ରାଜ୍ୟ

ବିଶ୍ବ ରେକର୍ଡ କଲା ୧୦୦ ଫୁଟର ସାନ୍ତାକ୍ଲଜ ବାଲୁକା କଳା: ୨ ଟନ୍‌ ପିଆଜରେ ସାନ୍ତାକ୍ଲଜ

ପୁରୀ: ଦୁଇ ଟନ୍‌ ପିଆଜ ଓ ବାଲୁକା ରାଶିରେ ନିର୍ମିତ ହୋଇଛି ବୃହତ୍‌ ସାନ୍ତାକ୍ଲଜ ବାଲୁକା କଳା। ବ୍ଲୁ ଫ୍ଲାଗ ବିଚ୍‌ରେ ୧୦୦ ଫୁଟ ଲମ୍ବ, ୨୦ ଫୁଟ ଉଚ୍ଚ ଓ ୪୦ ଫୁଟ ପ୍ରସ୍ଥ ବିଶିଷ୍ଟ ସାନ୍ତାକ୍ଲଜ ସ୍ଥାପତ୍ୟ ପ୍ରସ୍ତୁତ କରିଛନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବଡ଼ଦିନ ଅବସରରେ ପ୍ରସ୍ତୁତ ଏହି ବୃହତ୍‌ ବାଲୁକା କଳା ‘ୱାର୍ଲଡ୍‌ ରେକର୍ଡ ବୁକ୍‌ ଅଫ୍‌ ଇଣ୍ଡିଆ’ ରେକର୍ଡରେ ସ୍ଥାନିତ ହୋଇଛି। ବାଲୁକା କଳାରେ ‘ଚାରାଟିଏ ଉପହାର ଦିଅ, ପୃଥିବୀକୁ ସବୁଜମୟ କର’ର ବାର୍ତ୍ତା ଦିଆଯାଇଛି।

ପ୍ରତିବର୍ଷ ବଡ଼ଦିନ ପରିପ୍ରେକ୍ଷୀରେ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କଠୁ ପ୍ରଶିକ୍ଷିତ ଶିଳ୍ପୀଙ୍କ ଦ୍ବାରା ସାନ୍ତାକ୍ଲଜ ବାଲୁକା କଳା ପ୍ରଦର୍ଶିତ ହୋଇଆସୁଛି। ଆଜି ଏହି ବୃହତ୍‌ ବାଲୁକା କଳା ସମ୍ପନ୍ନ କରିବାକୁ ଶ୍ରୀ ପଟ୍ଟନାୟକ ଓ ତାଙ୍କ ସ୍ୟାଣ୍ଡ ଆର୍ଟ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ୮ ଘଣ୍ଟା ସମୟ ଲାଗିଛି। ବାଲୁକା କଳା ସମ୍ପନ୍ନ ହେବା ପରେ ‘ୱାର୍ଲଡ ରେକର୍ଡ ବୁକ୍‌ ଅଫ୍‌ ଇଣ୍ଡିଆ’ର ମୁଖ୍ୟ ସମ୍ପାଦକ ସୁଷମା ନାର୍‌ଭେକର ଓ ବିଚାରକ ସଞ୍ଜୟ ନାର୍‌ଭେକର ଏହା ଏକ ବିଶ୍ବ ରେକର୍ଡ ବୋଲି ଘୋଷଣା କରିଥିଲେ। ନୂଆ ବିଶ୍ବ ରେକର୍ଡ ପାଇଁ ପ୍ରମାଣପତ୍ର ସହ ପଦକ ପ୍ରଦାନ କରିଥିଲେ।

ପ୍ରତିବର୍ଷ ବଡ଼ଦିନ ଅବସରରେ ନୂଆ ବାଲୁକା କଳାକୃତି ଭେଟି ଦେଉଥିବା ଶ୍ରୀ ପଟ୍ଟନାୟକ ଗତବର୍ଷ ଟମାଟୋରେ ସାନ୍ତାକ୍ଲଜ ପ୍ରସ୍ତୁତ କରିଥିଲେ। ଶ୍ରୀ ପଟ୍ଟନାୟକ କହିଛନ୍ତି, ପୁରୀ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ବହୁ ପର୍ଯ୍ୟଟକଙ୍କ ସମାଗମ ହେଉଛି। ତେଣୁ ପ୍ରତିବର୍ଷ ଖ୍ରୀଷ୍ଟମାସରେ ଏହିଭଳି ବାଲୁକା କଳା ପର୍ବ ଆୟୋଜନ କରାଯାଉଛି। ଚଳିତ ବର୍ଷ କଳାକୃତି ବିଶ୍ବ ରେକର୍ଡରେ ସ୍ଥାନିତ ହେବା ଗର୍ବ ଓ ସମ୍ମାନର ବିଷୟ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।