ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବିଶ୍ୱ କିଡନୀ ଦିବସ: ବହୁତ ହାନିକାରକ କିଡନୀ ରୋଗ, ଅତ୍ୟଧିକ ମଦ ସେବନ ମୁଖ୍ୟ କାରଣ, ସତର୍କ ରହିବା ନିହାତି ଆବଶ୍ୟକ

ଭୁବନେଶ୍ୱର ୧୧/୦୩ : କିଡନୀ ରୋଗ ବହୁତ ବିପଦଜନକ। ଏହା ଜୀବନ ମଧ୍ୟ ନେଇଯାଇଥାଏ। ସେଥିପାଇଁ ସତର୍କ ରହିବା ଆବଶ୍ୟକ। କିଡନୀ ରୋଗ ହେବାର ଅନେକ କାରଣ ଅଛି। ଅଧିକ ମାତ୍ରାରେ ମଦ ସେବନ ଓ ଜୀବନଶୈଳୀ ମୁଖ୍ୟ କାରଣ।

ରିପୋର୍ଟ ଅନୁଯାୟୀ, ଦୁନିଆରେ ପ୍ରତ୍ୟେକ ୧୦ ଜଣଙ୍କ ମଧ୍ୟରୁ ଜଣେ କିଡନୀ ରୋଗରେ ପୀଡିତ। ଉଚ୍ଚ ରକ୍ତଚାପ ଓ ମଧୁମେହ ଯୋଗୁଁ କିଡନୀ ଫେଲ ହେବାର ଅଧିକ ଆଶଙ୍କା ଥାଏ। କିଡନୀ ରୋଗରୁ ବଞ୍ଚିବାକୁ ସତର୍କ ରହିବା ନିହାତି ଆବଶ୍ୟକ। ଅନିୟମିତ ଖାଦ୍ୟାଭ୍ୟାସକୁ ନିୟମିତ କରିବା ସହ ସମୟ ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

କିଡନୀ ଖରାପ ହେବା ସ୍ଥିତିରେ ଶରୀରର ଅନେକ ଅଙ୍ଗ ମଧ୍ୟ କାମ କରିବା ବନ୍ଦ କରିଦେଇଥାଏ। ପରିସ୍ରାରେ ରକ୍ତ ଆସିବା, ଗୋଡ-ହାତ ଓ ଆଖି ଫୁଲିଯିବା, ଥକାପଣ ଅନୁଭୂତ ହେବା, ନିଶ୍ୱାସ ନେବାରେ ଅସୁବିଧା ହେବା, ଉଚ୍ଚ ରକ୍ତଚାପ ଆଦି କିଡନୀ ଖରାପ ହେବାର ଲକ୍ଷଣ।

କିଡନୀ ରୋଗରୁ ବଞ୍ଚିବାକୁ ଅନେକ ଉପାୟ ଅଛି। ନିୟମିତ ଯୋଗ କଲେ କିଡନୀ ରୋଗରୁ ନିୟନ୍ତ୍ରଣ ପାଇହେବ। ଧୂମପାନ ଓ ମଦ ସେବନ ଛାଡିବାକୁ ହେବ। ଧୂମପାନ ଓ ମଦ କିଡନୀ ଉପରେ ବହୁତ ପ୍ରଭାବ ପକାଇଥାଏ। ଏହାସହ ଫାଷ୍ଟଫୁଡ ବଦଳରେ ପୌଷ୍ଟିକ ଖାଦ୍ୟ ସେବନ କରିବା ଉଚିତ। ଅଧିକାଂଶ ସମୟରେ ଲୋକେ ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ପେନକିଲର ଖାଇଥାନ୍ତି। କିନ୍ତୁ କିଡନୀ ଖରାପ ହେବା ସ୍ଥିତିରେ ପେନକିଲର ଖାଇବା ଉଚିତ ନୁହେଁ। ମଝି ମଝିରେ ରକ୍ତଚାପ ଓ ମଧୁମେହ ଯାଞ୍ଚ କରିବା ଉଚିତ।

ଲକ୍ଷ ଲକ୍ଷ ସୁକ୍ଷ୍ମ ତନ୍ତ୍ର ମିଶି କିଡନୀ ତିଆରି ହୋଇଥାଏ। ଏହି ତନ୍ତ୍ରକୁ ନେଫ୍ରାନ୍ସ କୁହାଯାଏ। ଏହାର କାମ ରକ୍ତ ଫିଲ୍ଟର କରିବା। ନେଫ୍ରାନ୍ସରେ ସମସ୍ୟା ଥିଲେ କିଡନୀ ସମସ୍ୟା ଦେଖାଦେଇଥାଏ। ନେଫ୍ରାନ୍ସ କ୍ଷତିଗ୍ରସ୍ତ ହେଲେ ରକ୍ତ ଫିଲ୍ଟର ହୋଇପାରେନି। ଯାହାଫଳରେ କିଡନୀ ରୋଗ ଦେଖାଦେଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ