ଖେଳ ଦେଶ ବିଦେଶ

ବିସିସିଆଇର ନୂଆ ଦୌଡ଼ ଫିଟ୍‌ନେସ୍‌ ପରୀକ୍ଷାରେ ୬ ଖେଳାଳି ବିଫଳ

ମୁମ୍ବାଇ : ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ନୂଆ କରି ୨ କିଲୋମିଟର ଦୌଡ଼ ଫିଟ୍‌ନେସ୍‌ ପରୀକ୍ଷା ପ୍ରଚଳନ ଆରମ୍ଭ କରିଛି। ଏଥିରେ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ଶୃଙ୍ଖଳା ପାଇଁ ଆଶାୟୀ ଥିବା ପ୍ରାୟ ୨୦ କ୍ରିକେଟର୍‌ ଅଂଶଗ୍ରହଣ କରିଥିଲେ। ୨ କିଲୋମିଟର ଦୂରତାକୁ ବ୍ୟାଟ୍‌ସମ୍ୟାନ୍‌, ୱିକେଟ୍‌ରକ୍ଷକ କିମ୍ବା ସ୍ପିନରଙ୍କୁ ୮ ମିନିଟ୍‌ ୩୦ ସେକେଣ୍ଡରେ ଦୌଡ଼ ଶେଷ କରିବାର ସମୟ ଧାର୍ଯ୍ୟ କରାଯାଇଥିଲା। ସେହିପରି ଦ୍ରୁତ ବୋଲରଙ୍କ ପାଇଁ ୮ ମିନିଟ୍‌ ୧୫ ସେକେଣ୍ଡ୍‌ ସମୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଏଥିରେ ୬ କ୍ରିକେଟର୍‌ ବିଫଳ ହୋଇଥିବା ଜଣାପଡ଼ିଛି। ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ସଞ୍ଜୁ ସାମ୍‌ସନ୍‌ ଓ ଈଶାନ୍‌ କିଷନ୍‌, ବ୍ୟାଟ୍‌ସମ୍ୟାନ୍‌ ନୀତିଶ ରାଣା, ଲେଗ୍‌ସ୍ପିନ ଅଲ୍‌ରାଉଣ୍ଡର ରାହୁଲ ତେୱାତିଆ ଏବଂ ପେସର୍‌ ସିଦ୍ଧାର୍ଥ କୌଲ ଓ ଜୟଦେବ ଉନାଦ୍‌କଟ୍‌ ୨ କିମି ଦୌଡ଼ ଫିଟ୍‌ନେସ୍‌ ପରୀକ୍ଷାକୁ ସଫଳତାର ସହ ଶେଷ କରିପାରିନଥିବା ବିସିସିଆଇ ପକ୍ଷରୁ କୁହାଯାଇଛି।

ଏହି ଫିଟ୍‌ନେସ୍‌ ପରୀକ୍ଷା ଚଳିତ ସପ୍ତାହରେ ବେଙ୍ଗାଲୁରୁସ୍ଥିତ ଏନ୍‌ସିଏ (ନ୍ୟାସ୍‌ନାଲ କ୍ରିକେଟ୍‌ ଏକାଡେମି)ରେ କରାଯାଇଥିଲା। ତଥାପି ଏହା ଏକ ନୂତନ ପ୍ରକାରର ଫିଟ୍‌ନେସ୍‌ ପରୀକ୍ଷା ଥିବାରୁ ସେମାନଙ୍କୁ ଆଉ ଥରେ ସଫଳ ହେବା ପାଇଁ ସୁଯୋଗ ଦିଆଯିବ। ସେଥିପାଇଁ କିଛି ଦିନର ବ୍ୟବଧାନ ପରେ ଏକ ସାନି ତାରିଖ ଧାର୍ଯ୍ୟ କରାଯିବ ବୋଲି ବିସିସିଆଇ କହିଛି। ଯଦି ଦ୍ବିତୀୟ ସୁଯୋଗରେ ବି ସେମାନେ ବିଫଳ ହୁଅନ୍ତି ତାହାଲେ ଇଂଲଣ୍ଡ ବିପକ୍ଷ ଧଳାବଲ୍‌ (୩ ଦିନିକିଆ ଓ ୫ ଟି-୨୦) ଶୃଙ୍ଖଳା ପାଇଁ ଦଳ ଚୟନ ପ୍ରକ୍ରିୟାରେ ସେମାନଙ୍କ ନାମ ସାମିଲ ହେବା ସନ୍ଦେହଘେରକୁ ଚାଲିଯିବ। ସୂଚନାଯୋଗ୍ୟ, ୨୦୧୮ରେ ମହମ୍ମଦ ସାମି ଓ ଅମ୍ବାତି ରାୟୁଡୁ ୟୋ ୟୋ ପରୀକ୍ଷାରେ ବିଫଳ ହୋଇଥିବାରୁ ଉଭୟ ଇଂଲଣ୍ଡ ଗସ୍ତର ସୀମିତ ଓଭର ଶୃଙ୍ଖଳାରୁ ବାଦ୍‌ ପଡ଼ିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ