ଦେଶ ବିଦେଶ ସ୍ୱାସ୍ଥ୍ୟ

ବିଷାକ୍ତ ମଦ ପିଇ ଚାଲିଗଲା ୫ ଜଣଙ୍କ ଜୀବନ, ଅନେକ ଗୁରୁତର

ବୁଲନ୍ଦସହର ୦୮।୦୧: ଉତ୍ତର ପ୍ରଦେଶରେ ବିଷାକ୍ତ ମଦର କଳା କାରବାର ଲାଗୁନାହିଁ ଲଗାମ। ଫଳରେ ବିଷାକ୍ତ ମଦ ମୃତ୍ୟୁ ମାମଲା ଥମିବାର ନାଁ ନେଉନାହିଁ। ବୁଲନ୍ଦସହର ଜିଲ୍ଲାରେ ବିଷାକ୍ତ ମଦ ପିଇ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୧୨ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଛନ୍ତି। ଏଥିରୁ ଛଅ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାକୁ ନେଇ ପ୍ରଶାସନିକ ମହଲରେ ହଇଚଇ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଏସଡିଏମ ସମେତ ଅନେକ ଥାନାର ଅଧିକାରୀ ପହଞ୍ଚିଛନ୍ତି।

ଏହି ଘଟଣା ସିକନ୍ଦରାବାଦ ଥାନା ଅନ୍ତର୍ଗତ ଜିତଗଢି ଗାଁରେ ଘଟିଛି। କୁହାଯାଉଛି ଗାଁର କିଛି ଲୋକ ଗୁରୁବାର ମଦ ପିଇଥିଲେ। ଏହା ପରେ ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଲା। ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ହସ୍ପିଟାଲରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଚିକିତ୍ସା ସମୟରେ ହୀରାଲାଲ ନାମକ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ୧୫ ଜଣଙ୍କୁ ଅଲଗା ଅଲଗା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମାମଲାରେ ପୋଲିସ ଅଧିକାରୀଙ୍କ ଅବହେଳା ନେଇ ଏସପି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଥାନା ଅଧିକାରୀ ଦୀକ୍ଷିତ କୁମାର ତ୍ୟାଗୀ, ହଲକାର ଇନଚାର୍ଜ ଅନୋଖେ ପ୍ରଭାରୀଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ପୋଲିସ ଘଟଣାରେ ତିନି ଜଣଙ୍କୁ ଅଟକ ରଖି ଜେରା କରୁଛି। ଅପରପକ୍ଷେ ଗାଁ ଲୋକେ ଅଭିଯୋଗ କରିଛନ୍ତି ଯେ ମଦ ମାଫିଆ ଓ ଅବକାରୀ ବିଭାଗର ସଲାସୁତୁରାରେ ବିଷାକ୍ତ ମଦ ବିକ୍ରି କରାଯାଉଥିଲା।

ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ଲୋକଙ୍କ ଚିକିତ୍ସା ଜାରି ରହିଛି। କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି। ବୁଲନ୍ଦସହର ଏସପି ସନ୍ତୋଷ କୁମାର ସିଂହ ଘଟଣାର ଯାଞ୍ଚ କରି ତ୍ଵରିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ