ରାଜ୍ୟ

ବିଶ୍ରାମ ବେଳେ ୪ଟି ପିକଅପ୍ ଗାଡ଼ି ଉପରେ ମାଡ଼ିଗଲା ମିନି ଟ୍ରକ

ସମ୍ବଲପୁର ୩୦।୧୧: : ୪ଟି ପିକଅପ୍ ଗାଡ଼ି ଉପରେ ମାଡ଼ିଗଲା ମିନିଟ୍ରକ। ବିଳମ୍ବିତ ରାତିରେ ରେଢାଖୋଲ ଭୀମଭୋଇ ଛକ ନିକଟରେ ଘଟିଛି ଏହି ଅଘଟଣ ।

୪ଟି ପିକଅପ ଗାଡ଼ିର ଡ୍ରାଇଭର କଟକରୁ ନିଜନିଜର ସାମଗ୍ରୀ ବୋଝେଇ କରି ବରଗଡ଼ ଅଭିମୁଖେ ବାହାରିଥିଲେ। ବିଳମ୍ବିତ ରାତିରେ ଅନିଦ୍ରା ହୋଇ ବିଶ୍ରାମ ନେବା ପାଇଁ ରେଢ଼ାଖୋଲ ସହରର ୫୫ ନମ୍ବର ଜାତୀୟ ରାଜପଥ ଭୀମଭୋଇ ଛକ ନିକଟରେ ଗାଡ଼ି ଅଟକାଇ ପଛକୁ ପଛ ରଖିଥିଲେ। ଏହି ସନୟରେ ସାମ୍ନା ପଟରୁ ଦ୍ରୁତ ଗତିରେ ଏକ ମେଡିସିନ ବୋଝେଇ ମିନିଟ୍ରକ ଆସି ଏହି ୪ଟି ପିକଅପ୍ ଗାଡ଼ି ଉପରକୁ ଚଢ଼ି ଯାଇ ଦୁର୍ଘଟଣା ଘଟାଇଥିଲା। ଫଳରେ ସମସ୍ତ ଗାଡ଼ି ଚୁରମାର ହୋଇଯାଇଥିଲା।

ରେଢ଼ାଖୋଲ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି , କାହାର କିଛି କ୍ଷତି ହୋଇନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।