟିକେଟ ହରାଇ ଦେବାର ଭୟ ରହିଛି। ଏହାଦ୍ବାରା ମଧ୍ୟ ଦଳରେ ବିଦ୍ରୋହ ସୃଷ୍ଟି ହୋଇପାରେ। ନୀତୀଶ ଏନେଇ ଭୟରେ ଥିବା ଜଣାପଡ଼ିଛି। ଯଦି ବିହାରରେ ମହାରାଷ୍ଟ୍ର ଭଳି ସ୍ଥିତି ଉପୁଜିବ ତେବେ ନୀତୀଶ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରେ ଯୋଗ ଦେବ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ