ଅପରାଧ ରାଜ୍ୟ

ବିଶ୍ବ ମାତୃ ଦିବସରେ ମା’କୁ ମିଳିଲାନି କାନ୍ଧ, ୧୮ ଘଣ୍ଟା ପରେ ଶବ ସତ୍କାର କଲେ ସ୍ବେଚ୍ଛାସେବୀ

ବୌଦ୍ଧ: ଆଜି ବିଶ୍ବ ମାତୃ ଦିବସ। ଶିକ୍ଷିତ ସମାଜ ମା’ଙ୍କୁ ନେଇ ଆଜି ଉତ୍ସବ ମନାଉଛି। ହେଲେ ବୌଦ୍ଧ ଜିଲ୍ଲା ସଦର ବ୍ଲକ ବଲାସିଙ୍ଗା ଗ୍ରାଗାଁରେ ଜଣେ ମା’ର ଶବ ସତ୍କାର ହୋଇ ନପାରି ପଡ଼ି ରହିଥିଲା। ଦୀର୍ଘ ୧୮ ଘଣ୍ଟା ପରେ ବୌଦ୍ଧ ସହର ବୁଟୁପାଲିର ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତିର କର୍ମକର୍ତ୍ତା ଜିଲ୍ଲା ପ୍ରଶାସନ ସହଯୋଗରେ ଶବ ସତ୍କାର କରିଛନ୍ତି।

ସୂଚନା ଅନୁସାରେ ବଲାସିଙ୍ଗା ଗ୍ରାମର ଜାତୀୟ ରାଜପଥ କଡ଼ରେ ଏକ ବିଜୁ ପକ୍କାଘରେ ଏକାକୀ ରହୁଥିଲେ ସୁଲଭ ପ୍ରଧାନ(୮୦)। ରବିବାର ସକାଳେ ତାଙ୍କ ଝିଅ ଜମ୍ବୁ ଆସି ମା’ଙ୍କୁ ମୃତ ଅବସ୍ଥାରେ ଦେଖିଥିଲେ। ଶବ ଶକ୍ତ ହୋଇ ଯାଇଥିବାରୁ ଶନିବାର ସଂଧ୍ୟାରେ ମୃତ୍ୟୁ ହୋଇଥିବା ଜମ୍ବୁ ପ୍ରକାଶ କରିଛନ୍ତି। ସେ ଏକମାତ୍ର ହୋଇଥିବା ବେଳେ ଅନ୍ୟ ଜାତିରେ ପ୍ରେମ ବିବାହ କରିଥିବାରୁ ତାଙ୍କ ମା’ଙ୍କ ଶବକୁ ଜାତି ଭାଇ ଛୁଇଁ ନଥିବା କହିଛନ୍ତି। ବୌଦ୍ଧର ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତିର କର୍ମକର୍ତ୍ତା ଖବର ପାଇ ଜିଲ୍ଲା ପ୍ରଶାସନର ସହାୟତାରେ ବୌଦ୍ଧ ରାଜଘାଟରେ ଶବ ସତ୍କାର କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।