ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଯାଜପୁର : ବିଶ୍ବପ୍ରସିଦ୍ଧ କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରା ହିଁ ଓଡ଼ିଶାର ଆତ୍ମା। ଏହାକୁ ଭିତ୍ତିକରି ରାଜ୍ୟ ପର୍ଯ୍ୟଟନ ଶିଳ୍ପର ପେଣ୍ଠସ୍ଥଳ ହେବାକୁ ଯାଉଛି। ରାଜ୍ୟ ସରକାର ପର୍ଯ୍ୟଟନ ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଯାଜପୁର ଜିଲ୍ଲାର ବ୍ୟାସନଗରସ୍ଥିତ ଯଯାତି କୋର୍ଟୟାର୍ଡ ପରିସରରେ ଆୟୋଜିତ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମାବେଶକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ, ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ହଟ୍ସ୍ପଟ୍ରେ ପରିଣତ ହେବାକୁ ଯାଉଛି। ରାଜ୍ୟ ସରକାର ପର୍ଯ୍ୟଟନ ନୀତି, ହସ୍ତକଳା ନୀତି, ହସ୍ତତନ୍ତ ନୀତିକୁ ସମୃଦ୍ଧ କରି ପର୍ଯ୍ୟଟନ ଓ ସଂସ୍କୃତିର ବିକାଶ କରିଚାଲିଛନ୍ତି। କଳା, ସଂସ୍କୃତି, ଐତିହ୍ୟ ଆମ ରାଜ୍ୟକୁ ବିଶ୍ବରେ ପରିଚିତ କରାଇଛି। ଆମ ମନ୍ଦିର, ସ୍ଥାପତ୍ୟ, ବୌଦ୍ଧ କୀର୍ତ୍ତିରାଜି, ପାଟବସ୍ତ୍ର, କାଠକାମ, ଧାତୁକାମ, ପଥର କାରୁକାର୍ଯ୍ୟର ପଦଚିହ୍ନ ରାଜ୍ୟର ବିଭିନ୍ନ ଗାଁରେ ଦେଖିବାକୁ ମିଳୁଛି। କଳା, କାରିଗରୀ, ସଙ୍ଗୀତ, ସଂସ୍କୃତିକ ବୈଭବକୁ ଅଧିକ ବିକାଶ କରିବା ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଯାଜପୁର ହେଉଛି ଓଡ଼ିଶାର ପ୍ରଚୀନ ରାଜଧାନୀ, ଏଠି ଆଧ୍ୟାତ୍ମିକ, ସହରାଞ୍ଚଳ ଏବଂ ବୌଦ୍ଧ ପର୍ଯ୍ୟଟନସ୍ଥଳ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସମାବେଶରେ ଭାଗ ନେଇଛନ୍ତି ୧୫ଦେଶର ଶିଳ୍ପୀ ଓ ନିବେଶକ
ନିରନ୍ତର ବିକାଶ ଓ ଅର୍ଥନୀତିରେ ହସ୍ତକଳାର ପ୍ରମୁଖ ଭୂମିକା ରହିଛି
ଅନ୍ୟତମ ଅତିଥି ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ପଣ୍ଡା ଓଡ଼ିଶାର ଗୌରବମୟ ଇତିହାସକୁ ସ୍ମରଣ କରାଇ ହସ୍ତକଳାର ବିକାଶରେ ଯାଜପୁରର ଅବଦାନ ସର୍ବାଗ୍ରେ ଥିବା କହିଥିଲେ। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ. ପ୍ରୀତିରଞ୍ଜନ ଘଡ଼ାଇ ରାଜ୍ୟ ସରକାରର ହସ୍ତକଳା ବିକାଶ ପାଇଁ ଗ୍ରହଣ କରିଥିବା ଯୋଜନା ଓ ଲକ୍ଷ୍ୟ ବିଷୟରେ ସୂଚନା ଦେବା ସହିତ ଟସର ଓ ଗୋଲଡେନ୍ ଗ୍ରାସ ଉପରେ ସୂଚନା ଦେଇଥିଲେ। ହସ୍ତକଳା ଓ ବୟନ ଶିଳ୍ପମନ୍ତ୍ରୀ ରୀତା ସାହୁ ବିକାଶରେ ହସ୍ତକଳାର ଅବଦାନ ଯଥେଷ୍ଟ ରହିଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବଲିଉଡ୍ ଅଭିନେତ୍ରୀ ଦିଆ ମୀର୍ଜା ଓଡ଼ିଶାର ଐତିହ୍ୟ,ପରମ୍ପରା ଓ କୋଣାର୍କର କାରୁକାର୍ଯ୍ୟକୁ ସେ ଉଚ୍ଚ ପ୍ରଶଂସା କହିଥିଲେ। ସେହିପରି ୟୁନେସ୍କୋ ସଂସ୍କୃତି ବିଭାଗର ମୁଖ୍ୟ ଜୁହ୍ନି ହାନ୍ ଓଡ଼ିଶାର ପର୍ଯ୍ୟଟନ, କଳା, ସଂସ୍କୃତିର ବିକାଶକୁ ନେଇ ବେଶ୍ ଉତ୍ସାହ ପ୍ରକାଶ କରିବା ସହିତ ନିରନ୍ତର ବିକାଶରେ ପର୍ଯ୍ୟଟନ ଉନ୍ନତି ଓ ହସ୍ତକଳାର ଅବଦାନକୁ ଗୁରୁତ୍ବ ଦେଇଥିଲେ।
ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅଶୋକ ବେହୁରା ଧନ୍ୟବାଦ ପ୍ରଦାନ କରିଥିଲେ। ଅଭିନେତ୍ରୀ ସୁଲଗ୍ନା ରାଉତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଆଜି ଉଦ୍ଘାଟିତ ହୋଇଥିବା ଦୁଇଦିନିଆ ଅନ୍ତର୍ଜାତୀୟ ହସ୍ତକଳା ସମାବେଶରେ ୧୫ଟି ଦେଶର ଶିଳ୍ପୀ ଓ ନିବେଶକଙ୍କ ସହିତ ଆମ ଦେଶର ଏକାଧିକ ରାଜ୍ୟ ସହିତ ଓଡିଶାର ବିଶିଷ୍ଟ ହାସ୍ତକଳା ଶିଳ୍ପୀ, ପ୍ରବକ୍ତାମାନେ ଯୋଗ ଦେଇଛନ୍ତି। ୧୦ଟି ପର୍ଯ୍ୟାୟରେ ଆଲୋଚନାଚକ୍ରକୁ ଭାଗଭାଗ କରାଯାଇ ଦେଶ ବିଦେଶର ଶିଳ୍ପୀ ଓ ପ୍ରବକ୍ତାମାନଙ୍କ ମଧ୍ୟରେ ମତ ଆଦାନପ୍ରଦାନ ଜାରି ରହିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l