ଖେଳ

ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ : ବର୍ଷା ଯୋଗୁଁ ମ୍ୟାଚ ବିଳମ୍ବିତ

ସାଉଥହମ୍ପଟନ : ବର୍ଷା ଯୋଗୁଁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଆରମ୍ଭ ହେବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ ବିଳମ୍ବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଟସ ପଡ଼ିନଥିବାବେଳେ ମ୍ୟାଚର ପ୍ରଥମ ସେସନକୁ ବାତିଲ କରିଦିଆଯାଇଛି ।

ତେବେ ସାଉଥହମ୍ପଟନରେ କେବଳ ଆଜି ନୁହେଁ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ବ୍ରିଟିଶ ପାଣିପାଗ ବିଭାଗ । ଏଣୁ ମ୍ୟାଚର ଭବିଷ୍ୟତକୁ ନେଇ ଆଶଙ୍କା ଦେଖାଦେଇଛି । ଏହି ମ୍ୟାଚ ପାଇଁ ଗୋଟିଏ ଦିନ ଅର୍ଥାତ ୨୩ ତାରିଖ ରିଜର୍ଭ ଡେ ବା ସଂରକ୍ଷିତ ଦିବସ ଥିଲେ ବି ସେ ଦିନ ମଧ୍ୟ ବର୍ଷାର ସମ୍ଭାବନା ରହିଛି । ଏହାକୁ ନେଇ ଆୟୋଜକ ଓ ଆଇସିସି ଚିନ୍ତାରେ ପଡ଼ିଯାଇଛି । ଯଦି ମ୍ୟାଚ ବାତିଲ ହୋଇଯାଏ ତେବେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡକୁ ଯୁଗ୍ମ ବିଜେତା ଘୋଷଣା କରାଯିବ ।

ଭାରତୀୟ ଦଳ ୬ଟି ସିରିଜରୁ ୫ଟି ରେ ବିଜୟ ହାସଲ କରି ୧ନଂ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା । ସେହିପରି ନ୍ୟୁଜିଲାଣ୍ଡ ଦଳ ୨ୟ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଥିଲା ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ