ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ବିଶ୍ୱ ରେକର୍ଡ କଲେ ଭାରତୀୟ ଗହଣା କାରିଗର: ୧୨ ହଜାର ୬୩୮ ହୀରାରେ ତିଆରି କଲେ ଆକର୍ଷଣୀୟ ମୁଦି

ମେରଠ ୦୫/୧୨ : ମେରଠର ଶିଳ୍ପୀ ହର୍ଷିତ ବଂଶଲଙ୍କ ମୁଦି ମାରିଗୋଲ୍ଡ-ଏ ରିଙ୍ଗ ଅଫ ପ୍ରାସପରିଟି (The Marigold – The Ring of Prosperity) ନୂଆ କୀର୍ତ୍ତିମାନ ସୃଷ୍ଟି କରିଛି। ୧୨ ହଜାର ୬୩୮ଟି ଛୋଟା ଛୋଟା ହୀରାରେ ତିଆରି ଏହି ମୁଦିର ନାଁ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି। ତେବେ ଖାସ କଥା ହେଲା ଏହା ପୂର୍ବରୁ ମଧ୍ୟ ଏହି ରେକର୍ଡ ଭାରତ ନାଁରେ ହିଁ ଥିଲା। ପୂର୍ବରୁ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିବା ମୁଦିରେ ୭ ହଜାର ୮୦୧ଟି ହୀରା ଖଚିତ ଥିଲା। ମୁଦି ତିଆରି କରିଥିବା ହର୍ଷତ ବଂଶଲ କହିଛନ୍ତି ଯେ ମୁଦିର ଡିଜାଇନ ତିଆରି କରିବାକୁ ତାଙ୍କୁ ବର୍ଷ ବର୍ଷ ସମୟ ଲାଗିଥିଲା।


ଏହି ମୁଦିର ଓଜନ ୧୬୫ ଗ୍ରାମ। ହର୍ଷତ କହିଛନ୍ତି ଏହି ମୁଦିକୁ ବିକ୍ରି କରିବାକୁ ତାଙ୍କର କୌଣସି ଯୋଜନା ନାହିଁ। ମୁଦି କିଣିବାକୁ ଇଛୁକ ଥିବା ଅନେକ ଗ୍ରାହକଙ୍କୁ ସେ ମନା କରିଦେଇଛନ୍ତି। ହର୍ଷିତ କହିଛନ୍ତି ଯେ ମୁଦି ବହୁତ ଦାମୀ ଏବଂ ତାଙ୍କ ପାଇଁ ସମ୍ମାନର କଥା। ମୁଦିକୁ ସେ ନିଜର ସ୍ବପ୍ନ ବୋଲି କହିଛନ୍ତି। ମୁଦି ତିଆରି କରିବାକୁ ୨ ବର୍ଷ ପୂର୍ବରୁ ତାଙ୍କ ମନକୁ ଆଇଡ଼ିଆ ଜୁଟିଥିଲା। ସେତେବେଳେ ସେ ସୁରଟରେ ଗହଣା ଦିଆଯାଇନ ପାଠ ପଢୁଥିଲେ।

ସୁରଟକୁ ଭାରତର ହୀରାର ଗଡ ବୋଲି କୁହାଯାଏ। ହର୍ଷିତ କହିଛନ୍ତି, ୧୦ ହଜାରରୁ ଅଧିକ ହୀରାରେ ମୁଦି ତିଆରି କରିବା ତାଙ୍କର ଲକ୍ଷ୍ୟ ଥିଲା। ଏହି ଡିଜାଇନ ଚୟନ କରିବା ପୂର୍ବରୁ ଅନେକ ଡିଜାଇନ ତିଆରି କରି ଡଷ୍ଟବିନରେ ପକାଇଛନ୍ତି। ଶେଷରେ ଏକ ଡିଜାଇନ ତାଙ୍କ ମନକୁ ଛୁଇଁଥିଲା ଓ ସେହି ଡିଜାଇନରେ ସେ ମୁଦି ତିଆରି କରିବାକୁ ମନସ୍ଥ କଲେ। ହର୍ଷିତଙ୍କ କମ୍ପାନୀ ତରଫରୁ ଜାରି ଏକ ବୟାନରେ କୁହାଯାଇଛି ଯେ ମୁଦିରେ ଥିବା ପ୍ରତ୍ୟେକ ପାଖୁଡାରେ ୮ ପରସ୍ତ ବିଶିଷ୍ଟ ଫୁଲର ଡିଜାଇନ କରାଯାଇଛି। ଏହା ଖୁବ ଦୁର୍ଲଭ।

ସର୍ବ ପ୍ରଥମେ ଏକ ମୁଦିରେ ସର୍ବାଧିକ ହୀରା ଖଚିତ କରିବାର ରେକର୍ଡ ହାଇଦ୍ରାବାଦର ଜଣେ ଶିଳ୍ପୀ କରିଥିଲେ। ସେ ୭ ହଜାର ୮୦୧ ହୀରାରେ ମୁଦି ତିଆରି କରିଥିଲେ। ଏହି ମୁଦିକୁ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ଦର୍ଜ ହୋଇଥିଲା। ଏହି ମୁଦିର ଆକାର ମଧ୍ୟ ଏକ ଫୁଲ ଭଳି ଥିଲା। ଏହି ମୁଦି ଶିଳ୍ପୀଙ୍କୁ ବ୍ରହ୍ମ କମଳ ଫୁଲରୁ ଡିଜାଇନ ପାଇଁ ପ୍ରେରଣା ମିଳିଥିଲା।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ